‘ପୋଷ୍ଟର’ ପାଇଁ ବିବାଦରେ ‘ଠାକ୍‌ରେ’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, January 25, 2019

‘ପୋଷ୍ଟର’ ପାଇଁ ବିବାଦରେ ‘ଠାକ୍‌ରେ’

ନୂଆଦିଲ୍ଲୀ: ନବି ମୁମ୍ବାଇର ଏକ ପ୍ରକ୍ଷାଳୟରେ କିଛି ଶିବସେନା କର୍ମୀଙ୍କୁ ଧାରଣା ଦେଇଥିବାର ଦେଖାଯାଇଥିଲା। କିନ୍ତୁ ଏହା କୌଣସି ଫିଲ୍ମର ବିରୋଧରେ ନୁହେଁ, ବରଂ ଶିବସେନାର ପ୍ରତିଷ୍ଠାତା ବାଲ୍‌ସାହେବ ଠାକ୍‌ରେଙ୍କ ଜୀବନୀ ଉପରେ ନିର୍ମିତ ଫିଲ୍ମ ‘ଠାକ୍‌ରେ’ର ପୋଷ୍ଟର ଲଗାନଯାଇଥିବାରୁ ସେମାନେ ଧାରଣା ଦେଇଥିବା ଜଣାଯାଇଛି।

ଥିଏଟର ଭିତରେ ପୋଷ୍ଟର ଲଗାଯାଇନଥିବାରୁ ସେମାନେ ବାସି ଥିଏଟର ସାମ୍ନାରେ ଧାରଣାରେ ବସିଥିଲେ।


ଏଠାରେ ଏନ୍ୟ ଏକ ବିବାଦ ଦେଖାଯାଇଥିଲା ମହାରାଷ୍ଟ୍ର ନବ ନିର୍ମାଣ ସେନା ନେତା ତଥା ଫିଲ୍ମର ନିର୍ଦ୍ଦେଶକ ଅଭିଜିତ ପାନ୍‌ସେଙ୍କୁ ନେଇ। ତାଙ୍କୁ ହଲ୍‌ର ସବୁଠାରୁ ଆଗରେ ଥିବା ସିଟ୍‌ରେ ବସିବାକୁ କୁହାଯାଇଥିଲା। ଏହାପରେ ଭାଇରାଲ ହୋଇଥିବା ଏକ ଭିଡିଓରୁ ଜଣାଯାଇଛି ସେ ହଲ୍‌ରୁ ବାହାରି ଆସିଥିଲେ।

ଫିଲ୍ମର ଲେଖକ ତଥା ଶିବସେନାର ବରିଷ୍ଠ ନେତା ସଞ୍ଜୟ ରାଉତ ତାଙ୍କୁ ବୁଝାଇବାର ପ୍ରୟାସ କରିଥିଲେ ମଧ୍ୟ ସେ ଶୁଣିନଥିଲେ। ଫିଲ୍ମର ନିର୍ଦ୍ଦେଶକଙ୍କ ପାଇଁ ସିଟ୍‌ ନଥିବାରୁ କ୍ରୋଧିତ ଏମ୍‌ଏନ୍‌ଏସ୍‌ କର୍ମୀ ଫିଲ୍ମର ପୋଷ୍ଟରରୁ ସଞ୍ଜୟଙ୍କ ନାମ ଲିଭାଇଦେଇଥିଲେ।

ସଞ୍ଜୟଙ୍କ ନାଁ ନନେଇ ଏମ୍‌ଏନ୍‌ଏସ୍‌ର ମୁଖପାତ୍ର ସନ୍ଦୀପ ଦେଶପାଣ୍ଡେ କହିଥିଲେ, ବାଲାସାହେବ୍‌ ସାଧାରଣ କର୍ମୀଙ୍କ ସହିତ ସ୍ନେହର ସହିତ ବ୍ୟବହାର କରନ୍ତି, ଅପମାନ କରନ୍ତିନି। ଏହା ହିଁ ଏହି ଫିଲ୍ମର ବାର୍ତ୍ତା।



from Odisha Reporter http://bit.ly/2Dz6ssQ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages