
ସୁବର୍ଣ୍ଣପୁର (ଦିଲ୍ଲୀପ କୁମାର ସାହୁ): ଝିଅ ଥିଲାବେଳେ କେତେ ସ୍ୱପ୍ନ ଦେଖିଥିଲା। ସ୍ୱାମୀର ହାତ ଧରି ଶାଶୂଘରକୁ ଯିବ। ସୁଖର ସଂସାର କରିବ। ସେଥିପାଇଁ ଝିଅ ସାଜିଥିଲା ବଧୂ। ହେଲେ ଏହି ସୁନେଲି ସ୍ୱପ୍ନ ଅଧାରେ ରହିଗଲା। ନିର୍ଯାତନା ଦେଇ ଶାଶୂଘର ଲୋକେ ତା’ ଦେହରେ ନିଆଁ ଲଗାଇ ମାରି ଦେଇଥିବା ଅଭିଯୋଗ ହୋଇଛି। ଏପରି ଏକ ଅଭିଯୋଗ ଆସିଛି ସୁବର୍ଣ୍ଣପୁର ଜିଲ୍ଲାରୁ।
ତିନିବର୍ଷ ତଳେ ଡୁଙ୍ଗୁରିପାଲ ଥାନା ଅନ୍ତର୍ଗତ ଖୁଣ୍ଟପାଲି ଗାଁର ଜଳନ୍ଦର ମେହେରଙ୍କୁ ବାସନ୍ତୀ ବିବାହ କରିଥିଲେ। ବୈଦିକ ରୀତିନୀତିରେ ଉଭୟଙ୍କ ବିବାହ ସମ୍ପନ୍ନ ହୋଇଥିଲା। ବାହାଘର ପରେ ଉଭୟଙ୍କ ଦାମ୍ପତ୍ୟ ଜୀବନ ହସଖୁସିରେ ବିତୁଥିଲା। ହେଲେ ସେମାନଙ୍କ ହସିଖୁସିର ସାଂସାର ଉପରେ କାହାର ପାପ ନଜର ଲାଗିଲା। ବାସନ୍ତୀ ଉପରେ ଆରମ୍ଭ ହେଲା ନିର୍ଯାତନା। ସ୍ୱାମୀ, ଶାଶୁ ଓ ନଣନ୍ଦ ମିଶି ନିର୍ଯାତନା ଦେଉଥିବା ଅଭିଯୋଗ ହୋଇଥିଲା। ଏପରିକି ମାଡ଼ ମରାଯାଉଥିବା ବାସନ୍ତୀଙ୍କ ବାପା ଅଭିଯୋଗ କରିଛନ୍ତି। କିନ୍ତୁ ଏହାକୁ ଜଳନ୍ଦର ଖଣ୍ଡନ କରିଛନ୍ତି। ବାସନ୍ତୀ ନିଜ ଦେହରେ ନିଆଁ ଲଗାଇ ଦେଇଥିବା ଜଳନ୍ଦର ଅଭିଯୋଗ କରିଛନ୍ତି।
ତେବେ ଆଜି ସକାଳେ ବାସନ୍ତୀ ପୋଡ଼ି ଯାଇଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ ଡୁଙ୍ଗୁରିପାଲି ମେଡିକାଲ୍ରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏହି ଖବର ଜଣାପଡ଼ିବା ପରେ ଗାଁରେ ଉତ୍ତେଜନା ପ୍ରକାଶ ପାଇଥିଲା। ଅଭିଯୁକ୍ତଙ୍କ ଗିରଫ ଦାବିରେ ଉତ୍ତ୍ୟକ୍ତ ଲୋକମାନେ ଖୁଣ୍ଟାପାଲି ଛକରେ ରାସ୍ତାରୋକ କରିଥିଲେ।
from Odisha Reporter http://bit.ly/2TO54Ys
No comments:
Post a Comment