ପ୍ରଜାଗଣଙ୍କ ଦୁଃଖ ବୁଝ, ସମସ୍ତେ ଯେମିତି ଖୁସିରେ ରୁହନ୍ତି ବ୍ୟବସ୍ଥା କର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, January 20, 2019

ପ୍ରଜାଗଣଙ୍କ ଦୁଃଖ ବୁଝ, ସମସ୍ତେ ଯେମିତି ଖୁସିରେ ରୁହନ୍ତି ବ୍ୟବସ୍ଥା କର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର)କାଲି ସରିବ ଧନୁଯାତ୍ରା। ମୋକ୍ଷ ପାଇବେ କଂସ ମହାରାଜ। ଦୀର୍ଘ ୧୧ଦିନ ଧରି ମଥୁରା ନଗରୀରେ ବସି ତ୍ରୀପୁରକୁ ଥରହର କରୁଥିବା କଂସ ମହାରାଜ ଇତିମଧ୍ୟରେ ଅନେକ ଦୋଷିଙ୍କୁ ଦଣ୍ଡ ଦେଇଛନ୍ତି। ନେତା, ପ୍ରଶାସକ ଓ ଅନେକ ଗଣମାଧ୍ୟମ ପ୍ରତିନିଧିଙ୍କୁ ଭଲ କାମ କରିବାକୁ ପ୍ରବର୍ତ୍ତାଇଛନ୍ତି। ଆଉ ମହାରାଜଙ୍କ ସବୁଠାରୁ ବଡ଼ ନିର୍ଦ୍ଦେଶ ମଧ୍ୟରେ ରହିଛି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ନିର୍ଦ୍ଦେଶ।     

ଓଡ଼ିଶା ରିପୋର୍ଟରକୁ ଦେଇଥିବା ସାକ୍ଷାତକାରରେ ସେ କହିଛନ୍ତି, “ମୁଁ ମୁଖ୍ୟମନ୍ତ୍ରୀଙ୍କୁ ମୋ ପ୍ରଜାକୁଳର ସମସ୍ତ ଦୁଃଖ ବୁଝିବା ପାଇଁ ନିର୍ଦ୍ଦେଶ ଦେବି। ମୋ ମଥୁରା ନଗରୀରେ ଯେମିତି ବେକାରି ସମସ୍ୟା ଦୂର ହେବ ସେ ବିଷୟରେ ସେ ଚିନ୍ତା କରନ୍ତୁ। ମଥୁରା ରାଜ୍ୟର ଆବାଳ ବୃଦ୍ଧ ବନିତା କେମିତି ଖୁସିରେ ରହିବେ ତାର ଦାୟିତ୍ୱ ମୁଖ୍ୟମନ୍ତ୍ରୀଙ୍କ ଉପରେ ଛାଡିଲି।” 

ଏଥିସହ ଓଡ଼ିଶାରେ କାହିଁକି ଚାଷୀକୂଳ ନିରାଶ ସେ ବିଷୟରେ ପ୍ରଶ୍ନ କରିବାରୁ କଂସ ଏଥିପାଇଁ ପ୍ରଥମେ ଦେବ ଲୋକକୁ ଦାୟି କରିଛନ୍ତି। ଇନ୍ଦ୍ର ଠିକ୍‌ ଭାବରେ ବୃଷ୍ଟି କରୁନାହାନ୍ତି ଏବଂ ମଥୁରା ରାଜ୍ୟରେ ତ୍ରିଭୁବନ କଂସକୁ ସମସ୍ତେ ଡରୁଥିବା ବେଳେ କେବଳ ଚକଡା ପୋକ ତାଙ୍କୁ ଡରୁନାହିଁ ବୋଲି ସେ କହିଛନ୍ତି।

ତେଣୁ ସେ ଏଥିପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଉନ୍ନତ ମାନର କୀଟନାଷକ ଔଷଧ ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। କୀଟନାଷକ ପ୍ରସ୍ତୁତ କରୁଥିବା କମ୍ପାନୀଗୁଡିକୁ ମଧ୍ୟ କଂସ ତାଗିଦ୍‌ କରିଛନ୍ତି। ଯେଉଁମାନେ ନିମ୍ନମାନର ଔଷଧ ତିଆରି କରୁଛନ୍ତି ସେମାନଙ୍କ ଲାଇସେନ୍ସ ରଦ୍ଧ କରିବାକୁ ସେ ମୁଖ୍ୟମନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।



from Odisha Reporter http://bit.ly/2REr4bF

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages