ଚଳନ୍ତି ଭଗବାନ ଡ. ଶିବକୁମାର ସ୍ୱାମୀ ଆଉ ନାହାନ୍ତି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, January 21, 2019

ଚଳନ୍ତି ଭଗବାନ ଡ. ଶିବକୁମାର ସ୍ୱାମୀ ଆଉ ନାହାନ୍ତି

ବେଙ୍ଗାଲୁରୁ: ଲିଙ୍ଗାୟତ ସଂପ୍ରଦାୟର ମହାନ ଗୁରୁ ତଥା ଚଳନ୍ତି ଭଗବାନ ଭାବେ ପରିଚିତ ଡ. ଶିବକୁମାର ସ୍ୱାମୀଜୀ ଆଉ ନାହାନ୍ତି। ଆଜି ମଧ୍ୟାହ୍ଣ ୧୧.୪୦ରେ ସେ କର୍ଣ୍ଣାଟକାର ତୁମକୁର ସ୍ଥିତ ଶ୍ରୀ ସିଦ୍ଧଗଙ୍ଗା ମଠରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୧୧୧ ବର୍ଷ ବୟସ ହୋଇଥିଲା।

ସେ ଏହି ଶ୍ରୀ ସିଦ୍ଧଗଙ୍ଗା ମଠର ମୁଖ୍ୟ ଭାବେ କାର୍ଯ୍ୟ କରୁଥିଲେ ଏବଂ ତାଙ୍କୁ ଦୀର୍ଘ ୨ ସପ୍ତାହ ହେଲା ଭେଣ୍ଟିଲେଟର ମଧ୍ୟରେ ହିଁ ରଖା ଯାଇଥିଲା। ତାଙ୍କ ମୃତ୍ୟୁରେ ରାଜ୍ୟ ସରକାର ୩ ଦିନିଆ ରାଷ୍ଟ୍ରୀୟ ଶୋକ ଘୋଷଣା କରିଛନ୍ତି। ଏଥିସହ ଆସନ୍ତାକାଲି ସମସ୍ତ ଶିକ୍ଷାନୁଷ୍ଠାନ ଓ ସରକାରୀ ପ୍ରତିଷ୍ଠାନ ବନ୍ଦ ରହିବ ବୋଲି କହିଛନ୍ତି। ଆସନ୍ତାକାଲି ଅପରାହ୍ଣ ୪.୩୦ରେ ଶ୍ରୀ ଶିବକୁମାର ସ୍ୱାମୀଜୀଙ୍କ ଅନ୍ତିମ ସଂସ୍କାର କରାଯିବ।

ସ୍ୱାମୀଜୀ ଉପାଧି ଲିଙ୍ଗାୟତ ଓ ବୀରଶୈବ ସଂପ୍ରଦାୟର ଧର୍ମଗୁରୁ ଭାବେ ପରିଚିତ ଥିଲେ। ସେ ପଦ୍ମ ଭୂଷଣ ଉପାଧିରେ ସମ୍ମାନିତ ହୋଇଥିଲେ। ଏବେ ତାଙ୍କୁ ଦେଶର ସର୍ବୋଚ୍ଚ ବେସାମରିକ ସମ୍ମାନ ଭାରତ ରତ୍ନରେ ସମ୍ମାନିତ କରିବା ପାଇଁ କର୍ଣ୍ଣାଟକା ମୁଖ୍ୟମନ୍ତ୍ରୀ ଏଚ୍‌ଡି କୁମାର ସ୍ୱାମୀ ଏବଂ ତାଙ୍କ ଚିରପ୍ରତିଦ୍ୱନ୍ଦ୍ୱୀ ତଥା ବିଜେପି ନେତା ବିଏସ୍‌ ୟେଦ୍ଦୁରାପ୍ପା ଦାବି କରିଛନ୍ତି।

ପ୍ରଥମେ ଶିବକୁମାର ସ୍ୱାମୀଜୀଙ୍କୁ ଚେନ୍ନାଇ ସ୍ଥିତ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। ଏହାପରେ ତାଙ୍କୁ ଶ୍ରୀ ସିଦ୍ଧଗଙ୍ଗା ମଠକୁ ଆଣି ଭେଣ୍ଟିଲେଟରରେ ରଖାଯାଇଥିଲା।

ମଠ ଓ ରାଜ୍ୟର ବିଭିନ୍ନ ସ୍ଥାନରେ ସ୍ୱତନ୍ତ୍ର ଯଜ୍ଞର ଆୟୋଜନ କରାଯାଇ ତାଙ୍କ ଆରୋଗ୍ୟ କାମନା କରାଯାଇଥିଲା। ଡିସେମ୍ବର ମାସରେ ତାଙ୍କ ଯକୃତ ଅପରେସନ୍‌ ପରେ ଏହା ସଂକ୍ରମିତ ହୋଇଥିଲା। ଯେଉଁଥିପାଇଁ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିବା ଆରମ୍ଭ ହୋଇଥିଲା।

ଶ୍ରୀ ସିଦ୍ଧଗଙ୍ଗା ଶିକ୍ଷା ସୋଶାଇଟ୍‌ ପ୍ରତିଷ୍ଠାତା ଶ୍ରୀ ଶିବକୁମାର ସ୍ୱାମୀଜୀ ଅନେକଙ୍କୁ ମାଗଣା ଶିକ୍ଷା ଯୋଗାଇ ଦେଇଥିଲେ। ଲିଟ୍ରେଚର୍‌ରେ ତାଙ୍କ ଡକ୍ଟରେଟ୍‌ ଉପାଧି ମଧ୍ୟ ମିଳିଥିଲା। ତାଙ୍କ ସମାଜସେବା ସମାଜର ପ୍ରତିଟି ବର୍ଗ ଓ ଜାତିର ଲୋଙ୍କ ମନକୁ ଛୁଇଁ ପାରିଥିଲା।

ତାଙ୍କ ମୃତ୍ୟୁରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଠାରୁ ଆରମ୍ଭ କରି ବହୁମାନ୍ୟଗଣ୍ୟ ବ୍ୟକ୍ତି ଗଭୀର ଶୋକବ୍ୟକ୍ତ କରିଛନ୍ତି।



from Odisha Reporter http://bit.ly/2sE2Hfu

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages