
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜି ହେଉଛି ପ୍ରଖ୍ୟାତ ଭାରତୀୟ କବି କିମ୍ବଦନ୍ତୀ ବ୍ୟକ୍ତିତ୍ୱ ହରିବଂଶ ରାୟ ବଚ୍ଚନଙ୍କ ଶ୍ରାଦ୍ଧ ବାର୍ଷିକୀ। ୨୦୦୩ ଜାନୁୟାରୀ ୧୮ ତାରିଖରେ ବଚ୍ଚନ ପରଲୋକଗମନ କରିଥିଲେ। ତାଙ୍କ ରଚିତ ହିନ୍ଦୀ କାବ୍ୟ କବିତା ଆଜି ମଧ୍ୟ ଭାରତୀୟ ସାହିତ୍ୟକୁ ବଳିଷ୍ଟ ଅବଦାନ ବୋଲି କୁହାଯାଏ। ହେଲେ ଜାଣିଛନ୍ତି ହରିବଂଶ ରାୟ ବଚ୍ଚନଙ୍କ ଅସଲ ନାଁ କ’ଣ?
୧୯୦୭ ମସିହା ଗଙ୍ଗା କୂଳର ପବିତ୍ର ସହର ଆହ୍ଲବାଦ୍ ତଥା ଆଜିର ପ୍ରୟାଗରାଜଠାରେ ଜନ୍ମ ଗ୍ରହଣ କରିଥିଲେ ହରିବଂଶରାୟ । ସାଙ୍ଗିଆ ଥିଲା ‘ଶ୍ରୀବାସ୍ତବ’। ପ୍ରତାପ ନାରାୟଣ ଶ୍ରୀବାସ୍ତବ ଓ ସରସ୍ୱତୀ ଦେବୀଙ୍କ ସନ୍ତାନ ଥିଲେ ହରିବଂଶରାୟ। ଗେହ୍ଲାପୁଅକୁ ସ୍ଥାନୀୟ ଭାଷାରେ ବଚ୍ଚା ଓ ବଚ୍ଚନ ବୋଲି କୁହାଯାଏ। ଏଇ ନାଁରେ ପିଲାଟି ବେଳୁ ସମ୍ବୋଧିତ ହୋଇ ଆସୁଥିଲେ ହରିବଂଶରାୟ। ସମୟକ୍ରମେ ହିନ୍ଦୀ କାବ୍ୟ ସାହିତ୍ୟର ଏହି ମହାନ୍ ସ୍ରଷ୍ଟା ଜଣକ ସେହି ‘ବଚ୍ଚନ’ ନାଁରେ ହିଁ ପ୍ରସିଦ୍ଧ ହୋଇଥିଲେ।
ତାଙ୍କ ସମସ୍ତ କାବ୍ୟକୃତି ମଧ୍ୟରୁ “ମଧୂଶାଲା”କୁ ସବୁ ସମୟରେ ପାଠକେ ପସନ୍ଦ କରନ୍ତି। ଆଜି ମଧ୍ୟ ଏହି କାବ୍ୟଖଣ୍ଡ ପାଇଁ ସେ ସାହିତ୍ୟ ପ୍ରେମୀଙ୍କ ମନରେ ସ୍ୱତନ୍ତ୍ର ସ୍ଥାନ ବଜାଏ ରଖିଛନ୍ତି।
ହିନ୍ଦୀ ସିନେମା ଜଗତ ବିଗ୍ ବି ଅମିତାଭ ହେଉଛନ୍ତି ତାଙ୍କ ସୁଯୋଗ୍ୟ ସନ୍ତାନ। ଅମିତାଭ ମଧ୍ୟ ପିତାଙ୍କ ନାମ ବଚ୍ଚନକୁ ସାଙ୍ଗିଆ ଭାବେ ଗ୍ରହଣ କରିଛନ୍ତି।
from Odisha Reporter http://bit.ly/2Diihni
No comments:
Post a Comment