ପୁଣି ଜଣେ ନାବାଳିକା ଅନ୍ତଃସତ୍ତ୍ୱା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, January 14, 2019

ପୁଣି ଜଣେ ନାବାଳିକା ଅନ୍ତଃସତ୍ତ୍ୱା

boy

ବାଲିଗୁଡ଼ା (ଅଜିତ ନାୟକ): କନ୍ଧମାଳ ଜିଲ୍ଲାର ଏକ ଆବାସିକ ବିଦ୍ୟାଳୟର ଜଣେ ଅଷ୍ଟମ ଶ୍ରେଣୀ ଛାତ୍ରୀ ପ୍ରସବ କରିବା ଘଟଣାକୁ ନେଇ ଝଡ଼ ଥମି ନଥିବା ବେଳେ ଆଉ ଜଣେ ନାବାଳିକା ଅନ୍ତଃସତ୍ତ୍ୱା ହୋଇଥିବା ଖବର ଆସିଛି। ଏ ଘଟଣା ବି କନ୍ଧମାଳ ଜିଲ୍ଲାରେ ଘଟିଛି। ଏନେଇ ଜି.ଉଦୟଗିରି ଆଦର୍ଶ ଥାନାରେ ଅଭିଯୋଗ ହୋଇଛି।

ଅଭିଯୋଗ ଆଧାରରେ ପୁଲିସ୍‌ ରିକୁ ନାୟକ ନାମକ ଜଣେ ଯୁବକଙ୍କୁ ଗିରଫ କରିଛି।

ପୀଡ଼ିତାଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ଲାଗି ଫୁଲବାଣୀ ପଠାଯାଇଛି ବୋଲି ଜି.ଉଦୟଗିରି ଏସ୍‌ଡିପିଓ ଜୟକୃଷ୍ଣ ବେହେରା ସୂଚନା ଦେଇଛନ୍ତି।

ଯୁବକ ଜଣକ ନାବାଳିକାଙ୍କୁ ବିବାହର ପ୍ରଲୋଭନ ଦେଖାଇ ଅନ୍ତଃସତ୍ତ୍ୱା କରିଥିବା ଅଭିଯୋଗ ହୋଇଛି।

ଗତକାଲି ଅଷ୍ଟମ ଶ୍ରେଣୀ ଛାତ୍ରୀ ପ୍ରସବ କରିବା ଘଟଣାରେ ଦୁଷ୍କର୍ମ ଅଭିଯୋଗ ଆସିଛି। ପୁଲିସ୍ ଉକ୍ତ ବ୍ୟକ୍ତିଙ୍କୁ ଅଟକ ରଖି ପଚରାଉଚରା କରୁଥିବା ଜଣାପଡ଼ିଛି।

ସେହିପରି ଏହି ଘଟଣାରେ ଆବାସିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ରାଧାରାଣୀ ଦଳେଇଙ୍କୁ ନିଲମ୍ବନ କରାଯାଇଛି। ଆଦିବାସୀ କଲ୍ୟାଣ ମନ୍ତ୍ରୀ ରମେଶ ମାଝୀ କହିଛନ୍ତି ଯେ ଏହି ଘଟଣାରେ ୬ ଜଣଙ୍କୁ ବହିଷ୍କାର କରାଯାଇଥିବା ବେଳେ ୪ ଜଣଙ୍କୁ ନିଲମ୍ବନ କରାଯାଇଛି। ଛାତ୍ରୀ ଜଣଙ୍କ ହଷ୍ଟେଲ୍‌ରେ ରହୁଥିଲେ ସୁଦ୍ଧା ସ୍କୁଲ୍ କର୍ତ୍ତୃପକ୍ଷ ଘଟଣାକୁ ଚପାଇ ରଖିଥିଲେ ବୋଲି ଅଭିଯୋଗ ହୋଇଛି।



from Odisha Reporter http://bit.ly/2FpOQBY

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages