୨୭ରେ ବାହାହେବେ ହାର୍ଦ୍ଦିକ୍: ଜାଣନ୍ତୁ କିଏ ସେହି ଝିଅ  - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, January 21, 2019

୨୭ରେ ବାହାହେବେ ହାର୍ଦ୍ଦିକ୍: ଜାଣନ୍ତୁ କିଏ ସେହି ଝିଅ 

ଗୁଜରାଟ: ଗୁଜରାଟର ପଟିଦାର ଆରକ୍ଷଣ ଆନ୍ଦୋଳନର ସୂତ୍ରଧର ହାର୍ଦ୍ଦିକ ପଟେଲ ଏବେ ବିବାହ ବନ୍ଧନରେ ବାନ୍ଧିହେବାକୁ ଯାଉଛନ୍ତି। ହାର୍ଦ୍ଦିକ ପଟେଲ ଆସନ୍ତା ୨୭ ତାରିଖରେ ନିଜ ପିଲାଦିନର ବନ୍ଧୁ କିଞ୍ଜଲ୍ ପାରିଖ୍‌ଙ୍କୁ ବିବାହ କରିବେ। ଏହି ବାହାଘର ଗୁଜରାଟର ସୁରେନ୍ଦ୍ର ନଗର ଜିଲ୍ଲାର ଦିଗସାର ଗାଁରେ ହେବ।
ସୂଚନା ଅନୁଯାୟୀ ହାର୍ଦ୍ଦିକ ଏହି ବିବାହକୁ ବେଶ ସାଧାସିଧା ଭାବେ ଆୟୋଜନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ବାହାଘରରେ ପାଖାପାଖି ୧୦୦ କୁଣିଆଙ୍କୁ ନିମନ୍ତ୍ରଣ ଦିଆଯାଇଛି। ଏମାନଙ୍କ ମଧ୍ୟରେ ଦୁଇ ପରିବାରର ନିକଟତର ସମ୍ପର୍କୀୟମାନେ ସାମିଲ ଅଛନ୍ତି।
 ହାର୍ଦ୍ଦିକ ଓ ତାଙ୍କ ଭାଵୀ ପତ୍ନୀ ଅହମଦାବାଦ୍‌ସ୍ଥିତ ଚାନ୍ଦନଗରି ଗାଁରେ ଗୋଟିଏ ଇଲାକାରେ ରହୁଥିଲେ ଓ ପରସ୍ପରକୁ ପିଲାବେଳୁ ଜାଣିଛନ୍ତି। କିଞ୍ଜଲ୍ ପ୍ରାୟ ହାର୍ଦ୍ଦିକଙ୍କ ଘରକୁ ଯିବା ଆସିବା କରନ୍ତି।  କିଞ୍ଜଲ୍ ଓ ହାର୍ଦ୍ଦିକଙ୍କ ଭଉଣୀ ମୋନିକା ଏକାଠି ପାଠ ପଢ଼ୁଥିଲେ।  ପୂର୍ବରୁ ୨୦୧୬ ମାର୍ଚ୍ଚରେ ହାର୍ଦ୍ଦିକ୍‌ଙ୍କ ପରିବାର ତାଙ୍କ ନିର୍ବନ୍ଧ ଶେଷ ହୋଇଥିବା ଘୋଷଣା କରିଥିଲେ। ସେହି ସମୟରେ ହାର୍ଦ୍ଦିକ୍‌ ଜେଲ୍‌ରେ ଥିଲେ। କିଞ୍ଜଲ୍ କମର୍ସରେ ସ୍ନାତକ ହାସଲ କରିବା ପରେ ଏବେ ଗାନ୍ଧିନଗରଠାରେ ଏଲ୍ଏଲ୍‌ବି ପଢ଼ୁଛନ୍ତି।


from Odisha Reporter http://bit.ly/2HorTkq

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages