କାଳିଆ ହେଲା ଗୋଳିଆ:କେଉଁଠି ଅଧିକାରୀ ଅଟକ ତ ଆଉ କେଉଁଠି ରାସ୍ତାରୋକ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, January 7, 2019

କାଳିଆ ହେଲା ଗୋଳିଆ:କେଉଁଠି ଅଧିକାରୀ ଅଟକ ତ ଆଉ କେଉଁଠି ରାସ୍ତାରୋକ

ଜଳେଶ୍ୱର/ବଣାଇ (ଓଡ଼ିଶା ରିପୋର୍ଟର): ଚାଷୀଙ୍କୁ ସ୍ୱାବଲମ୍ବୀ କରିବା ପାଇଁ ରାଜ୍ୟ ସରକାର ‘କାଳିଆ’ ଯୋଜନା ଘୋଷଣା କରିଛନ୍ତି। ଜାନୁଆରୀ ୧୦ ତାରିଖ ସୁଦ୍ଧା ଚାଷୀମାନେ ନିଜ ପଞ୍ଚାୟତରେ ଆବେଦନ କରିପାରିବେ। ସେଥିପାଇଁ ଚାଷୀମାନେ ପ୍ରତିଦିନ ସକାଳେ ଅଫିସରେ ପହଞ୍ଚୁଛନ୍ତି। ମାତ୍ର ସେମାନଙ୍କୁ ‘କାଳିଆ’ ଫର୍ମ ମିଳୁନାହିଁ। ଆଉ ଯେଉଁଠି ଫର୍ମ ମିଳୁଛି, ତାକୁ ପୂରଣ କରି ଦେବା ପରେ ଚାଷୀଙ୍କୁ ରସିଦ ମିଳୁନି। ଯାହାଫଳରେ ଏହି ଯୋଜନାକୁ ନେଇ ଚାଷୀଙ୍କ ମନରେ ସନ୍ଦେହ ସୃଷ୍ଟି ହେବାରେ ଲାଗିଛି। ଏହାକୁ ନେଇ ଆଜି ବାଲେଶ୍ୱର ଜିଲ୍ଲା ରେମୁଣା, ଜଳେଶ୍ୱର, ଜଗତସିଂହପୁର ଜିଲ୍ଲାର ବାଲିକୁଦା ଓ ରଘୁନାଥପୁର ଏବଂ ସୁନ୍ଦରଗଡ଼ ଜିଲ୍ଲା ବଣାଇ ବ୍ଲକରେ କେତେକ ପଞ୍ଚାୟତରେ ଉତ୍ତେଜନା ଦେଖାଦେଇଛି। ବଣାଇ ରଜାମୁଣ୍ଡାରେ ସ୍ଥାନୀୟ ଲୋକଙ୍କ ରାସ୍ତା ଅବରୋଧ କରିଥିବା ଜଣାପଡ଼ିଛି।

ଆଜି ଭୋଗରାଇ ବ୍ଲକ ଗୁଣୁସାଗର, ନହରା ଓ କମର୍ଦ୍ଦା ପଞ୍ଚାୟତର ଚାଷୀମାନେ କାଳିଆ ଯୋଜନାରେ ଫର୍ମ ପାଇଁ ପଞ୍ଚାୟତ ଅଫିସରେ ପହଞ୍ଚିଥିଲେ। ଫର୍ମ ପୂରଣ କରି ପଞ୍ଚାୟତ ନୋଡାଲ ଅଫିସରଙ୍କ ପାଖରେ ଜମା ବି କଲେ। ହେଲେ ନୋଡାଲ ଅଧିକାରୀ ସେମାନଙ୍କୁ ରିସିଟ୍‌ ଦେଲେନାହିଁ। ଫଳରେ ଚାଷୀମାନେ ପଞ୍ଚାୟତ ଅଫିସରେ ହୋ-ହଲ୍ଲା କରିଥିଲେ। ରିସିଟ୍‌ ଦେବାକୁ ଚାଷୀମାନେ ଦାବି କରିଥିଲେ।

ବାଲିଆପାଳ ବ୍ଲକ ଜଗତିପୁର ପଞ୍ଚାୟତରେ ଆବଶ୍ୟକତାଠାରୁ କମ୍‌ କାଳିଆ ଯୋଜନାର ଫର୍ମ ଆସିଥିଲା। ଫଳରେ ଚାଷୀମାନେ ଫର୍ମ ପାଇନଥିଲେ। ଏହାକୁ ନେଇ ଉତ୍ତେଜନା ପ୍ରକାଶ ପାଇଥିଲା। ଉତ୍ତ୍ୟକ୍ତ ଚାଷୀମାନେ ପଞ୍ଚାୟତ ନୋଡାଲ ଅଫିସରଙ୍କୁ ତାଲା ପକାଇ ରଖିଥିଲେ। କାଳିଆ ଫର୍ମ ଦେଲେ ଯାଇ ନୋଡାଲ ଅଧିକାରୀଙ୍କୁ ଛଡ଼ା ଯିବ ବୋଲି ରୋକ୍‌ଠୋକ୍‌ ଶୁଣାଇ ଦେଇଥିଲେ। ଖବର ପାଇ ବାଲିଆପାଳ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଚାଷୀଙ୍କୁ ବୁଝାସୁଝା କରିଥିଲେ। ମାତ୍ର ଚାଷୀମାନେ ନିଜ ଜିଦ୍‌ରେ ଅଟଳ ରହିଛନ୍ତି। ଖବର ଲେଖାହେବା ପର୍ଯ୍ୟନ୍ତ ନୋଡାଲ ଅଫିସରଙ୍କୁ ଛଡ଼ା ଯାଇନାହିଁ।

ରେମୁଣା ବ୍ଲକ କଲ୍ୟାଣପୁର ପଞ୍ଚାୟତରେ କାଳିଆ ଯୋଜନାରେ ଫର୍ମ ପାଇଁ ଚାଷୀମାନେ ପଞ୍ଚାୟତ ଅଫିସରେ ପହଞ୍ଚିଥିଲେ। ମାତ୍ର ଆବଶ୍ୟକଠାରୁ କମ୍‌ ଫର୍ମ ଆସିଥିବାରୁ ଚାଷୀ ଫର୍ମ ପାଇନଥିଲେ। ଫଳରେ କିଛି ସମୟ ପାଇଁ ପଞ୍ଚାୟତ ଅଫିସରେ ପାଟିତୁଣ୍ଡ ହୋଇଥିଲା।

ସୁନ୍ଦରଗଡ଼ ଜିଲ୍ଲା ବଣାଇ ବ୍ଲକ ରଜାମୁଣ୍ଡା ଓ କସଡ଼ା ପଞ୍ଚାୟତରେ ଚାଷୀଙ୍କୁ ଫର୍ମ ମିଳିନଥିଲା। ଫଳରେ ପଞ୍ଚାୟତ ଅଫିସରେ ଚାଷୀମାନେ ପାଟିତୁଣ୍ଡ କରିଥିଲେ। ଏହାର ପ୍ରତିବାଦରେ ଚାଷୀମାନେ ରଜାମୁଣ୍ଡାଠାରେ ରାସ୍ତାରୋକ କରିଥିଲେ। ୨ ଘଣ୍ଟା ଧରି ରାସ୍ତାରୋକ କରିବାରୁ ଗାଡ଼ି ଚଳାଚଳ ଏକ ପ୍ରକାର ଠପ୍‌ ହୋଇଯାଇଥିଲା। ଲହୁଣୀପଡ଼ା ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ବୁଝୁସୁଝା କରିବା ପରେ ରାସ୍ତାରୋକ ପ୍ରତ୍ୟାହୃତ ହୋଇଥିଲା।

ସମାନ ଚିତ୍ର ଜତସିଂହପୁର ଜିଲ୍ଲା ଇଚ୍ଛାପୁର ଓ ଏରଡଙ୍ଗ ପଞ୍ଚାୟତରେ ଦେଖିବାକୁ ମିଳିଥିଲା। ଆବଶ୍ୟକତାଠାରୁ କମ୍‌ ଫର୍ମ ମିଳିବାରୁ ପଞ୍ଚାୟତ ଅଫିସରେ ପାଟିତୁଣ୍ଡ ହୋଇଥିଲା। ଏପରିକି ଏରଡଙ୍ଗ ପଞ୍ଚାୟତର ଚାଷୀମାନେ ରାସ୍ତାରୋକ କରିଥିଲେ।

କାଳିଆ ଯୋଜନାରେ ଭାଗ ଚାଷୀ ଓ ଭୂମିହୀନମାନେ ମଧ୍ୟ ସାମିଲ୍‌ ହୋଇପାରିବେ ବୋଲି ସରକାର କହିଥିଲେ। ମାତ୍ର ସରକାରଙ୍କ ଗାଇଡ୍‌ଲାଇନ୍‌ ଅନୁସାରେ ଭୂମିହୀନମାନେ ସ୍ଥାନୀୟ ଅରଆଇଙ୍କଠାରୁ ପ୍ରମାଣପତ୍ର ଆଣିବେ ଓ ଭାଗ ଚାଷୀମାନେ ଜମି ମାଲିକଙ୍କଠାରୁ ଲିଖିତ ଆକାରରେ ଆଣିବେ। କିନ୍ତୁ ଏହା ସମ୍ଭବପର ହେଉନାହିଁ। ମାତ୍ର ଆର୍‌ଆଇ ଚିହ୍ନଟ କରି ପ୍ରମାଣ ପତ୍ର ଦେଉନାହାନ୍ତି। ଜମି ମାଲିକ ମଧ୍ୟ ଲେଖିକି ଦେଉନାହାନ୍ତି। ଯାହାଫଳରେ ଭାଗ ଚାଷୀ ଓ ଭୂମିହୀନମାନେ ହତାଶ ହୋଇଛନ୍ତି।



from Odisha Reporter http://bit.ly/2C6lXqk

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages