
ଭୋପାଲ୍: ମଧ୍ୟପ୍ରଦେଶର ଜଣେ ମନ୍ତ୍ରୀ ‘ସାମାନ୍ୟ ଫ୍ରାକ୍ଚର୍’ ପାଇଁ ମୁଖ୍ୟମନ୍ତ୍ରୀ କମଲ ନାଥଙ୍କ ବ୍ୟକ୍ତିଗତ ହେଲିକପ୍ଟରରେ ଏମ୍ସ ଭର୍ତ୍ତି ହେବା ଘଟଣା ଏବେ ବେଶ୍ ଚର୍ଚ୍ଚାକୁ ଆସିଛି। ଇନ୍ଦୋରଠାରେ ଏକ କାର୍ଯ୍ୟକ୍ରମରେ ରାଜ୍ୟ ସ୍ୱାସ୍ଥ୍ୟ ଓ ଶିକ୍ଷା ମନ୍ତ୍ରୀ ବିଜୟଲକ୍ଷ୍ମୀ ସାଧୋ ନାମ୍ନୀ ଏହି ମନ୍ତ୍ରୀ କୌଣସି କାରଣରୁ ପଡ଼ିଯିବାରୁ ଆହତ ହୋଇଥିଲେ।
ତାଙ୍କୁ ତୁରନ୍ତ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ପ୍ରାଥମିକ ପରୀକ୍ଷା ଏବଂ ଏକ୍ସରେ ରୁ ଜଣାପଡ଼ିଥିଲା ତାଙ୍କ କାନ୍ଧରେ ‘ହେୟାରଲାଇନ୍ ଫ୍ରାକ୍ଚର୍’ ହୋଇଛି।
ଯଦିଓ ଇନ୍ଦୋରରେ ବେଶ୍ କିଛି ଉନ୍ନତମାନର ହସ୍ପିଟାଲ ରହିଛି, ହାଠାତ୍ ତାଙ୍କୁ ଦିଲ୍ଲୀ ଏମ୍ସ ନେବାର ନିଷ୍ପତ୍ତି ହୋଇଥିଲା। ସବୁକିଛି ଆୟୋଜନ ହେଲା ଏବଂ ମୁଖ୍ୟମନ୍ତ୍ରୀ କମଲନାଥଙ୍କ ବ୍ୟକ୍ତିଗତ ହେଲିକପ୍ଟରରେ ତାଙ୍କୁ ଦିଲ୍ଲୀ ନିଆଯାଇଥିଲା। କଂଗ୍ରେସ ମଧ୍ୟପ୍ରଦେଶରେ କ୍ଷମତାକୁ ଆସିବାର ଏକ ମାସ ପରେ ଏଭଳି ଘଟଣା ଘଟିଥିବା ଜଣାଯାଇଛି।
ବିଭିନ୍ନ ମହଲରେ ଏହାକୁ କଡ଼ା ସମାଲୋଚନା କରାଯାଉଛି ଏବଂ ସମସ୍ତେ କହୁଛନ୍ତି, ସାଧାରଣ ରୋଗୀମାନଙ୍କ ଗୁରୁତର ରୋଗର ଚିକିତ୍ସାପାଇଁ ମୌଳିକ ଭିତ୍ତିଭୂମି ନଥିବାବେଳେ ଜଣେ ମନ୍ତ୍ରୀଙ୍କ ସାମାନ୍ୟ ଆଘାତ ବା ହେୟାରଲାଇନ୍ ଫ୍ରାକ୍ଚର୍ ପାଇଁ ସ୍ୱତନ୍ତ୍ରଭାବରେ ରାଜ୍ୟର ସର୍ବୋଚ୍ଚ କାର୍ଯ୍ୟାଳୟର ସାହାଯ୍ୟ ଛୁଟିଆସୁଛି ଏବଂ ରାଜକୀୟ ଭାବରେ ଭୋପାଲରୁ ଦିଲ୍ଲୀ ଏମ୍ସ ନିଆଯାଉଛି।
from Odisha Reporter http://bit.ly/2QTGYtE
No comments:
Post a Comment