ଫିଞ୍ଚ୍ ବନାମ ଭୁବନେଶ୍ୱର, ବିରାଟ ବନାମ ରିଚାର୍ଡସନ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, January 20, 2019

ଫିଞ୍ଚ୍ ବନାମ ଭୁବନେଶ୍ୱର, ବିରାଟ ବନାମ ରିଚାର୍ଡସନ୍‌

virat123

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଦିନିକିଆ ସିରିଜ୍ ସରିଯାଇଛି। ଅଷ୍ଟ୍ରେଲିଆରେ ହୋଇଥିବା ଏହି ସିରିଜ୍‌ରେ ଭାରତ ବିଜୟୀ ହୋଇ ଇତିହାସ ରଚିଛି। କାରଣ ୟା ପୂର୍ବରୁ ଦଳ କେବେ ବି ସେଠାରେ ଦ୍ୱିପାକ୍ଷିକ ଦିନିକିଆ ସିରିଜ୍‌ ଜିତି ନ ଥିଲା। ଏହି ସିରିଜ୍‌ରେ ଭାରତ ୨-୧ରେ ଜିତିଥିଲା। ଟେଷ୍ଟ୍ ସିରିଜ୍‌ ସହ ଦିନିକିଆ ସିରିଜ୍ ଜିତିବା ପରେ ଏହ ଭାରତର ସଫଳତମ ଅଷ୍ଟ୍ରେଲିଆ ଗସ୍ତ ବୋଲି କୁହାଯାଉଛି। ଟି-ଟ୍ୱେଣ୍ଟି ସିରିଜ୍‌ରେ ବି ଭାରତ ହାରି ନଥିଲା। ଏହି ସିରିଜ୍ ଡ୍ର’ରେ ଶେଷ ହୋଇଥିଲା।

ଦିନିକିଆ ସିରିଜ୍‌ରେ ଦୁଇ ଦେଶର ଅଧିନାୟକ ଅର୍ଥାତ୍ ବିରାଟ କୋହଲି ଓ ଆରୋନ୍ ଫିଞ୍ଚଙ୍କ ମଧ୍ୟରେ ଏକ ଅଦ୍ଭୁତ ସଂଯୋଗ ଦେଖିବାକୁ ମିଳିଥିଲା। ସିରିଜ୍‌ରେ ତିନିଟି ମ୍ୟାଚ୍ ଖେଳାଯାଇଥିବା ବେଳେ ଅଧିନାୟକ ବିରାଟ କୋହଲି ସବୁ ଥର ବିପକ୍ଷ ଦଳର ସମାନ ବୋଲରଙ୍କ ଦ୍ୱାରା ଆଉଟ୍ ହୋଇଥିଲେ। ସେହିଭଳି ଫିଞ୍ଚଙ୍କୁ ମଧ୍ୟ ଭାରତର ଜଣେ ବୋଲର ସିରିଜ୍‌ର ସବୁ ମ୍ୟାଚ୍‌ରେ ଆଉଟ୍ କରିଥିଲେ।

ବିରାଟ ପ୍ରଥମ ମ୍ୟାଚ୍‌ରେ ୩ ରନ୍ କରି ଜେ. ରିଚାର୍ଡସନ୍‌ଙ୍କ ବଲ୍‌ରେ କ୍ୟାଚ୍ ଆଉଟ୍ ହୋଇଥିଲେ। ଦ୍ୱିତୀୟ ମ୍ୟାଚ୍‌ରେ ସେ ୧୦୪ ରନ୍ କରିଥିବା ବେଳେ   ରିଚାର୍ଡସନ୍‌ଙ୍କ ଦ୍ୱାରା ଆଉଟ୍ ହୋଇଥିଲେ। ଏଥିରେ ବି ବିରାଟ କ୍ୟାଚ୍ ଆଉଟ୍ ହୋଇଥିଲେ। ତୃତୀୟ ମ୍ୟାଚ୍‌ରେ ମଧ୍ୟ ସେ ୪୬ ରନ୍ କରି ରିଚାର୍ଡସନ୍‌ଙ୍କ ଦ୍ୱାରା କ୍ୟାଚ୍ ଆଉଟ୍ ହୋଇଥିଲେ।

richardsonସେହିପରି ଫିଞ୍ଚ୍ ପ୍ରଥମ ମ୍ୟାଚ୍‌ରେ ୬ ରନ୍ କରି ଭୁବନେଶ୍ୱର କୁମାରଙ୍କ ଦ୍ୱାରା ଆଉଟ୍ ହୋଇଥିଲେ। ଦ୍ୱିତୀୟ ମ୍ୟାଚ୍‌ରେ ମଧ୍ୟ ୬ ରନ୍ କରି ସେ ଭୁବନେଶ୍ୱର କୁମାରଙ୍କ ଦ୍ୱାରା ଆଉଟ୍ ହୋଇଥିଲେ। ତୃତୀୟ ମ୍ୟାଚ୍‌ରେ ସେ ୧୪ ରନ୍ କରି ଭୁବନେଶ୍ୱରଙ୍କ ଦ୍ୱାରା ଏଲ୍‌ବିଡବ୍ଲ୍ୟୁ ହୋଇଥିଲେ।

bhubaneswarପୂରା ମ୍ୟାଚ୍‌ରେ ଫିଞ୍ଚ୍ ମାତ୍ର ୨୬ ରନ୍ କରିବାକୁ ସକ୍ଷମ ହୋଇଥିଲେ। ବିରାଟ ୧୫୩ ରନ୍ କରିଥିଲେ। ଅନ୍ୟପକ୍ଷରେ ସିରିଜ୍‌ରେ ଭୁବନେଶ୍ୱର କୁମାର ମୋଟ୍ ୮ଟି ୱିକେଟ୍ ନେଇଥିବା ବେଳେ ରିଚାର୍ଡସନ୍‌ ୬ଟି ୱିକେଟ୍ ନେଇଥିଲେ।



from Odisha Reporter http://bit.ly/2FKFdwV

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages