
କଟକ(ଓଡ଼ିଶା ରିପୋର୍ଟର): କଟକ ମିଶନ ରୋଡସ୍ଥିତ ନ୍ୟୁ ଷ୍ଟୁଅର୍ଟ ବିଦ୍ୟାଳୟର ୨୬ତମ ବାର୍ଷିକୋତ୍ସବ ବିଦ୍ୟାଳୟ ପରିସରରେ ଶନିବାର ପାଳନ କରାଯାଇଛି। ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମର ମୁଖ୍ୟ ଅତିଥି ଭାବେ ଅର୍ବାନ ଡେଭ୍ଲପ୍ମେଣ୍ଟ ଏଜେନ୍ସିର ପ୍ରକଳ୍ପ ଅଧିକାରୀ ସୁନୀତା ସରକାର ଯୋଗଦେଇଥିଲେ। ସମ୍ମାନିତ ଅତିଥି ଭାବେ ଡକ୍ଟର ସାମସନ୍ ଦାସ, ରେଭେରେଣ୍ଟ ପରିତୋଷ ରାଉତ, ପି.କେ. ସାହୁ, ଅଜୟ ବେହେରା ପ୍ରମୁଖ ଯୋଗଦେଇଥିଲେ। ବିଦ୍ୟାଳୟ ସମ୍ପାଦକ ଅଧ୍ୟାପକ ଶୋବନ ପଣ୍ଡା ଅତିଥି ପରିଚୟ ପ୍ରଦାନ କରିଥିଲେ।।
ପରିତୋଷ ରାଉତ୍ ପ୍ରାରମ୍ଭିକ ସୂଚନା ଦେଇଥିଲେ। ଅନ୍ୟ ଅତିଥି ଭାବେ ଭୁବନେଶ୍ୱର ଷ୍ଟୁଅର୍ଟ ସ୍କୁଲ୍ର ଅଧ୍ୟକ୍ଷ ଏଫ୍.ସି.ନର୍ଥ ସ୍ୱର୍ଣ୍ଣ ମିଶ୍ର, ଡ.ତାରକେ ପ୍ରମାଣିକ ଡି.ମାର୍ଟିନା, ସଂଜୀବ ମହାନ୍ତି, ରୋଜାଲିନ୍ ଗ୍ରେସ୍, ନିହାର ରଞ୍ଜନ ବର୍ଦ୍ଧନ ପ୍ରମୁଖ ଯୋଗଦେଇଥିଲେ। ବିଦ୍ୟାଳୟର ଅଧ୍ୟକ୍ଷ ଏମ୍ ତୃପ୍ତିରାଣୀ ବାର୍ଷିକ ବିବରଣୀ ପାଠ କରିଥିଲେ। ଶେଷରେ ଚନ୍ଦା ମିତ୍ର ଧନ୍ୟବାଦ ଅର୍ପଣ କରିଥିଲେ।
from Odisha Reporter http://bit.ly/2FZHkx2
No comments:
Post a Comment