ଘରେ ‘ମସୁର ଡାଲି ସୁପ୍‌’ର ମଜା ନିଅନ୍ତୁ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, January 8, 2019

ଘରେ ‘ମସୁର ଡାଲି ସୁପ୍‌’ର ମଜା ନିଅନ୍ତୁ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର୍‌): ଶୀତି ଦିନିଆ ସନ୍ଧ୍ୟାରେ ସୁପ୍‌ ପିଇବାକୁ ଖୁବ୍‌ ଇଚ୍ଛା ହୁଏ। ଆଜି ଆମେ ଆପଣଙ୍କୁ ଘରେ ‘ମସୁର ଡାଲି ସୁପ୍‌’ର ପ୍ରସ୍ତୁତି ସମ୍ପର୍କରେ କହିବୁ।

ଆବଶ୍ୟକ ସାମଗ୍ରୀ: ମସୁର ଡାଲି, ଭେଜିଟେବଲ୍‌ ଷ୍ଟକ୍, କଟା ପିଆଜ, ରସୁଣ, ଜୁଆଣି, ଲଙ୍କା ଗୁଣ୍ଡ, ଗରମ ମସଲା, ଟମାଟୋ, ଲେମ୍ବୁ ରସ, ଧନିଆ ପତ୍ର, ଲୁଣ ଓ ତେଲ।

ପ୍ରସ୍ତୁତି ପ୍ରଣାଳୀ: ଏହି ସୁପ୍‌ ତିଆରି କରିବା ପାଇଁ ପ୍ରଥମେ ମସୁର ଡାଲିକୁ ସିଝାଇ ଦିଅନ୍ତୁ। ଅନ୍ୟ ଏକ ପ୍ୟାନ୍‌ରେ ତେଲ ଗରମ କରି କଟା ପିଆଜ, ରସୁଣ, ଜୁଆଣି ଏବଂ ଲଙ୍କା ଗୁଣ୍ଡ ପକାଇ କିଛି ସମୟ ଭାଜନ୍ତୁ। ଏବେ ଏଥିରେ ଗରମ ମସଲା ଏବଂ ଟମାଟୋ ପକାଇ ଆଉ କିଛି ସମୟ ଯାଏ ଗୋଳାନ୍ତୁ। ଟମାଟୋ ନରମ ହୋଇ ମିଶିଗଲେ ଏଥିରେ ସିଝା ମସୁର ଡାଲି ଏବଂ ଭେଜିଟେବଲ ଷ୍ଟକ୍‌ ପକାନ୍ତୁ। ଏହାକୁ କମ୍‌ ଆଞ୍ଚରେ ୧୫ ମିନିଟ୍‌ ଯାଏ ଫୁଟିବାକୁ ଦିଅନ୍ତୁ। ଫୁଟିଗଲା ପରେ ଏହାକୁ ଚୁଲିରୁ ଓହ୍ଲାଇ ଦିଅନ୍ତୁ। ତା’ପରେ ଏହା ଉପରେ ଲେମ୍ବୁ ରସ ଏବଂ ଧନିଆ ପତ୍ର ପକାଇ ଗରମ ଗରମ ପରଷନ୍ତୁ। ଥଣ୍ଡା ଦିନେ ‘ମସୁର ଡାଲି ସୁପ୍‌’ ସ୍ୱାସ୍ଥ୍ୟ ପାଇଁ  ମଧ୍ୟ ଖୁବ୍‌ ଲାଭଦାୟକ ହୋଇଥାଏ।



from Odisha Reporter http://bit.ly/2LY8PIe

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages