
ନୂଆଦିଲ୍ଲୀ: ଟେଷ୍ଟ କ୍ରିକେଟ୍ ଏବଂ ଦିନିକିଆ କ୍ରିକେଟ୍ରେ ଶ୍ରେଷ୍ଠ କ୍ରିକେଟର ସହିତ ଆଇସିସି କ୍ରିକେଟର ଅଫ୍ ଦି ଇୟର ପାଇଁ ଗାରଫିଲ୍ଡ ସୋବର୍ସ ଭଳି ସମସ୍ତ ୩ଟି ଶ୍ରେଷ୍ଠ ପୁରସ୍କାର ହାତେଇବାରେ ପ୍ରଥମ ବ୍ୟାଟ୍ସମ୍ୟାନ୍ ବିରାଟ ମଙ୍ଗଳ ବାର ଦିନ ଇତିହାସ ରଚିଛନ୍ତି। ୨୦୧୭-୧୮ ବର୍ଷ ପାଇଁତାଙ୍କୁ ଏହି ସମ୍ମାନ ମିଳିବା ନେଇ ଘୋଷଣା ହେବାପରେ ଭାବବିହ୍ୱଳ ବିରାଟ ନିଜେ ମତ ରଖିଛନ୍ତି।
Sir Garfield Sobers Trophy for ICC Men’s Cricketer of the Year
ICC Men’s Test Cricketer of the Year
ICC Men’s ODI Cricketer of the YearIndia’s superstar @imvKohli wins a hat-trick of prizes in the 2018 #ICCAwards!
https://t.co/ROBg6RI4aQ pic.twitter.com/MGB84Ct8S9
— ICC (@ICC) January 22, 2019
ତେବେ ଏହା ପୂର୍ବରୁ ଆଇସିସି ପକ୍ଷରୁ ଟ୍ୱିଟ୍ କରି କୁହାଯାଇଥିଲା, “କୋହଲି କେବଳ ୩ ପ୍ରମୁଖ ଆଇସିସି ଆୱାର୍ଡ ଜିତିନାହାନ୍ତି, ସେ ଉଭୟ ଟେଷ୍ଟ ଓ ଦିନିକିଆ କ୍ରିକେଟ୍ର ଅଧିନାୟକ ମଧ୍ୟ ମନୋନୀତ ହୋଇଛନ୍ତି। ଅନ୍ତର୍ଜାତୀୟ କ୍ରିକେଟ୍ରେ ତାଙ୍କର ଆକର୍ଷଣୀୟ ରନ୍ କାରଣରୁ ତାଙ୍କୁ ଏହି ସମ୍ମାନ ଦିଆଯାଇଛି।”
ଏହି ଅବସରରେ କୋହଲି ମତ ରଖି କହିଛନ୍ତି, “ଏହି ଖବର ପାଇ ଉତ୍ସାହଜନକ ଅନୁଭବ କଲି। ଏହା ବର୍ଷ ତମାମର କଠିନ ପରିଶ୍ରମର ପୁରସ୍କାର। ମୁଁ ଏଥିପାଇଁ କୃତଜ୍ଞ ଏବଂ ବହୁତ ଖୁସି ଯେ ଦଳ ଭଲ ପ୍ରଦର୍ଶନ କରୁଥିବା ସମୟରେ ମୁଁ ମଧ୍ୟ ଭଲ ପ୍ରଦର୍ଶନ କରିପାରୁଛି। ଆଇସିସି ପକ୍ଷରୁ ବିଶ୍ୱ ସ୍ତରରେ ପରିଚୟ ହାସଲ କରିବା ମୋ ପାଇଁ ଗର୍ବ ଓ ଗୌରବର କଥା। କାରଣ ଆପଣମାନେ ମଧ୍ୟ ଜାଣନ୍ତି କେତେ ସଂଖ୍ୟାରେ କ୍ରିକେଟର ଏହି ଖେଳ ଖେଳନ୍ତି।”
ଆହୁରି ପଢ଼ନ୍ତୁ- ବିରାଟଙ୍କ ବିରଳ ଇତିହାସ:ଆଇସିସି ପୁରସ୍କାରର ସବୁ ବିଭାଗରେ ଶ୍ରେଷ୍ଠ
ସେ ଆହୁରି ମଧ୍ୟ କହିଛନ୍ତି ଯେ, ସେମାନଙ୍କ ଭିତରୁ ଆସି ଏଭଳି ପୁରସ୍କୃତ ହେବା ନିଶ୍ଚୟ ଗୌରବର ମୁହୂର୍ତ୍ତ। ଏହା ଏଭଳି କିଛି ଯାହା ସମାନ ସଫଳତାକୁ ଦୋହରାଇବାରେ ସହାୟକ ହୋଇଥାଏ। କାରଣ ଏଥିପାଇଁ ଆପଣଙ୍କୁ ଖେଳର ମାନ ବଜାୟ ରଖିବା ହେବ ଏବଂ ଲଗାତାର ଭଲ ପ୍ରଦର୍ଶନ କରିବାକୁ ହେବ। ସେହି ସମସ୍ତ କାରଣରୁ ଏହି ପୁରସ୍କାର ତାଙ୍କ ପାଇଁ ଗଭୀରଭାବେ ପ୍ରେରଣାଦାୟକ ବୋଲି କୋହଲି କହିଛନ୍ତି।
ICC Men's Cricketer of the Year
ICC Men's Test Cricketer of the Year
ICC Men's ODI Cricketer of the Year
Captain of ICC Test Team of the Year
Captain of ICC Men's ODI Team of the YearLet's hear from the man himself, @imvKohli! #ICCAwards
pic.twitter.com/3M2pxyC44n
— ICC (@ICC) January 22, 2019
from Odisha Reporter http://bit.ly/2RGqElm


No comments:
Post a Comment