
ରାଉରକେଲା(ଓଡ଼ିଶା ରିପୋର୍ଟର): ବିଧାୟକ ପଦ ଓ ବିଜେପିରୁ ଇସ୍ତଫା ଦେବା ପରେ ରାଉରକେଲାରେ ପ୍ରଥମ ଥର ସମର୍ଥକଙ୍କୁ ଭେଟି ଆଲୋଚନା କରିଛନ୍ତି ଦିଲୀପ ରାୟ। ଗତକାଲି ସେ ରାଉରକେଲାରେ ପହଞ୍ଚିବା ପରେ ଆଜି ଶୁଭେଚ୍ଛୁ ଓ ସମର୍ଥକଙ୍କ ସହ ଏକ ବୈଠକ କରି ଆଲୋଚନା କରିଛନ୍ତି।
ସାମ୍ବାଦିକଙ୍କ ଏକ ପ୍ରଶ୍ନର ଉତ୍ତର ଦେଇ ସେ କହିଛନ୍ତି,“ମୁଁ କେଉଁ ଦଳକୁ ଯିବି ନିଷ୍ପତ୍ତି ନେଇ ନାହିଁ। ମୋତେ ବହୁତ ଦଳରୁ ଅଫର୍ ଆସିଲାଣି। ଭାବିଚିନ୍ତି ନିଷ୍ପତ୍ତି ନେବି।”
ସେ ଆହୁରି କହିଛନ୍ତି,“ ବିଜୁ ବାବୁ ମୋ ରାଜନୈତିକ ଗୁରୁ। ସେ ମୋତେ ରାଜନୀତିକୁ ଆଣିଛନ୍ତି। ଯେଉଁ ଦଳକୁ ଗଲେ ମଧ୍ୟ ବିଜୁ ବାବୁଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ରହିବି।”
ବୈଠକରେ ଦିଲୀପ ରାୟଙ୍କ ଶତାଧିକ ସମର୍ଥକ ଉପସ୍ଥିତ ଥିଲେ। ଏହାସହ ଦୁଇ ଜଣ ପୂର୍ବତନ ନଗରପାଳ କାଳନ୍ଦୀ ବଡ଼ଜେନା ଏବଂ ରମେଶ ବଳ ଉପସ୍ଥିତ ଥିଲେ। ଦିଲ୍ଲୀପ ରାୟ ଯେଉଁ ଦଳକୁ ଗଲେ ମଧ୍ୟ ତାଙ୍କ ପ୍ରତି ସମର୍ଥନ ଜାରି ରହିବ ବୋଲି ତାଙ୍କ ସମର୍ଥକମାନେ କହିଛନ୍ତି।
ଗତ ଡିସେମ୍ବର ମାସରେ ଦିଲୀପ ରାୟ ବିଜେପି ଛାଡ଼ିବା ସହିତ ବିଧାୟକ ପଦରୁ ମଧ୍ୟ ଇସ୍ତଫା ଦେଇଥିଲେ। ତା’ପରେ ସେ ଆମେରିକା ଚାଲି ଯାଇଥିଲେ। ସେ ବିଜେଡିରେ ମିଶିବେ ବୋଲି ଚର୍ଚ୍ଚା ଜୋର ଧରିଥିଲା।
from Odisha Reporter http://bit.ly/2SzqRDg
No comments:
Post a Comment