‘କାଳିଆ’ ମାୟାରେ ବାୟା, ମଣ୍ଡିରେ ସଢ଼ୁଛି ଚାଷୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, January 10, 2019

‘କାଳିଆ’ ମାୟାରେ ବାୟା, ମଣ୍ଡିରେ ସଢ଼ୁଛି ଚାଷୀ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଚାଷୀଙ୍କ ସମସ୍ୟାକୁ ନେଇ ରାଜ୍ୟର ତିନି ପ୍ରମୁଖ ଦଳ ବିଜେଡି, ବିଜେପି ଓ କଂଗ୍ରେସ ମଧ୍ୟରେ ପ୍ରତିଯୋଗିତା ଚାଲିଛି। ସମସ୍ତେ ଚାଷୀଙ୍କ ପ୍ରତି ଦରଦ ଦେଖାଉଛନ୍ତି। ହେଲେ ପ୍ରକୃତରେ ଚାଷୀଙ୍କ ପାଇଁ ଏମାନଙ୍କ ହୃଦୟ କାନ୍ଦୁଛି ନା କେବଳ ଆଗାମୀ ନିର୍ବାଚନକୁ ଆଖି ଆଗରେ ରଖି ମାଇଲେଜ୍‌ ନେବାକୁ ଉଦ୍ୟମ ଚଳାଇଛନ୍ତି ତାହା ମୁଖ୍ୟ ପ୍ରସଙ୍ଗ। କାରଣ ଅସଲରେ ଚାଷୀଙ୍କ ଦୁର୍ଦ୍ଦଶାର ଚିତ୍ର ଆଖିରେ ଦେଖିଲେ ଜାଣିହେଉଛି। ସେପଟେ ‘କାଳିଆ’ ଯୋଜନାକୁ ନେଇ ରାଜନୀତି ଘନେଇବାରେ ଲାଗିଛି। କାଳିଆ ମାୟାରେ ବିଜେଡି ବାୟା ହୋଇଥିବା ବେଳେ ବିରୋଧୀ ଆକ୍ଷେପ କରିବାରେ ଲାଗିଛନ୍ତି। ହେଲେ ଚାଷୀଙ୍କ ସମସ୍ୟା ଯେଉଁଠି ଥିଲା ସେହିଠି ରହିଛି।

କେଉଁଠି ମଣ୍ଡିରେ ଧାନ ଧରି ଚାଷୀ ଶୀତକାକରରେ ପଡିଛି ତ ପୁଣି କେଁଉଠି ରାସ୍ତାକୁ ଓହ୍ଲାଇଛି। ଯେଉଁ ଚାଷୀଙ୍କ ପ୍ରତି ଦରଦ ଦେଖାଇବାକୁ ରାଜନୀତିକ ଦଳଙ୍କ ଭିତରେ ଜବରଦସ୍ତ ପ୍ରତିଯୋଗିତା ଚାଲିଛି ସେମାନେ ନିଜ କଷ୍ଟ ଉପାର୍ଜିତ ଫସଲକୁ ବିକି ନପାରି ରାସ୍ତାରେ ପଡ଼ିଛନ୍ତି।

ଢେଙ୍କାନାଳରେ ସ୍ଥିତି ଅସମ୍ଭାଳ ହେବାରେ ଲାଗିଛି। ବେଲଟିକିରି ମଣ୍ଡିରୁ ମିଲର ଧାନ ନେଉ ନଥିବା ଅଭିଯୋଗ ହେବା ସହ ତାତିଛନ୍ତି ଚାଷୀ। ଏପରିକି ରାସ୍ତାରୋକ କରିଛନ୍ତି।

ସମାନ ସ୍ଥିତି ମାଲକାନଗିରିରେ। ଅଭିଯୋଗ ଅନୁସାରେ ୬୨ଟି ମଣ୍ଡିରେ ୧୫ରୁ ୨୦ ଦିନ ହେଲା ଧାନ ପଡିଛି, ହେଲେ ମିଲର୍ସଙ୍କ ନିଘା ନାହିଁ କି ପ୍ରଶାସନର କୁମ୍ଭକର୍ଣ୍ଣ ନିଦ୍ରା ଭାଙ୍ଗୁନି। ଏହାର ପ୍ରତିବାଦରେ ଆଦିବାସୀ ମହାସଂଘ ସହ ମିଶି ଚାଷୀମାନେ ୧୦ଟି ସ୍ଥାନରେ ରାସ୍ତାରୋକ କରିଥିଲେ। ସେହିପରି ନୂଆପଡ଼ାର ତରବୋଡରେ ଧାନ ବିକି ନପାରି ମଣ୍ଡିରେ ଅସହ୍ୟ ଶୀତ କାକରରେ ପଡ଼ି ରହିଛନ୍ତି ଚାଷୀ।

ଚାଷୀ ସମସ୍ୟାକୁ ନେଇ ବିଜେପି ତିନିଟି ରାଜ୍ୟରେ ଚିତପଟାଙ୍ଗ ମାରିବା ପରେ ରାଜଧାନୀକୁ ଚାଷୀଙ୍କୁ ପୂରାଇ ଦେଉନଥିବା ବିଜେଡିର ନିଦ୍ରା ଭଙ୍ଗ ହୋଇଥିଲା। ରାଜ୍ୟର ଚାଷୀଙ୍କୁ ଖୁସି କରିବାକୁ ସରକାର ‘କାଳିଆ’ ଯୋଜନା ଘୋଷଣା କରିଦେଲେ। ଏଥିରେ ସାମିଲ ହେବା ପାଇଁ ଆବେଦନ ଫର୍ମ ଗ୍ରହଣ କରାଯାଉଛି। ହେଲେ ରାଜ୍ୟର ବିଭିନ୍ନ ସ୍ଥାନରୁ ଫର୍ମକୁ ନେଇ ଅଭିଯୋଗ ଆସୁଛି।

କାଳିଆ ଯୋଜନାରେ ସାମିଲ ହେବାକୁ ଫର୍ମ ପାଇଁ ପୂରା ରାଜ୍ୟରେ ଯେମିତି ପ୍ରତିଯୋଗିତା ଚାଲିଛି। ଭଦ୍ରକ ବାସୁଦେବପୁର ଅଞ୍ଚଳରେ ଯେଉଁମାନେ ନିର୍ଦ୍ଧାରିତ ସମୟରେ ଆବେଦନ କରିପାରି ନାହାନ୍ତି ସେମାନେ ଚିନ୍ତାରେ, କାରଣ ପଞ୍ଚାୟତ ଅଫିସରେ ତ ଫର୍ମ ମିଳୁନି। ଜେରକ୍ସ ଫର୍ମରେ ଆବେଦନ ହେଉଛି। ତେଣେ କିନ୍ତୁ ବିଜେଡି କର୍ମୀ ଅରିଜିନାଲ ଫର୍ମ ବାଣ୍ଟୁଥିବା ଅଭିଯୋଗ ହୋଇଛି।

ଝାରସୁଗୁଡ଼ା ଜିଲ୍ଲାର ଅଧିକାଂଶ ପଞ୍ଚାୟତରେ ବି ଜେରକ୍ସ ଫର୍ମକୁ ନେଇ ବଢିଛି ଅସନ୍ତୋଷ।

ତେବେ କାଳିଆ ଯୋଜନାରେ ଆବେଦନ ପାଇଁ ଜେରକ୍ସ ଫର୍ମ ମି ଚଳିବ ବୋଲି କୃଷି ସଚିବ ସୌରଭ ଗର୍ଗ ସୂଚନା ଦେଇଛନ୍ତି। ସେ କହିଛନ୍ତି, “ଜେରକ୍ସ ଫର୍ମରେ ଆବେଦନ କରିହେବ। ପ୍ରଥମ ପର୍ଯ୍ୟାୟ ପରେ ପୁଣି ୨ୟ ପର୍ଯ୍ୟାୟରେ ବି ଆବେଦନ କରିହେବ। ଆବେଦନ ସରିଲେ ଯାଞ୍ଚ କରାଯାଇ ହିତାଧିକାରୀଙ୍କୁ ସହାୟତା ମିଳିବ।”

କାଳିଆ ଯୋଜନାକୁ ନବୀନ ନିଜ ସରକାରର ଜୀବନ ରକ୍ଷାକାରୀ ଔଷଧ କରିଛନ୍ତି ବୋଲି କହି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଆକ୍ଷେପ କରିବା ସହ ଯୋଜନାରେ ଆଶାତୀତ ଦୁର୍ନୀତି ହୋଇଥିବା ଅଭିଯୋଗ କରିଛନ୍ତି।

ବିଜେପି ଏହାକୁ ନିର୍ବାଚନୀ ଚାଲ୍ ବୋଲି କହିଥିବା ବେଳେ ଯୋଗାଣ ମନ୍ତ୍ରୀ ସୂର୍ଯ୍ୟନାରାୟଣ ପାତ୍ର କହିଛନ୍ତି କାଳିଆକୁ ନେଇ ଯେଉଁଠୁ ଅଭିଯୋଗ ଆସିବ ସେଠାରେ କାର୍ଯ୍ୟାନୁଷ୍ଠାନ ନିଆଯିବ।



from Odisha Reporter http://bit.ly/2SMXUUx

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages