
ବଲାଙ୍ଗିର (ଓଡ଼ିଶା ରିପୋର୍ଟର): ଲୋଇସିଂହାର ପୂର୍ବତନ ବିଜେଡି ବିଧାୟକ ରମାକାନ୍ତ ସେଠ୍ ଆଜି କଂଗ୍ରେସରେ ଯୋଗ ଦେଇଛନ୍ତି। ବଲାଙ୍ଗିରର କୋଶଳ କଳା ମଣ୍ଡଳ ପଡ଼ିଆରେ କଂଗ୍ରେସ ପକ୍ଷରୁ ଆୟୋଜିତ ଜାଗରଣ ସମାବେଶରେ ଏହି ମିଶ୍ରଣପର୍ବ ହୋଇଥିଲା। ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଉପସ୍ଥିତିରେ ସେ କଂଗ୍ରେସରେ ଯୋଗ ଦେଇଥିଲେ।
ବିରୋଧୀ ଦଳ ନେତା ନରସିଂହ ମିଶ୍ରଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି ସମାବେଶରେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଭକ୍ତ ଦାସଙ୍କ ସମେତ ଦଳର ବହୁ ପୂର୍ବତନ ସାଂସଦ ଓ ବିଧାୟକ ଯୋଗ ଦେଇଥିଲେ।
ହଜାର ହଜାର କଂଗ୍ରେସ କର୍ମୀ ଓ କୃଷକ ଏହି ସମାବେଶରେ ଯୋଗ ଦେଇଥିଲେ। ଏଥିରେ କୃଷି ଋଣ ଛାଡ଼ ସହିତ ଏମ୍ଏସ୍ପି ବୃଦ୍ଧି କରିବାକୁ ଦଳୀୟ ନେତାମାନେ ଦାବି କରିଥିଲେ।
from Odisha Reporter http://bit.ly/2SDB2GX
No comments:
Post a Comment