
ପାଟନା: ଆସନ୍ତା ଫେବୃଆରୀ ୩ ତାରିଖରେ ବିହାରର ଗାନ୍ଧି ନଗରରେ କଂଗ୍ରେସ ପକ୍ଷରୁ ‘ଜନ ଆକାଂକ୍ଷା’ ସମାବେଶ ଆରମ୍ଭ ହେବ। ଏଥିପାଇଁ କଂଗ୍ରେସ ପକ୍ଷରୁ ସମଗ୍ର ରାଜ୍ୟରେ ରାହୁଲ ଗାନ୍ଧି ଓ ଅନ୍ୟ ବରିଷ୍ଠ ନେତାଙ୍କ ଫଟୋ ଥିବା ବ୍ୟାନର ମରାଯାଇଛି। ତେବେ ଏହି ପୋଷ୍ଟରରେ ରାହୁଲ ଗାନ୍ଧିଙ୍କୁ ରାମ ଅବତାରରେ ଚିତ୍ରଣ କରାଯାଇଛି।
କଂଗ୍ରେସ କର୍ମୀ ବିଜୟ କୁମାର ସିଂହ ଯିଏ ରାହୁଲ ଗାନ୍ଧିଙ୍କୁ ରାମ ଅବତାରରେ ସଜାଇଛନ୍ତି ସେ କହିଛନ୍ତି,“ରାହୁଲଜୀଙ୍କ ପାଖରେ ଭଗବାନ ରାମଙ୍କ ସବୁ ଗୁଣ ରହିଛି। କିନ୍ତୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କେବଳ ଭଗବାନ ରାମକୁ ନେଇ ରାଜନୀତି କରୁଛନ୍ତି। କଂଗ୍ରେସ ଦୀର୍ଘ ବର୍ଷ ହେଲା ଦେଶର ବିକାଶ ପାଇଁ କାର୍ଯ୍ୟ କରି ଆସୁଛି।
ଏଥିପାଇଁ ବିଭିନ୍ନ ବିକାଶମୂଳକ ଯୋଜନା ମଧ୍ୟ କାର୍ଯ୍ୟକାରୀ କରାଯାଇଛି। କେବଳ ରାହୁଲ ଗାନ୍ଧି ଓ କଂଗ୍ରେସ ହିଁ ଅଯୋଧ୍ୟା ବିବାଦର ସାମାଧାନ କରିପାରିବେ। କିନ୍ତୁ ବିଜେପି ଏହି ପ୍ରସଙ୍ଗକୁ ଭୋଟ ବ୍ୟାଙ୍କ ଭାବେ ବ୍ୟବହାର କରୁଛି।”
from Odisha Reporter http://bit.ly/2FTTUi9
No comments:
Post a Comment