ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଲେଶଙ୍କ ଘରେ ସିବିଆଇ, ଫସିଯିବେ କି ? - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, January 5, 2019

ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଲେଶଙ୍କ ଘରେ ସିବିଆଇ, ଫସିଯିବେ କି ?

ନୂଆଦିଲ୍ଲୀ: ଶନିବାର ୟୁପିରେ କେତେକ ସ୍ଥାନରେ ସିବିଆଇ ଚଢ଼ାଉ କରିଛି। ବେଆଇନ୍‌ ବାଲି ଖନନ ଓ ଖଣି ଖନନ ମାମଲାରେ ସିବିଆଇ ଚଢ଼ାଉ ଜାରି ରଖିଛି। ତେବେ ସିବିଆଇ ଜାଲରେ ୟୁପିର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଲେଶ ଯାଦବ ଫସିଥିବା ଜଣାପଡ଼ିଛି। ବେଆଇନ୍‌ ବାଲି ଖନନ ମାମଲାରେ ସିବିଆଇ ଚର୍ଚ୍ଚିତ ଆଇଏଏସ୍‌ ଅଫିସର ବି.ଚନ୍ଦ୍ରକଳାଙ୍କ ବାଷଭବନ ସହ ୧୨ଟି ସ୍ଥାନରେ ଚଢାଉ କରିଥିଲା। ତେବେ ସିବିଆଇର ଯାଞ୍ଚ ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଲେଶ ଯାଦବଙ୍କ ପର୍ଯ୍ୟନ୍ତ ଯାଇପାରେ ବୋଲି ଯାହା ଚର୍ଚ୍ଚା ହେଉଥିଲା ତାହା ସତ ହୋଇଛି।

ଏହି ମାମଲରେ ସିବିଆଇ ଅଖିଲେଶ ଯାଦବଙ୍କ ବାସଭବନରେ ପହଞ୍ଚି ଯାଇଛି। ବେଆଇନ୍‌ ବାଲି ଖନନ ମାମଲାରେ ସିବିଆଇ ହମିରପୁର, ନୋଏଡା, ଲକ୍ଷ୍ନୌ ଏବଂ କାନପୁରରେ ଚଢ଼ାଉ କରିଛି। ଏହି ଘଟଣାରେ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଲେଶଙ୍କ ସହିତ ଅନ୍ୟ କେତେକ ନେତାଙ୍କୁ ମଧ୍ୟ ଜେରା କରାଯାଇପାରେ ବୋଲି ସୂଚନା ମିଳିଛି।

୨୦୧୨-୧୩ରେ ଖଣି ମନ୍ତ୍ରଣାଳୟ ଅଖିଲେଶଙ୍କ ପାଖରେ ଥିଲା । ଆହ୍ଲାବାଦ ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ବେଆଇନ୍‌ ଖଣି ଓ ବାଲି ଖନନ ଦୁର୍ନୀତିର ତଦନ୍ତ ସିବିଆଇ କରୁଛି। ଏହି ଖଣି ଦୁର୍ନୀତିରେ ଆଇଏଏସ୍‌ ଅଫିସର ବି. ଚନ୍ଦ୍ରକଳାଙ୍କ ବ୍ୟତୀତ ଆଲିଦ ଖାନ, ତତ୍କାଳୀନ ଖନନ ଅଧିକାରୀ ମୋଇନୁଦ୍ଦିନ, ସମାଜବାଦୀ ପାର୍ଟି ଏମ୍‌ଏଲ୍‌ସି ରମେଶ ମିଶ୍ରା ଏବଂ ତାଙ୍କ ଭାଇ ପ୍ରମୁଖ  ଅଭିଯୁକ୍ତ ଥିବା ଜଣାପଡ଼ିଛି।



from Odisha Reporter http://bit.ly/2sanXJv

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages