‘ମଣିକର୍ଣ୍ଣିକା’ ରିଲିଜ୍‌ ପୂର୍ବରୁ ବଢ଼ିଲା କଙ୍ଗନାଙ୍କ ଘରେ ସୁରକ୍ଷା ବ୍ୟବସ୍ଥା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, January 24, 2019

‘ମଣିକର୍ଣ୍ଣିକା’ ରିଲିଜ୍‌ ପୂର୍ବରୁ ବଢ଼ିଲା କଙ୍ଗନାଙ୍କ ଘରେ ସୁରକ୍ଷା ବ୍ୟବସ୍ଥା

ମୁମ୍ବାଇ: ‘ମଣିକର୍ଣ୍ଣିକା: ଦ କୁଇନ୍‌ ଅଫ୍‌ ଝାନ୍‌ସି’ର ରିଲିଜ୍ ପୂର୍ବରୁ ଅଭିନେତ୍ରୀ କଙ୍ଗନାଙ୍କ ଘର ଚାରିପାଖେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ଫିଲ୍ମ୍‌ର ନିର୍ଦ୍ଦିଷ୍ଟ କିଛି ସିନ୍‌ ଉପରେ ଆପତ୍ତି ଉଠାଇ କର୍‌ନି ସେନା ଏହାକୁ ବିରୋଧ କରିବା ପରେ ପୋଲିସ୍‌ ପକ୍ଷରୁ କଙ୍ଗନାଙ୍କ ବାସଭବନ ସମ୍ମୁଖରେ କୌଣସି ଅପ୍ରୀତିକର ପରିସ୍ଥିତିକୁ ଏଡ଼ାଇବା ଆବଶ୍ୟକ ପଦକ୍ଷେପ ନିଆଯାଇଛି।

ପୂର୍ବରୁ ହୋଇଥିବା ଅଭିଯୋଗ ଅନୁସାରେ, ଫିଲ୍ମରେ ରାଣୀ ଲକ୍ଷ୍ମୀ ବାଈଙ୍କର ଜଣେ ବ୍ରିଟିଶ୍‌ ଅଫିସର ସହିତ ଆଫୟାର୍‌ ଥିବା ଦର୍ଶାଯାଇଛି। ଏହା ସହ ଫିଲ୍ମର ଏକ ଗୀତରେ ଲକ୍ଷ୍ମୀ ବାଈଙ୍କ ଡ୍ୟାନ୍ସ ସିନ୍‌ ରହିଛି। ଏହା ରାଜପୁତ୍‌ ସଂସ୍କୃତିରେ ଗ୍ରହଣୀୟ ନୁହେଁ ବୋଲି କର୍‌ନି ସେନା ଦର୍ଶାଇବା ସହ ପ୍ରତିବାଦରେ କଙ୍ଗନାଙ୍କ ବାସଭବନ ଘେରାଉ କରିବ ବୋଲି ଧମକ ଦେଇଥିଲା।

ତେବେ କର୍‌ନି ସେନାର ଏପରି ଅଭିଯୋଗକୁ ଅଭିନେତ୍ରୀ କଙ୍ଗନା ରାନାୱତ୍‌ ଖଣ୍ଡନ କରିଛନ୍ତି। ଏଭଳି କୌଣସି ଦୃଶ୍ୟ ଫିଲ୍ମରେ ନାହିଁ ବୋଲି ସେ କହିଛନ୍ତି।

ପୂର୍ବରୁ କଙ୍ଗନା ମଧ୍ୟ କର୍‌ନି ସେନାଙ୍କ ଧମକର ଜବାବ ଦେଇଥିଲେ। ସେ କହିଥିଲେ, ‘ମୁଁ କାହାକୁ ଡରିନାହିଁ।’ କଙ୍ଗନାଙ୍କ କହିବା ଥିଲା ଯେ ଫିଲ୍ମ ‘ମଣିକର୍ଣ୍ଣିକା’କୁ ସେନ୍ସର ବୋର୍ଡ଼ ପାସ୍‌ କରିସାରିଛି। ଏହା ବ୍ୟତୀତ ଚାରି ଜଣ ବିଶିଷ୍ଟ ଐତିହାସିକ ମଧ୍ୟ ଫିଲ୍ମକୁ ଦେଖିସାରିଛନ୍ତି। ତେଣୁ ଏହାପରେ ବି କର୍‌ନି ସେନା ତାଙ୍କ ଫିଲ୍ମକୁ ବିରୋଧ କରୁଛନ୍ତି ଓ ନାନା  ଧମକ ଦେଉଛନ୍ତି।

‘ମଣିକର୍ଣ୍ଣିକା’ ଶୁକ୍ରବାର ଅର୍ଥାତ୍‌ ଜାନୁଆରୀ ୨୫ରେ ରିଲିଜ ହେବ। ଫିଲ୍ମରେ କଙ୍ଗନାଙ୍କ ବ୍ୟତୀତ ଅଙ୍କିତା ଲୋଖଣ୍ଡେ, ଅତୁଲ କୁଲକର୍ଣ୍ଣୀ, ସୁରେଶ ଓବରଏ ଓ ଡ୍ୟାନି ଡେଙ୍ଗ୍‌ଜୋପା ପ୍ରମୁଖ ନଜର ଆସିବେ। ଫିଲ୍ମର ନିର୍ଦ୍ଦେଶନା କଙ୍ଗନା ରଣାୱତ୍ ଓ କ୍ରିଶ୍‌ ମିଳିତ ଭାବେ ଦେଇଛନ୍ତି।



from Odisha Reporter http://bit.ly/2S7SkyM

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages