୫୦୦୦ କିଲୋଗ୍ରାମ୍‌ର ଖେଚୁଡ଼ି ପ୍ରସ୍ତୁତି କରି ବିଜେପିର ବିଶ୍ୱରେକର୍ଡ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, January 6, 2019

୫୦୦୦ କିଲୋଗ୍ରାମ୍‌ର ଖେଚୁଡ଼ି ପ୍ରସ୍ତୁତି କରି ବିଜେପିର ବିଶ୍ୱରେକର୍ଡ

ନୂଆଦିଲ୍ଲୀ: ରବିବାର ଦିଲ୍ଲୀଠାରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହଙ୍କ କାର୍ଯ୍ୟକ୍ରମ ଅବସରରେ ୫୦୦୦ କିଲୋଗ୍ରାମ୍‌ର ଖେଚୁଡ଼ି ପ୍ରସ୍ତୁତି କରି ରେକର୍ଡ କରିଛି। ଏପରି କରି ବିଜେପି ବିଶ୍ୱରେକର୍ଡ କରିବା ପ୍ରୟାସରେ ଥିବାବେଳେ ସବୁଠାରୁ ଉଲ୍ଲେଖନୀୟ କଥା ହେଉଛି ଏହି ଖେଚୁଡ଼ି ପାଇଁ ଦଳିତମାନଙ୍କ ଘରୁ ହିଁ ଚାଉଳ ଏବଂ ଡାଲି ସଂଗ୍ରହ କରାଯାଇଥିଲା।

ଦିଲ୍ଲୀର ରାମଲୀଲା ମୈଦାନ୍‌ ଏହି ଖେଚୁଡ଼ି ପ୍ରସ୍ତୁତି ଚାଲିଥିଲା ଓ ଏହା ‘ଭୀମ୍‌ ମହାସଙ୍ଗମ୍‌ ବିଜୟ ସଂକଳ୍ପ’ ଶୋଭାଯାତ୍ରାରେ ଆସିଥିବା ସମର୍ଥକଙ୍କ ମଧ୍ୟରେ ଏହି ଖେଚୁଡ଼ି ବଣ୍ଟନ କରାଯାଇଥିଲା ।

୨୦୧୭ ନଭେମ୍ବର ମାସରେ ପ୍ରସିଦ୍ଧ ରୋଷେୟା ସଞ୍ଜୀବ କପୁର ୯୧୮ କେଜିର ଖେଚୁଡ଼ି ପ୍ରସ୍ତୁତ କରି ରେକର୍ଡ କରିଥିଲେ। ୱାର୍ଲ୍ଡ ଫୁଡ୍‌ ଇଣ୍ଡିଆ ଅବସରରେ ସେ ଏହି ଖେଚୁଡ଼ି ପ୍ରସ୍ତୁତ କରିଥିଲେ ଏବଂ ଏହା ବିଶ୍ୱର ସବୁଠାରୁ ଅଧିକ ପରିମାଣର ରନ୍ଧା ଯାଇଥିବା ଖେଚୁଡ଼ିଭାବରେ ରେକର୍ଡ କରିଥିଲା।

ଆଜି ଏହି ରାଲିକୁ ଶାହ ଉଦ୍‌ବୋଧନ ଦେଇ ଦଳିତଙ୍କ ପାଇଁ ତାଙ୍କ ଦଳ ନେଇଥିବା ପଦକ୍ଷେପ ବାବଦରେ କହିଥିଲେ। ସମାଜର ଦଳିତ ଏବଂ ନିଷ୍ପେସିତଙ୍କ ପାଇଁ ବିଜେପି ଉଦାସୀନ ଥିବା କଂଗ୍ରେସ ଅଭିଯୋଗ କରିଆସୁଥିବାବେଳେ ଆଜିର ଏହି କାର୍ଯ୍ୟକ୍ରମ ସେହି ଦୃଷ୍ଟିରୁ ଗୁରୁତ୍ୱ ବହନ କରୁଛି। କଂଗ୍ରେସ ଅଧ୍ୟକ୍ଷ ଦଳିତ ପ୍ରସଙ୍ଗ ଉଠାଇ କହିଥିଲେ, ଯଦି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ହୃଦୟରେ ଦଳିତଙ୍କ ପାଇଁ ଦରଦ ଥାଆନ୍ତା ତାହା ତାଙ୍କ ପଲିସିରୁ ଜଣାପଡ଼ୁଥାଆନ୍ତା।



from Odisha Reporter http://bit.ly/2CQTZAf

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages