ଭାରତୀୟ ଫୁଟ୍‌ବଲ ଫ୍ୟାନ୍‌ଙ୍କୁ ବନ୍ଦୀ କଲେ ୟୁଇଏ ବ୍ୟକ୍ତି, ଦେଖନ୍ତୁ ଭିଡିଓ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, January 12, 2019

ଭାରତୀୟ ଫୁଟ୍‌ବଲ ଫ୍ୟାନ୍‌ଙ୍କୁ ବନ୍ଦୀ କଲେ ୟୁଇଏ ବ୍ୟକ୍ତି, ଦେଖନ୍ତୁ ଭିଡିଓ

ଦୁବାଇ: ଏଏଫସି ଏସିଆ କପ୍‌ ଫୁଟବଲ୍‌ ମ୍ୟାଚ୍‌ରେ ଭାରତ ଓ ୟୁଏଇ ମୁହାଁମୁହିଁ ହୋଇଥିଲେ। ତେବେ ଏହି ମ୍ୟାଚ୍‌ ପୂର୍ବରୁ ୟୁଏଇର ଜଣେ ବ୍ୟକ୍ତି ଭାରତୀୟ ଫୁଟବଲ ଫ୍ୟାନ୍‌ଙ୍କ ସହ କେଉଁ ଭଳି ପଶୁଭଳି ଆଚରଣ କରିଥିଲେ, ତା’ର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି।

ଭିଡିଓରେ ବ୍ୟକ୍ତି ଜଣଙ୍କ ଭାରତୀୟ ଫୁଟବଲ ଫ୍ୟାନ୍‌ଙ୍କୁ ପକ୍ଷୀଙ୍କ ପଞ୍ଜୁରୀରେ ବନ୍ଦୀ କରି ଲକ୍‌ କରିବାକୁ କହୁଥିବା ଦେଖିବାକୁ ମିଳୁଛି। ଏହି ବନ୍ଦୀ ଥିବା ବ୍ୟକ୍ତିମାନେ ଏସିଆ କପ୍‌ରେ ଟିମ୍‌ ଇଣ୍ଡିଆକୁ ସମର୍ଥନ କରିବାକୁ କହିବାରୁ ବ୍ୟକ୍ତି ଜଣଙ୍କ ହାତରେ ଏକ ବାଡ଼ି ଧରି ଏମାନଙ୍କୁ ବନ୍ଦୀ କରିଦେଇଥିବା କୁହାଯାଉଛି। ତେବେ ସେମାନେ ୟୁଏଇକୁ ସମର୍ଥନ କରିବେ ବୋଲି କହିବା ପରେ ବ୍ୟକ୍ତି ଜଣଙ୍କ ବନ୍ଦୀ ଥିବା ବ୍ୟକ୍ତିଙ୍କୁ ଛାଡ଼ୁଥିବା ଦୃଶ୍ୟ ଭିଡିଓରେ ରହିଛି।

ଏହି ଭିଡିଓ ଭାଇରାଲ୍‌ ହେବା ପରେ ଉକ୍ତ ବ୍ୟକ୍ତି ଜଣଙ୍କୁ ଗିରଫ କରାଯାଇଛି। ତାଙ୍କୁ ୟୁଏଇ ଆଟର୍ଣ୍ଣି ଜେନେରାଲ୍‌ ପଚରାଉଚରା କରିବା ପରେ ଛାଡ଼ି ଦେଇଛନ୍ତି। ବ୍ୟକ୍ତି ଜଣଙ୍କ ଏଭଳି ଘଟଣା ଥଟ୍ଟାମଜାରେ କରାଯାଇଥିବା ସଫେଇ ଦେଇଛନ୍ତି। ସେହ କହିଛନ୍ତି, ଭିଡିଓରେ ଥିବା ବ୍ୟକ୍ତିମାନେ ମୋ ସହ କାମ କରନ୍ତି। ସେମାନଙ୍କ ମଧ୍ୟରୁ ଜଣଙ୍କୁ ୨୨ ବର୍ଷ ହେଲା ଜାଣିଛି। କେବଳ ଥଟ୍ଟାମଜାରେ ଏଭଳି କରାଯାଉଥିଲା ବୋଲି ବ୍ୟକ୍ତି ଜଣଙ୍କ କହିଛନ୍ତି।

ଦେଖନ୍ତୁ ଭିଡିଓ



from Odisha Reporter http://bit.ly/2H9j7q7

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages