
ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ୍ ଆଦ୍ମୀ ପାର୍ଟି ମୁଖ୍ୟ ଅରବିନ୍ଦ କେଜ୍ରିୱାଲଙ୍କୁ ହତ୍ୟା ପାଇଁ କିଛି ଲୋକ ଯୋଜନା କରୁଛନ୍ତି। ଏନେଇ ଏକ ଅଜଣା ନମ୍ବରରୁ କେଜ୍ରିଙ୍କ ସରକାରୀ ବାସଭବନ ସ୍ଥିତ ଅଫିସ୍ ଲ୍ୟାଣ୍ଡଲାଇନ୍କୁ ଫୋନ୍ ଆସିଥିଲା। ତେବେ କିଏ ଫୋନ୍ କରିଥିଲା, ତାହା ଜଣାପଡ଼ି ନଥିଲେ ହେଁ ପଶ୍ଚିମ ଦିଲ୍ଲୀର ବିକାଶପୁରୀ ଅଞ୍ଚଳରୁ ଏହି ଫୋନ୍ ଆସିଥିବା ଜଣାପଡ଼ିଛି।
ଏହି ଫୋନ୍ରେ ବ୍ୟକ୍ତି ଜଣଙ୍କ କିଛି ଲୋକ କେଜ୍ରିଙ୍କୁ ମାରିବାକୁ ଯୋଜନା କରୁଛନ୍ତି ବୋଲି କହିଥିଲେ। ଏଥିସହ ସେ ନିଜେ ଏକଥା ଶୁଣିଥିବା ଫୋନ୍ରେ ଦାବି କରିଛନ୍ତି।
ବ୍ୟକ୍ତି ଜଣଙ୍କ ଯେଉଁ ଅଫିସ ନମ୍ବରକୁ ଫୋନ୍ କରିଥିଲେ, ସେଥିରେ କଲର ଆଇଡି ଲାଗିଥିଲା। କିନ୍ତୁ ଏହା ମେ’ ମାସରୁ କାମ କରୁ ନଥିବା ଜଣାପଡ଼ିଛି। ଜିଇଡିକୁ ବାରମ୍ବାର ଏହାକୁ ମରାମତି ପାଇଁ କୁହାଯାଉଥିଲେ କେହି ବି ଏହାକୁ ଶୁଣୁ ନଥିବା କୁହାଯାଇଛି। କିଛି ଦିନ ତଳେ ଦୁର୍ବୃତ୍ତମାନେ କେଜ୍ରିଙ୍କ ଝିଅଙ୍କୁ ଅପହରଣ ଏବଂ ହତ୍ୟା କରିବେ ବୋଲି ଧମକ ଦେଇଥିଲେ।
from Odisha Reporter http://bit.ly/2CDvA02
No comments:
Post a Comment