ପୁଲିସ୍ ବାବୁ ଗିରଫ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, January 10, 2019

ପୁଲିସ୍ ବାବୁ ଗିରଫ

vigilance,,,

ନୂଆପଡ଼ା(ଓଡ଼ିଶା ରିପୋର୍ଟର): ଚାରି ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ନୂଆପଡ଼ା ଜିଲ୍ଲା ଖଡ଼ିଆଳ ଥାନା ଏଏସ୍‌ଆଇ। ତାଙ୍କ ନାଁ ବିଜେଶ୍ୱର ପଣ୍ଡା। ଭିଜିଲାନ୍ସର ଦୁଇ ଜଣିଆ ଟିମ୍ ଆଜି ବିଜେଶ୍ୱରଙ୍କ ଘରେ ଚଢ଼ାଉ କରିଥିଲେ।

ଏକ ମାରପିଟ୍‌ ମାମଲାର ରଫାଦଫା କରିବା ପାଇଁ ସେ ଖଡ଼ିଆଳ କୁଅଁରପଡ଼ାର ଭବାନୀ ଶଙ୍କର ଅଦାଙ୍କୁ ୫୦୦୦ ଟଙ୍କା ମାଗିଥିଲେ। ଟଙ୍କା ଦେବା ନେଇ ଭବାନୀ ରାଜି ହୋଇ ଯାଇଥିଲେ ଓ ଏନେଇ ଭିଜିଲାନ୍ସ ଅବଗତ କରାଇଥିଲେ।

ଅଭିଯୋଗ ପାଇବା ପରେ ଭିଜିଲାନ୍ସ ପକ୍ଷରୁ ଯୋଜନାବଦ୍ଧ ଭାବେ ବିଜେଶ୍ୱରଙ୍କୁ ଲାଞ୍ଚ ନେବାବେଳେ ଗିରଫ କରାଯାଇଥିଲା। ଭବାନୀଙ୍କଠାରୁ ୪୦୦୦ ଟଙ୍କା ନେବାବେଳେ ଭିଜିଲାନ୍ସ ଅଧିକାରୀମାନେ ତାଙ୍କୁ ଧରିଥିଲେ।



from Odisha Reporter http://bit.ly/2Qwmuad

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages