ମ୍ୟାଗିରେ ଲେଡ୍ ଥିବା ସୁପ୍ରିମକୋର୍ଟରେ ସ୍ୱୀକାର କଲା କମ୍ପାନୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, January 4, 2019

ମ୍ୟାଗିରେ ଲେଡ୍ ଥିବା ସୁପ୍ରିମକୋର୍ଟରେ ସ୍ୱୀକାର କଲା କମ୍ପାନୀ

ନୂଆଦିଲ୍ଲୀ: ସରକାର ଏବଂ ନେସ୍‌ଲେ ମଧ୍ୟରେ ଆଇନ୍‌ଗତ ଲଢ଼େଇ ପୁଣିଥରେ ଆରମ୍ଭ ହୋଇଛି। ମ୍ୟାଗିରେ ବିଷାକ୍ତ ପଦାର୍ଥ ସୀସା ବା ଲେଡ୍‌ର ମାତ୍ରା ଅଛି ବୋଲି କମ୍ପାନୀ ସୁପ୍ରିମ୍‌କୋର୍ଟରେ ସ୍ୱୀକାର କରିଛି। କୋର୍ଟରେ ମାମଲାର ଶୁଣାଣି ସମୟରେ କମ୍ପାନୀର ଓକିଲ ଏକଥା କହିଛନ୍ତି।

ସୂଚନା ଅନୁଯାୟୀ, ସ୍ୱାସ୍ଥ୍ୟ ସୁରକ୍ଷାର ମାନଦଣ୍ଡ ପୂରଣ ନ କରିବାରୁ ଗତବର୍ଷ ୫୫୦ ଟନ୍ ମ୍ୟାଗି ନଷ୍ଟ କରାଯାଇଥିଲା ଏହା ବ୍ୟତୀତ ସରକାର ଏହି ମାମଲାରେ ନେସ୍‌ଲେ ଉପରେ ୬୪୦ କୋଟି ଟଙ୍କା ଜୋରିମାନା ମଧ୍ୟ ଲାଗୁ କରିଥିଲେ।

ଶୁଣାଣି ବେଳେ ସୁପ୍ରିମକୋର୍ଟର ବିଚାରପତି କମ୍ପାନୀର ଓକିଲଙ୍କୁ ପଚାରିଥିଲେ ଯେ, ସ୍ୱାସ୍ଥ୍ୟ ପାଇଁ ହାନିକାରକ ମ୍ୟାଗି କାହିଁକି ଖାଇବା? ପିଲାମାନେ ଏହାକୁ ଖାଇଲେ, ସେମାନଙ୍କ ସ୍ୱାସ୍ଥ୍ୟ ଖରାପ ହେବନାହିଁ। ଏହାର ଜବାବରେ  କମ୍ପାନୀର ଓକିଲ ଦସ୍ତାବିଜ୍‌ ଦେଇ କହିଥିଲେ ଯେ ମ୍ୟାଗିରେ ଲେଡ୍‌ ପରିମାଣ ଯେତିକି ରହିଛି, ତାହା ସ୍ୱାସ୍ଥ୍ୟ ପକ୍ଷେ ଆଦୌ କ୍ଷତି କାରକ ନୁହେଁ।

୨୦୧୫ରେ ମ୍ୟାଗିରେ ଲେଡ୍‌ର ମାତ୍ରା ୧୭.୨ପିପିଏମ୍‌ ଥିଲା। ଯେତେବେଳେ କି ଏଥିରେ ୦.୦୧ରୁ ୨.୫ରହିବା ଉଚିତ। ଉତ୍ତରପ୍ରଦେଶର ଫୁଡ୍‌ ସେଫ୍‌ଟି ପକ୍ଷରୁ ମ୍ୟାଗିର ନମୁନା ନେଇ ଯାଞ୍ଚ କରିଥିଲେ। ସେତେବେଳେ ସେଥିରେ ଲେଡ୍‌ର ମାତ୍ରା ଦରକାର ସୀମାଠୁ ଅଧିକ ରହିଥିବା ଜଣାପଡ଼ିଥିଲା।

ଏହି ମାମଲା ପରେ ଦେଶର କିଛି ରାଜ୍ୟରେ ମ୍ୟାଗିର ବିକ୍ରି ବନ୍ଦ ହୋଇଯାଇଥିଲା। ଭାରତୀୟ ଖାଦ୍ୟ ସୁରକ୍ଷା ଏବଂ ମାନବ ପ୍ରାଧିକରଣ (ଏଫ୍‌ଏସ୍‌ଏସଏଆଇ) ମଧ୍ୟ ମ୍ୟାଗିକୁ ଅସୁରକ୍ଷିତ ଘୋଷଣା କରିବା ସହ କମ୍ପାନୀର ସମସ୍ତ ପ୍ରଡକ୍ଟ ବିକ୍ରି ଉପରେ ରୋକ୍‌ ଲଗାଇଥିଲା।



from Odisha Reporter http://bit.ly/2CQZ23Y

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages