ନିର୍ଣ୍ଣାୟକ ଦିନିକିଆ: ଟସ୍‌ ଜିତି ଟିମ୍‌ ଇଣ୍ଡିଆର ବୋଲିଂ ନିଷ୍ପତ୍ତି, ବିଜୟଙ୍କ ଡେବ୍ୟୁ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, January 17, 2019

ନିର୍ଣ୍ଣାୟକ ଦିନିକିଆ: ଟସ୍‌ ଜିତି ଟିମ୍‌ ଇଣ୍ଡିଆର ବୋଲିଂ ନିଷ୍ପତ୍ତି, ବିଜୟଙ୍କ ଡେବ୍ୟୁ

ମେଲବର୍ଣ୍ଣ: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ଦିନିକିଆ ସିରିଜ୍‌ର ଅନ୍ତିମ ତଥା ନିର୍ଣ୍ଣାୟକ ମ୍ୟାଚ୍‌ ମେଲବର୍ଣ୍ଣରେ ଆରମ୍ଭ ହୋଇଛି। ଏହି ନିର୍ଣ୍ଣାୟକ ଦିନିକିଆରେ ଟିମ୍‌ ଇଣ୍ଡିଆର ଅଧିନାୟକ ବିରାଟ୍‌ କୋହଲି ଟସ୍‌ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛନ୍ତି।

ଭାରତ ଆଜି ଚୂଡ଼ାନ୍ତ ଏକାଦଶରେ ୩ଟି ପରିବର୍ତ୍ତନ କରିଛି। ମହମ୍ମଦ ସିରାଜଙ୍କ ବଦଳରେ ଟିମ୍‌ ଇଣ୍ଡିଆ ପାଇଁ ଆଜି ବିଜୟ ଶଙ୍କର ଡେବ୍ୟୁ କରୁଛନ୍ତି। ସେ ଅଲରାଉଣ୍ଡର ଭାବେ ଦଳରେ ସାମିଲ ହୋଇଛନ୍ତି। ସେହିପରି ରନ୍‌ ପାଇଁ ପଡ଼ିଆରେ ସଂଘର୍ଷ କରୁଥିବା ଅମ୍ବାତି ରାୟୁଡୁଙ୍କ ବଦଳରେ ସ୍ପିନିଂ ଅଲରାଉଣ୍ଡର କେଦାର ଯାଦବଙ୍କୁ ଚୂଡ଼ାନ୍ତ ଏକାଦଶରେ ସାମିଲ କାରାଯାଇଛି।

ଗତ ମ୍ୟାଚ୍‌ରେ ମହଙ୍ଗା ସାବ୍ୟସ୍ତ ହୋଇଥିବା କୁଲଦୀପ ଯାଦବଙ୍କ ବଦଳରେ ସିରିଜ୍‌ରେ ପ୍ରଥମ ଥର ପାଇଁ ୟୁଜବେନ୍ଦର ଚହଲଙ୍କୁ ଚୂଡ଼ାନ୍ତ ଏକାଦଶରେ ସୁଯୋଗ ମିଳିଛି।

ଅନ୍ୟପକ୍ଷରେ ଅଷ୍ଟ୍ରେଲିଆ ଗତକାଲିଠାରୁ ତା’ର ଚୂଡ଼ାନ୍ତ ଏକାଦଶ ଘୋଷଣା କରି ସାରିଥିଲା। ଯେଉଁଥିରେ ଜାସନ୍‌ ବେହରନ୍ ଡର୍ଫ ଓ ନେଥନ ଲାୟନଙ୍କୁ ବାଦ ଦିଆଯାଇଥିଲା। ଏହି ଦୁଇ ଖେଳାଳିଙ୍କ ବଦଳରେ ବିଲ୍ଲୀ ଷ୍ଟାଙ୍କଲେକ ଓ ଆଡାମ ଜାମ୍ପାଙ୍କୁ ଚୂଡ଼ାନ୍ତ ଏକାଦଶରେ ସୁଯୋଗ ମିଳିଛି।

ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ଦିନିକିଆ ସିରିଜ୍‌ ଏବେ ୧-୧ରେ ବରାବର ରହିଛି। ତେଣୁ ଉଭୟ ଦଳ ନିର୍ଣ୍ଣାୟକ ଦିନିକିଆ ଜିତି ସିରିଜ୍‌ ହାତେଇବାକୁ ଲକ୍ଷ୍ୟ ରଖିଛନ୍ତି। ଭାରତ ଆଜି ଯାଏ କେବେ ହେଲେ ଅଷ୍ଟ୍ରେଲିଆ ମାଟିର ଦ୍ୱିପାକ୍ଷିକ ସିରିଜ୍‌ ଜିତି ନାହିଁ। ତେଣୁ ଦଳ ଏଥର ଇତିହାସ ସୃଷ୍ଟି କରିବାକୁ ଲକ୍ଷ୍ୟ ରଖିଛି।

ଭାରତ ଶେଷଥର ପାଇଁ ୨୦୧୬ରେ ଅଷ୍ଟ୍ରେଲିଆ ମାଟିରେ ଘରୋଇ ଦଳ ବିପକ୍ଷରେ ୫ଟିକିଆ ଦିନିକିଆ ସିରିଜ୍‌ ଖେଳିଥିଲା। ଯେଉଁଥିରେ ଟିମ୍‌ ଇଣ୍ଡିଆ ୪-୧ରେ ପରାସ୍ତ ହୋଇଥିଲା। ଭାରତ କେବଳ ୨୦୦୮ରେ ସିବି ସିରିଜ୍‌ ଓ ୧୯୮୫ରେ ୱାଲର୍ଡ ଚାମ୍ପିୟନଶିପ୍‌ ହିଁ ଅଷ୍ଟ୍ରେଲିଆରେ ଜିତିଛି।



from Odisha Reporter http://bit.ly/2RRWlra

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages