ଅଫିସର ସଙ୍କଟ ନା ସବୁଠୁ ଦକ୍ଷ ଆଇଏଏସ ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, January 29, 2019

ଅଫିସର ସଙ୍କଟ ନା ସବୁଠୁ ଦକ୍ଷ ଆଇଏଏସ !

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଶା ପଣ୍ୟାଗାର ନିଗମ ଅଧ୍ୟକ୍ଷ ତଥା ୧୯୯୨ ବ୍ୟାଚର ଆଇଏଏସ ଚନ୍ଦ୍ରଶେଖର କୁମାରଙ୍କୁ କେନ୍ଦ୍ରୀୟ ଡେପୁଟେସନରେ ଯିବା ପାଇଁ ରାଜ୍ୟ ସରକାର ଅନୁମତି ଦେଇଛନ୍ତି। ସେ କେନ୍ଦ୍ର ସରକାରଙ୍କ କ୍ୟାବିନେଟ୍ ସଚିବାଳୟରେ ଯୁଗ୍ମ ସଚିବ ଭାବେ କାମ କରିବେ। ଶ୍ରୀ କୁମାରଙ୍କ ସ୍ଥାନରେ ଓଡ଼ିଶା ପଣ୍ୟାଗାର ନିଗମର ଅଧ୍ୟକ୍ଷ ଭାବେ ଅତିରିକ୍ତ ଦାୟିତ୍ୱ ତୁଲାଇବା ପାଇଁ ରାଜ୍ୟ ସମବାୟ ସଚିବ କ୍ରିଷନ କୁମାରଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

୨୦୦୨ ବ୍ୟାଚ ଆଇଏଏସ ତଥା କମିଶନର ପାହ୍ୟାର ଆଇଏଏସ୍ କ୍ରିଷନ କୁମାର ଏବେ ବିଡିଏ ଉପାଧ୍ୟକ୍ଷ ଓ ଭୁବନେଶ୍ୱର ମହାନଗର ନିଗମର ପ୍ରଶାସକ ଭାବେ ଭାବେ ମଧ୍ୟ ଅତିରିକ୍ତ ଦାୟିତ୍ୱ ତୁଲାଉଛନ୍ତି। ଗତ କିଛଦିନ ପୂର୍ବରୁ ତାଙ୍କୁ ‘କାଳିଆ’ ଯୋଜନାର ଓଏସଡି ଭାବେ ଦାୟିତ୍ୱ ମଧ୍ୟ ମିଳିଛି।

ଅବଶ୍ୟ କେବଳ କ୍ରିଷନ କୁମାର ନୁହନ୍ତି, ଏହି ତାଲିକାରେ ବିଶାଳ ଦେବ, ସଞ୍ଜୟ ସିଂହ, ସଞ୍ଜିବ ଚୋପ୍ରା ଓ ହେମନ୍ତ ଶର୍ମାଙ୍କ ଭଳି ଅଫିସର ଅଛନ୍ତି ଯେଉଁମାନେ କି ଅତିକମରେ ୩ରୁ ୪ଟି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱରେ ରହିଛନ୍ତି। ତେବେ ପ୍ରଶ୍ନ ଉଠୁଛି, କ୍ରିଷନ କୁମାରଙ୍କ ଭଳି ଜଣେ ଅପେକ୍ଷାକୃତ ଜୁନିୟର ଅଫିସରଙ୍କୁ ଏକସଙ୍ଗେ ଏତେଗୁଡ଼ିଏ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ନ୍ୟସ୍ତ କରାଯାଇଛି କାହିଁକି? ଓଡ଼ିଶାରେ ଅଫିସରଙ୍କ ମରୁଡ଼ି ପଡ଼ିଛି ନା ସେ ହିଁ ସବୁଠୁ ଦକ୍ଷ ବୋଲି ରାଜ୍ୟ ସରକାର ସାର୍ଟିଫିକେଟ୍ ଦେବାକୁ ଚାହୁଁଛନ୍ତି, ତାକୁ ନେଇ ଚର୍ଚ୍ଚା।



from Odisha Reporter http://bit.ly/2Rr2ndY

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages