
ନୂଆଦିଲ୍ଲୀ: ଭାରତରେ ବ୍ୟବହୃତ ଇଭିଏମ୍ ହ୍ୟାକିଂ ହେଉଥିବା ନେଇ ଦାବି କରିଥିବା ତଥାକଥିତ ସାଇବର ବିଶେଷଜ୍ଞ ସୟିଦ ଶୁଜାଙ୍କ ନାଁରେ ଏଫ୍ଆଇଆର୍ ରୁଜୁ କରିବାକୁ ଆଜି ଭାରତୀୟ ନିର୍ବାଚନ କମିଶନ(ଇସି) ଦିଲ୍ଲୀ ପୁଲିସ୍କୁ ନିର୍ଦ୍ଦେଶ ଦେଇଛନ୍ତି।
ଭୁଲ ତଥ୍ୟ ଦେଇ ଲୋକଙ୍କ ମନରେ ଭ୍ରମାତ୍ମକ ଚିନ୍ତାଧାରା ସୃଷ୍ଟି କରିଥିବା ଶୁଜାଙ୍କ ବିରୋଧରେ ଆଇପିସିର ଧାରା ୫୦୫(୧)(ବି) ଓ ଅନ୍ୟ ଧାରାରେ ମାମଲା ରୁଜୁ କରିବାକୁ ଇସି କହିଛନ୍ତି। ଏଥିସହ ଶୁଜା କହିଥିଲେ ଯେ ସେ ଭାରତରେ ବ୍ୟବହୃତ ଇଭିଏମ୍ ଡିଜାଇନ୍ରେ ସହାୟକ ହୋଇଥିଲେ। ତେଣୁ ଏହାର ନିରପେକ୍ଷ ତଦନ୍ତ କରିବାକୁ ମଧ୍ୟ ଇସି କହିଛନ୍ତି।
ଗତକାଲି ଲଣ୍ଡନରେ ଭିଡିଓ କନଫରେନ୍ସିଂ ଜରିଆରେ ଏକ ସାମ୍ବାଦିକ ସମ୍ମିଳନୀ କରି ଶୁଜା ୨୦୧୪ ନିର୍ବାଚନରେ ଇଭିଏମ୍ ଟାମ୍ପରିଂ କରି ବିଜେପି ଜିତିଥିଲା ବୋଲି କହିଥିଲେ।
from Odisha Reporter http://bit.ly/2RZzF8l
No comments:
Post a Comment