
ଉଜ୍ଜୈନ୍: ଡାକ୍ତର ଅପରେସନ୍ ରୁମ୍ରେ ଚିକିତ୍ସା କରନ୍ତି। କିନ୍ତୁ ଏମିତି ଜଣେ ଡାକ୍ତରଙ୍କ ଭିଡିଓ ଭାଇରାଲ ହେଉଥିବା ଅଭିଯୋଗ ହୋଇଛି, ଯେକି ଜଣେ ଯୁବତୀଙ୍କୁ ଏହି ଅପରେସନ୍ କକ୍ଷରେ ହିଁ କିସ୍ ଦେଉଥିଲେ। ଏହି ଯୁବତୀ ଜଣକ ଉକ୍ତ ହସ୍ପିଟାଲ୍ର ନର୍ସ ବୋଲି ମଧ୍ୟ ଚର୍ଚ୍ଚା ହେଉଛି।
ମଧ୍ୟପ୍ରଦେଶର ଉଜ୍ଜୈନ ଜିଲ୍ଲାରେ ଏହି ଘଟଣା ଘଟିଛି ଏବଂ ସେ ଆଚରଣ ବିଧି ଉଲ୍ଲଂଘନ କରିଥିବାରୁ ତାଙ୍କ ପଦବୀରୁ ହଟାଇଦିଆଯାଇଛି ବୋଲି ଏହି ଜିଲ୍ଲାର ଜିଲ୍ଲାପାଳ କହିଛନ୍ତି। ଶଲ୍ୟ ଚିକିତ୍ସା ବିଶେଷଜ୍ଞ ଏହି ଡାକ୍ତର ଅପରେସନ୍ ଥିଏଟର୍ ଭିତରେ ହିଁ କିସ୍ କରୁଥିବା ଭିଡିଓରୁ ଜଣାପଡ଼ୁଛି।
ଏହି ଘଟଣା ବାବଦରେ ପଚରାଯିବାରୁ ଜିଲ୍ଲାପାଳ କହିଛନ୍ତି, ଗତ ୨ ଦିନ ହେଲା ସେ ଛୁଟିରେ ଥିଲେ। ମୁଁ ତାଙ୍କ ପକ୍ଷ ଶୁଣିବା ପରେ ଏହି ପଦକ୍ଷେପ ନେଇଛି।
ଅନ୍ୟପକ୍ଷରେ ଜିଲ୍ଲା ସ୍ୱାସ୍ଥ୍ୟ ଓ ଚିକିତ୍ସା ମୁଖ୍ୟ ଅଧିକାରୀ ଡକ୍ଟର ମୋହନ ମାଲବ୍ୟ କହିଛନ୍ତି ଡିଭିଜିନାଲ୍ କମିଶନର ଏହାର ତଦନ୍ତ ନିର୍ଦ୍ଦେଶ ଦେବାର ଅଛି। ତେବେ ଏହି ଭିଡିଓଟି ଉପରୋକ୍ତ ହସ୍ପିଟାଲର ଅପରେସନ୍ ଥିଏଟର୍ରେ ହିଁ ଉତ୍ତୋଳିତ ହୋଇଛି କି ନା ଜଣାଇବାକୁ ଡକ୍ଟର ମାଲବ୍ୟ ମନା କରିଛନ୍ତି।
from Odisha Reporter http://bit.ly/2ADjpA3
No comments:
Post a Comment