ପ୍ରଥମ ଥର ନିଜ ବୟଫ୍ରେଣ୍ଡ୍‌ ନାଁ ଖୁଲାସା କଲେ ସାରା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, January 28, 2019

ପ୍ରଥମ ଥର ନିଜ ବୟଫ୍ରେଣ୍ଡ୍‌ ନାଁ ଖୁଲାସା କଲେ ସାରା

sara

ମୁମ୍ବାଇ: ଅଭିନେତ୍ରୀ ସାରା ଅଲ୍ଲୀ ଖାନ୍‌ ଫିଲ୍ମ ‘ସିମ୍ବା’ର ସଫଳତାରେ ଏବେ ଖୁସି ମନାଉଛନ୍ତି। ଏହା ସହ ସାରା ଏବେ ତାଙ୍କ ନୂଆ ପ୍ରୋଜେକ୍ଟର ସିଲେକ୍ସନ୍‌ରେ ବ୍ୟସ୍ତ। କିନ୍ତୁ ଅଭିନେତ୍ରୀ ସାରାଙ୍କ ସହ ଅଭିନେତା ସୁଶାନ୍ତ ସିଂହ ରାଜପୁତ୍‌ଙ୍କ ଅଫେୟାରକୁ ନେଇ ଚର୍ଚ୍ଚା ଥମିବାର ନାଁ ନେଉନି। ସୁଶାନ୍ତଙ୍କ ଜନ୍ମଦିନରେ ସେ ତାଙ୍କ ଘରକୁ କେକ୍ ନେଇ ଯାଇଥିବା ବେଳେ ଦୁହେଁ ସାଥିରେ ଭୋଜନ କରିଥିଲେ । ଏହା ପରେ ଦୁହେଁ ଡେଟ୍ କରୁଥିବା ନେଇ ଚର୍ଚ୍ଚା ଆରମ୍ଭ ହୋଇ ଯାଇଥିଲା।

ତେବେ ଏ ସବୁ ଚର୍ଚ୍ଚାକୁ ମିଛ ବୋଲି କହିଛନ୍ତି ସାରା। ଏକ ସାକ୍ଷାତକାରରେ ସାରା ସୁଶାନ୍ତଙ୍କୁ ଡେଟ୍ କରିବା ଖବର ମିଛ ବୋଲି କହିବା ସହ ନିଜ ବୟଫ୍ରେଣ୍ଡ୍‌ଙ୍କ ନାଁ ଖୁଲାସା କରିଛନ୍ତି।

ସେ କହିଛନ୍ତି, ‘‘ମୋର ପ୍ରଥମ ବା ଗୋଟିଏ ପ୍ରେମିକ ଥିଲେ ବୀର ପହରିଆ। ତାଙ୍କଠାରୁ ଅଲଗା ହେବା ପରେ ମୁଁ ଏ ପର୍ଯ୍ୟନ୍ତ ଆଉ କାହାକୁ ଡେଟ୍ କରିନାହିଁ।’’

sara4ସାରା ବଲିଉଡ୍‌ରେ ପ୍ରବେଶ କରିବା ପୂର୍ବରୁ ବୀର୍‌ଙ୍କୁ ଡେଟ୍ କରୁଥିଲେ। ୨୦୧୬ରେ ଦୁହିଁଙ୍କ ଫଟୋକୁ ନେଇ ସୋଶାଲ ମିଡିଆରେ ଖୁବ୍‌ ଚର୍ଚ୍ଚା ବି ହୋଇଥିଲା। କିନ୍ତୁ ପରେ ଦୁହେଁ ପରସ୍ପରଠାରୁ ଅଲଗା ହୋଇ ଯାଇଥିଲେ। ସାକ୍ଷାତକାରରେ ସାରା ଏକଥା ବି କହିଥିଲେ, ବୀର୍‌ଙ୍କୁ ସହ ଡେଟ୍‌ କରିବା ସମୟରେ ତାଙ୍କର ହୃଦୟ ଭାଙ୍ଗି ନ ଥିଲା। ଦୁହିଁଙ୍କ ସମ୍ପର୍କ ଠିକ୍‌ରେ ଚାଲି ନ ଥିବରୁ ଦୁହେଁ ଆପୋସ ବୁଝାମଣାରେ ଅଲଗା ହୋଇଯାଇଥିଲୁ। ବୀର ପୂର୍ବତନ କେନ୍ଦ୍ର ମନ୍ତ୍ରୀ ସୁଶିଲ କୁମାର ସିନ୍ଦେଙ୍କ ନାତି ବୋଲି ଜଣାପଡ଼ିଛି।

କିଛିଦିନ ପୂର୍ବରୁ ସାରା କାର୍ତ୍ତିକ୍‌ ଆର୍ଯ୍ୟନ୍‌ଙ୍କୁ ନିଜ କ୍ରଶ୍‌ ବୋଲି କହିଥିଲେ। ଅନେକ ଟକ୍‌ ଶୋ’ରେ ସେ କାର୍ତ୍ତିକଙ୍କ ବିଷୟରେ ବି କହିଥାନ୍ତି। ତେଣୁ କ’ଣ ସତ କ’ଣ ମିଛ ଆମେ ଜାଣିପାରୁନୁ। କ’ଣ କହୁଛନ୍ତି ଆମେ ସତ ଭାବୁଛୁ ତ ?



from Odisha Reporter http://bit.ly/2TkTofY

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages