
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଶ୍ରୀମନ୍ଦିର ସଂସ୍କାର ପାଇଁ ନିଯୁକ୍ତ ହେଲେ ନୂଆ ଆମିକସ୍ କ୍ୟୁରି। ଭାରତ ସରକାରଙ୍କ ପୂର୍ବତନ ସଲିସିଟର ଜେନେରାଲ୍ ରଞ୍ଜିତ କୁମାରଙ୍କୁ ଆଜି ନୂଆ ଆମିକସ୍ କ୍ୟୁରି ଭାବେ ନିଯୁକ୍ତି ଦେଇଛନ୍ତି ସୁପ୍ରିମ୍କୋର୍ଟ।
ଶ୍ରୀମନ୍ଦିର ସଂସ୍କାର ନେଇ ପୂର୍ବରୁ ନିଯୁକ୍ତ ହୋଇଥିବା ଆମିକସ୍ କ୍ୟୁରି ଗୋପାଳ ସୁବ୍ରମଣ୍ୟମ୍ ଦାୟିତ୍ୱରୁ ଅବ୍ୟାହତି ନେବା ପରେ ଏହି ପଦ ଖାଲି ପଡ଼ିଥିଲା।
ଶ୍ରୀମନ୍ଦିର ସଂସ୍କାର ମାମଲାରେ ଆବେଦନକାରୀ ମୃଣାଳିନୀ ପାଢ଼ୀଙ୍କ ପକ୍ଷରୁ ରୁଜୁ ହୋଇଥିବା ଜନସ୍ୱାର୍ଥ ମାମଲାର ଶୁଣାଣି କରି ଜଷ୍ଟିସ୍ ଏ.କେ ଶିକ୍ରି, ଜଷ୍ଟିସ୍ ଏମ୍.ଏ ଶାହ ଓ ଜଷ୍ଟିସ୍ ଅବଦୁଲ ନାଜିରଙ୍କୁ ନେଇ ଗଠିତ ବେଞ୍ଚ୍ ରଞ୍ଜିତ କୁମାରଙ୍କୁ ନୂଆ ଆମିକସ୍ କ୍ୟୁରି ଘୋଷଣା କରିଛନ୍ତି।
ଫେବ୍ରୁଆରୀ ୫ ତାରିଖରେ ଏ ମାମଲାରେ ପରବର୍ତ୍ତୀ ଶୁଣାଣି ହେବ।
from Odisha Reporter http://bit.ly/2RlsdEX
No comments:
Post a Comment