
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ମହିଳା କଂଗ୍ରେସର ପୂର୍ବତନ ଉପ-ସଭାନେତ୍ରୀ ଜୟଶ୍ରୀ ପଟ୍ଟନାୟକ ବିଜେପିରେ ଯୋଗ ଦେଇଛନ୍ତି। କଂଗ୍ରେସରୁ ଇସ୍ତଫା ଦେବା ପରେ ସେ ବିଧିବଦ୍ଧ ଭାବେ ବିଜେପିରେ ସାମିଲ ହୋଇଛନ୍ତି।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ସେ ବିଜେପିରେ ମିଶିଥିବା କହିଛନ୍ତି। ତାଙ୍କ ସହ ଖୋର୍ଦ୍ଧା ଜିଲ୍ଲାର କିଛି ନେତା ଓ କର୍ମୀ ବିଜେପିରେ ଯୋଗ ଦେଇଛନ୍ତି।
ବିଜେପିରେ ମିଶିବା ପରେ ଜୟଶ୍ରୀ ପଟ୍ଟନାୟକ କହିଛନ୍ତି,“ ମୋ ନିଜ ଖୁସିରେ ବିଜେପି ଦଳକୁ ଆସିଛି। କଂଗ୍ରେସ ଦଳର ମନଇଚ୍ଛା କାର୍ଯ୍ୟ ଓ ପାରିବାରିକ ରାଜନୀତି ମୋତେ କଷ୍ଟ ଦେଇଥିଲା।”
ସୂଚନାଯୋଗ୍ୟ, ଗତ ୧୭ ତାରିଖରେ ଜୟଶ୍ରୀ ପ୍ରଦେଶ ମହିଳା କଂଗ୍ରେସ କମିଟିର ଉପ-ସଭାନେତ୍ରୀ ଓ ପ୍ରଦେଶ କଂଗ୍ରେସ ସଭ୍ୟା ପଦବୀରୁ ଇସ୍ତଫା ଦେଇଥିଲେ। ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ଏଆଇସିସି ଅଫିସ୍ ଓ ରାହୁଲ ଗାନ୍ଧୀଙ୍କ ଅଫିସ୍କୁ ସେ ତାଙ୍କର ଇସ୍ତଫା ପତ୍ର ପଠାଇଥିଲେ।
from Odisha Reporter http://bit.ly/2DlOOIQ
No comments:
Post a Comment