ବ୍ରିଜ୍‌ରୁ ଯୁବକଙ୍କ ଉପରେ ପଡ଼ିଲା ଲୁହା ରଡ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, January 22, 2019

ବ୍ରିଜ୍‌ରୁ ଯୁବକଙ୍କ ଉପରେ ପଡ଼ିଲା ଲୁହା ରଡ

ସମ୍ବଲପୁର (ଓଡ଼ିଶା ରିପୋର୍ଟର): ସମ୍ବଲପୁର ସହରର ମହିଳା ଥାନା ସମ୍ମୁଖ ଏକ ନିର୍ମାଣାଧୀନ ବ୍ରିଜ୍‌ରୁ ଲୁହା ରଡ ଖସି ଜଣେ ଯୁବକ ଆହତ ହୋଇଛନ୍ତି। ଯୁବକ ଜଣଙ୍କ ରାସ୍ତାରେ ଯାଉଥିବା ବେଳେ ହଠାତ୍‌ ଲୁହା ରଡ ତାଙ୍କ ଉପରେ ପଡ଼ିଥିଲା। ଗୁରୁତର ଅବସ୍ଥାରେ ତାଙ୍କୁ ବୁର୍ଲା ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି। ଆହତ ଯୁବକ ଜଣକ ଅଇଁଠାପାଲି ଅଞ୍ଚଳର ଅତୁଲ ଦାସ ବୋଲି ଜଣାପଡ଼ିଛି।

କିଛି ଦିନ ତଳେ ବ୍ରିଜ୍‌ରୁ ଅତଡ଼ା ଖସି ଜଣେ ବ୍ୟକ୍ତି ଆହତ ହୋଇଥିଲେ। ସମ୍ପୃକ୍ତ ବ୍ରିଜ୍‌ର କାମ ପଣ୍ଡା ଇନ୍‌ଫ୍ରା ପକ୍ଷରୁ କରାଯାଉଥିଲା। ଦୁଇ ଦୁଇଟି ଦୁର୍ଘଟଣା ପରେନିର୍ମାଣାଧୀନ ଫ୍ଲାଏଓଭର୍ ନିକଟରେ କେଉଁ ପ୍ରକାର ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ତାକୁ ନେଇ ପ୍ରଶ୍ନ ଉଠିବାରେ ଲାଗିଛି। ଦୁଇଟି ଅଘଟଣ ପରେ ଜିଲ୍ଲା ପ୍ରଶାସନର ନିଦ୍ରାଭଙ୍ଗ ହୋଇଛି। ରାସ୍ତା ବନ୍ଦ ହେବା ପରେ କାମ ଆରମ୍ଭ ହେବ ବୋଲି ସମ୍ବଲପୁର ଜିଲ୍ଲାପାଳ ସମର୍ଥ ବର୍ମା କହିଛନ୍ତି।



from Odisha Reporter http://bit.ly/2AWStvc

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages