“ବାପାଙ୍କ ନାଁ ଥିବା ଫିଲ୍ମରୁ ଆରମ୍ଭ ହୋଇଥିଲା ତାଙ୍କ ଫିଲ୍ମ କ୍ୟାରିଅର” - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, January 27, 2019

“ବାପାଙ୍କ ନାଁ ଥିବା ଫିଲ୍ମରୁ ଆରମ୍ଭ ହୋଇଥିଲା ତାଙ୍କ ଫିଲ୍ମ କ୍ୟାରିଅର”

ମୁମ୍ୱାଇ: ୯୦ ଦଶକରେ ବଲିଉଡ୍‌କୁ ହିଟ୍‌ ପରେ ହିଟ୍‌ ଫିଲ୍ମ ହେଇଥିବା ଅଭିନେତା ହେଉଛନ୍ତି ବବି ଦେଓଲ୍‌। ତାଙ୍କ ଅଭିନୀତ ଫିଲ୍ମ ମଧ୍ୟରେ ରହିଛି ‘ସୋଲ୍‌ଜର୍‌’, ‘ବରସାତ୍‌’, ‘ବିଚ୍ଛୁ’, ‘ଗୁପ୍ତ’, ‘ଦିଲ୍‌ଲଗୀ’, ‘ଟ୍ରାଙ୍ଗୋଚାର୍ଲି’ ଭଳି ଚର୍ଚ୍ଚିତ ସିନେମା।

ଆଜି ହେଉଛି ବବିଙ୍କ ଜନ୍ମଦିନ। ୨୭ ଜାନୁଆରୀ ୧୯୬୯ରେ, ମାନେ ଠିକ୍‌ ଆଜିର ଦିନରେ ଜନ୍ମ ହୋଇଥିଲେ ବବି। ଅଭିନେତା ଧର୍ମେନ୍ଦ୍ରଙ୍କର ପ୍ରଥମ ପତ୍ନୀ ପ୍ରକାଶ କୌର୍‌ଙ୍କ ପୁଅ ହେଉଛନ୍ତି ସେ। ଦୀର୍ଘ ୪ ବର୍ଷର ଅନ୍ତର ପରେ ବବି ବର୍ତ୍ତମାନ ଫିଲ୍ମ ରେସ୍‌-୩ରେ ନଜରରେ ଆସିବାକୁ ଯାଉଛନ୍ତି। ୪ବର୍ଷ ପରେ ବବି ଦେଓଲ୍‌ ବଲିଉଡ୍‌କୁ ଫେରିବା ପଛରେ ସଲ୍‌ମାନ୍‌ ଖାନ୍‌ଙ୍କର ହାତ ରହିଥିବା ସୂଚନା ମିଳିଛି।

ତେବେ ଏତେ ବର୍ଷ ଧରି ବବି ଦେଏଲ୍‌ କ’ଣ କରୁଥିଲେ ଏବଂ କାହିଁକି ଗାଏବ୍‌ ହୋଇ ଯାଇଥିଲେ, ଏହାକୁ ନେଇ ବଲିଉଡ୍‌ରେ ଅନେକ ଚର୍ଚ୍ଚା ଏବେ ବି ଲାଗି ରହିଛି।

ଯାହାର ଉତ୍ତର ବବି ଏକ ଇଣ୍ଟରଭ୍ୟୁରେ ଦେଇଥିଲେ। ତାଙ୍କ କହିବା ଅନୁସାରେ, “ସେହି ସମୟରେ ମୋ କ୍ୟାରିୟର୍‌ ପଛରେ ପଡ଼ି ଯାଇଥିଲା। ଏପରି ଲାଗୁଥିଲା ଯେ, ମୋତେ ଭଲ କାମ ମିଳିବନି। ମୁଁ ବହୁତ ଭାଙ୍ଗି ପଡିଥିଲି। ଫିଲ୍ମରେ ଡାର୍କ ରୋଲ୍‌ କରିବା ପାଇଁ ମୁଁ ଦାଢ଼ି ମଧ୍ୟ ରଖିଥିଲି, କିନ୍ତୁ ଫିଲ୍ମ ସଫଳ ହୋଇ ପାରିଲା ନାହିଁ। ଏହା ପରେ ମୁଁ ଚିନ୍ତା କଲି ମୋର ଦାଢ଼ି ରଖିବା ଉଚିତ୍‌ ନୁହେଁ। କାମ ନ ମିଳିବା କାରଣରୁ ମୁଁ ଫିଲ୍ମ ପ୍ରଡକ୍ସନ୍‌ କରିବା ପାଇଁ ଚିନ୍ତା କରିଥିଲି।”

ବବିଙ୍କ ପଛ କଥା

ବବି ଦେଓଲ୍‌ ୧୯୭୭ ମସିହାରେ ଫିଲ୍ମ ‘ଧରମ ବୀର୍‌’ ଜରିଆରେ ଜଣେ ଶିଶୁ କଳାକାର ଭାବରେ ବଲିଉଡ୍‌ରେ ଏଣ୍ଟ୍ରି କରିଥିଲେ। ଏହାପରେ ୧୯୯୫ ମସିହାରେ ରାଜକୁମାର ସନ୍ତୋଷୀଙ୍କ ଫିଲ୍ମ ‘ବରସାତ୍‌’ରେ ତାଙ୍କୁ ଦେଖିବାକୁ ମିଳିଥିଲା। ଫିଲ୍ମ ‘ବାଦଲ୍‌’ରେ ମଧ୍ୟ ବବିଙ୍କର ଦମ୍‌ଦାର୍‌ ଅଭିନୟ ଦେଖିବାକୁ ମିଳିଥିଲା। ଏହି ଫିଲ୍ମ ଶୁଟିଂ ସମୟରେ ଦୁର୍ଘଟଣା ଯୋଗୁ ବବିଙ୍କର ଗୋଡ଼ ଭାଙ୍ଗି ଯାଇଥିଲା। ତାଙ୍କୁ ଏହି ଫିଲ୍ମ ପାଇଁ ‘ଫିଲ୍ମ ଫେୟାର୍‌ ବେଷ୍ଟ ଡେବ୍ୟୁ’ ଆୱାର୍ଡ ମିଳିଥିଲା। ଏହାପରେ ବବି ଥ୍ରୀଲର୍‌ ଫିଲ୍ମ ‘ଗୁପ୍ତ: ଦ ହିଡେନ୍‌ ମ୍ୟାନ୍‌’ରେ ଅଭିନେତ୍ରୀ କାଜୋଲ୍‌ଙ୍କ ସହିତ କାମ କରିଥିଲେ। ସେହି ସମୟରେ ଏହି ଫିଲ୍ମଟି ବେଶ୍‌ ସଫଳତା ସାଉଁଟି ପାରିଥିଲା।

ଐଶ୍ୱର୍ଯ୍ୟା ରାୟ ବଚ୍ଚନ ତାଙ୍କର ପ୍ରଥମ ଫିଲ୍ମ ‘ଔର୍‌ ପ୍ୟାର୍‌ ହୋ ଗୟା’ ୧୯୯୭ରେ ବବି ଦେଓଲ୍‌ଙ୍କ ସହିତ କରିଥିଲେ। କିନ୍ତୁ ଫିଲ୍ମଟି ବକ୍ସ ଅଫିସ୍‌ରେ ସେତେଟା  ଜମି ନ ଥିଲା। ସେହିପରି ବବି ରାନୀ ମୁଖାର୍ଜୀଙ୍କ ସହିତ ‘ବାଦଲ୍‌’ ଓ ‘ବିଚ୍ଛୁ’ ପରି ଫିଲ୍ମ କରିଥିଲେ ଏବଂ ଭାଇ ସନ୍ନି ଦେଓଲ୍‌ଙ୍କ ସହିତ ଐତିହାସିକ ଘଟଣା ଉପରେ ଆଧାରିତ ଫିଲ୍ମ ’23rd March 1931 ରେ ସହିଦ୍‌ ଭଗତ ସିଂହ ଚରିତ୍ରରେ ଅଭିନୟ କରିଥିଲେ।



from Odisha Reporter http://bit.ly/2G0NgG4

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages