ନିର୍ଣ୍ଣାୟକ ମ୍ୟାଚ୍‌ର ଧୂଆଁଧାର ଇନିଂସ୍‌ ପରେ ଧୋନି କହିଲେ ଏମିତି କଥା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, January 18, 2019

ନିର୍ଣ୍ଣାୟକ ମ୍ୟାଚ୍‌ର ଧୂଆଁଧାର ଇନିଂସ୍‌ ପରେ ଧୋନି କହିଲେ ଏମିତି କଥା

ମେଲବୋର୍ଣ୍ଣ: ୟୁଜବେନ୍ଦର ଚହଲଙ୍କ ଚମକ ପରେ ମହେନ୍ଦ୍ର ସିଂହ ଧୋନିଙ୍କ ଧମାକା। ଶେଷରେ ଭାରତ ଅଷ୍ଟ୍ରେଲିଆକୁ ନିଜ ମାଟିରେ ଉଭୟ ଟେଷ୍ଟ ଏବଂ ଦିନିକିଆରେ ଧୂଳି ଚଟାଇଛି ଭାରତ। ତେବେ ଦିନିକିଆ ସିରିଜ୍‌ ବିଜୟରେ ୮୭ ରନ୍‌ ସହିତ ବିଜୟ ପର୍ଯ୍ୟନ୍ତ ଅପରାଜିତ ରହି ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଥିବା ଧୋନିଙ୍କ ଉପରେ ଏବେ ସମସ୍ତଙ୍କ ନଜର। ୨୦୧୮ ମସିହା ତାଙ୍କ ପାଇଁ ଅନେକ ଦୁଃଖଦ ଖବର ନେଇ ଆସିଥିବାବେଳେ ପ୍ଲେୟର ଅଫ୍‌ ଦି ସିରିଜ୍‌ ମାନ୍ୟତା ସହିତ ୨୦୧୯ ତାଙ୍କ ପାଇଁ ନୂଆ ଆରମ୍ଭ ସଦୃଶ ଉଭା ହୋଇଛି।

ଆଜି ତାଙ୍କର ବ୍ୟାଟିଂ ପୋଜିସନ୍‌ରେ ଉନ୍ନତି ଘଟିବା ସମସ୍ତଙ୍କ ପାଇଁ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥିଲା। ସେ ଆଜି ନିଜର ଚିରାଚରିତ ନମ୍ବରରେ ବ୍ୟାଟିଂ ଆସିବା ବଦଳରେ ୪ ନମ୍ବରରେ କ୍ରିଜ୍‌କୁ ଓହ୍ଲାଇଥିଲେ। ତେବେ ଏହାକୁ ନେଇ ସେ କହିଛନ୍ତି, କୌଣସି ନମ୍ବରରେ ବ୍ୟାଟିଂ କରିବା ତାଙ୍କ ପାଇଁ ଫରକ ପଡ଼େନି। ସେ ଯେକୌଣସି ସ୍ଥାନରେ ବ୍ୟାଟିଂ କରିବାକୁ ପ୍ରସ୍ତୁତ ଥିବା ଜଣାଇଛନ୍ତି।

ଏହି ସିରିଜ୍‌ ତାଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହୋଇଛି। ତାଙ୍କ ଫର୍ମକୁ ନେଇ ରହିଥିବା ସମସ୍ତ ସନ୍ଦେହ ମୋଚନ ହେବା ସହିତ ଏହା କେବଳ ତାଙ୍କର ବ୍ୟକ୍ତିଗତ ଜୋର୍‌ଦାର କମ୍‌ବ୍ୟାକ୍‌ ନୁହେଁ, ବରଂ ୩ଟି ମ୍ୟାଚ୍‌ରେ ୧୯୫ ରନ୍‌ର ଇନିଂସ୍‌ ୨୦୧୯ ମସିହାରେ ହିଁ ଖେଳାଯିବାକୁ ଥିବା ବିଶ୍ୱକପ୍‌ ପୂର୍ବରୁ ଦଳ ପାଇଁ ମଧ୍ୟ ଶୁଭଙ୍କର ସୂଚନା।

ଧୋନି ଆଜିର ବିଜୟ ପରେ କହିଛନ୍ତି, “ଆଜି ୱିକେଟ୍‌ ଧୀମା ରହିଥିଲା, ସେହି କାରଣରୁ ଯେଉଁ ସମୟରେ ସେ ଚାହୁଁଥିଲେ ମଧ୍ୟ ବଡ଼ ଶଟ୍‌ ଖେଳି ହେଉନଥିଲା। ଶେଷ ପର୍ଯ୍ୟନ୍ତ ଖେଲିବାର ଥିଲା କାହିଁକି ନା ସେମାନଙ୍କର କିଛି ବୋଲର ନିଜର କୋଟା ସାରିବାର ଶେଷ ପର୍ଯ୍ୟାୟରେ ଥିଲେ। ଯେଉଁମାନେ ଭଲ ବୋଲିଂ କରୁଥିଲେ ସେମାନଙ୍କୁ ଆକ୍ରମଣ କରିବା ଆବଶ୍ୟକ ନଥିଲା। କେଦାର ଚିରାଚରିତ ଶଟ୍‌ ନଖେଳି ଠିକ୍‌ ନିଷ୍ପତ୍ତି ନେଇଥିଲେ ଏବଂ ବାଉଣ୍ଡରୀ ମାରିବା ଗୁରୁତ୍ୱପୂର୍ଣ୍ଣ କଥା ଥିଲା।

ବିଶ୍ୱକପ୍‌ରେ ସେ ୪ ନମ୍ବରରେ ଓହ୍ଲାଇବେ କି ପଚରାଯିବାରୁ ସାମାନ୍ୟ ହସିବା ସହିତ ଏହି ଶ୍ରେଷ୍ଠ ଫିନିଶର କହିଥିଲେ, ଦଳର ଆବଶ୍ୟକତା ଅନୁଯାୟୀ ମୁଁ ଯେକୌଣସି ସ୍ଥାନରେ ମଧ୍ୟ ଖେଳିବାକୁ ଚାହିଁବି। ତୁମେ କେଉଁ ନମ୍ବରରେ ଖେଳିବାକୁ ଚାହୁଁଛ ପ୍ରସଙ୍ଗ ନୁହେଁ,୧୪ ବର୍ଷର କ୍ୟାରିୟର୍‌ ପରେ ମୁଁ କହିପାରିବନି ଯେ ମୁଁ ୬ ନମ୍ବରରେ ଖେଳିବାକୁ ଚାହୁଁନି କିମ୍ବା ୪ ନମ୍ବରରେ ଖେଳିବାକୁ ଚାହୁଁଛି।



from Odisha Reporter http://bit.ly/2RwWctE

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages