‘ମାୟାବତୀ ଜୀ,ଏଇଟା କ’ଣ ସେହି ଶାଲ୍‌?’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, January 29, 2019

‘ମାୟାବତୀ ଜୀ,ଏଇଟା କ’ଣ ସେହି ଶାଲ୍‌?’

ଲକ୍ଷ୍ନୌ: ବହୁଜନ ସମାଜବାଦୀ ପାର୍ଟି ସୁପ୍ରିମୋ ମାୟାବତୀଙ୍କୁ ପୁଣି ଜଣେ ବିଜେପି ନେତା ଉପହାସ କରିଛନ୍ତି। ଉତ୍ତରପ୍ରଦେଶ ବିଜେପି ମୁଖ୍ୟ ମହେନ୍ଦ୍ର ନାଥ ପାଣ୍ଡେ ୧୯୯୫ ମସିହାରେ ମାୟାବତୀଙ୍କ ଉପରେ ସମାଜବାଦୀ ପାର୍ଟି କର୍ମୀ କରିଥିବା ଆକ୍ରମଣ ବାବଦରେ ଉଦାହରଣ ଦେଇ ଏକ ପରିହାସମୁଳକ ବୟାନ ଦେଇଛନ୍ତି।

ସେ କହିଛନ୍ତି, “ମୁଁ ସୋଶାଲ ମିଡିଆରେ ପଢ଼ିବାକୁ ପାଇଲି ଜଣେ ଯୁବକ ପୋଷ୍ଟ କରିଥିଲେ ଯେ, ଅଖିଲେଶ ମାୟାବତୀଙ୍କୁ ସେହି ଶାଲ୍‌ ପ୍ରଦାନ କରିଥିଲେ ଯାହା ତାଙ୍କ ବାପା ମୁଲାୟମ ୧୯୯୫ ମସିହା ଗେଷ୍ଟହାଉସ୍‌ ଘଟଣାରେ ଛଡ଼ାଇନେଇଥିଲେ।” ସେ ଆହୁରି ମଧ୍ୟ କହିଛନ୍ତି, ଅଖିଲେଶଙ୍କ ଦଳ ପୂର୍ବରୁ ମଧ୍ୟ ମାୟାବତୀକୁ ପରୀକ୍ଷା କରି ଛାଡ଼ି ସାରିଛି।


ପୂର୍ବରୁ ଜଣେ ଉତ୍ତରପ୍ରଦେଶ ବିଜେପି ବିଧାୟକ ସାଧନା ସିଂହ କହିଥିଲେ, “ମାୟାବତୀଙ୍କର କୌଣସି ଆତ୍ମସମ୍ମାନ ନାହିଁ। ତାଙ୍କୁ ଅସଦାଚରଣ କରାଯାଇଥିଲା। ଦ୍ରୌପଦୀଙ୍କୁ ଅସଦାଚରଣ କରାଯାଇଥିବାବେଳେ ସେ ପ୍ରତିଶୋଧ ନେଇଥିଲେ, କିନ୍ତୁ ଏହି ସ୍ତ୍ରୀଲୋକ ସବୁକିଛି ହରାଇବା ପରେ ମଧ୍ୟ କ୍ଷମତା ପାଇଁ ନିଜର ମର୍ଯ୍ୟାଦା ବିକ୍ରି କରିଦେଇଛନ୍ତି।”



from Odisha Reporter http://bit.ly/2FWlAmA

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages