
ମୁମ୍ବାଇ(ଓଡ଼ିଶା ରିପୋର୍ଟର): ନିର୍ଦ୍ଦେଶକ ସଞ୍ଜୟ ଲୀଲା ଭଂଶାଲୀଙ୍କ ପ୍ରିୟ ଅଭିନେତ୍ରୀମାନଙ୍କ ମଧ୍ୟରେ ଦୀପିକା ପାଦୁକୋନ୍ ଜଣେ କହିଲେ ଅତ୍ୟୁକ୍ତି ହେବନାହିଁ। ବଲିଉଡ୍ର ଏହି ଚର୍ଚ୍ଚିତ ଯୋଡ଼ି ଅନେକ ହିଟ୍ ଫିଲ୍ମ ଦେଇଛନ୍ତି। ଭଂଶାଲୀଙ୍କ ନିର୍ଦ୍ଦେଶିତ ଫିଲ୍ମରେ ଦୀପିକାଙ୍କ ଆପିୟରେନ୍ସ ମାନେ ନିଶ୍ଚିତ ଭାବେ ହିଟ୍ ହେବ ଏ କଥା ଦର୍ଶକ ଜାଣନ୍ତି। ନିକଟ ଅତୀତରେ ଦର୍ଶକଙ୍କୁ ଜବରଦସ୍ତ ମନୋରଞ୍ଜନ କରାଇଥିବା ଦୁହିଁଙ୍କ ଚଳଚ୍ଚିତ୍ର ‘ରାମଲୀଲା’, ‘ବାଜି ରାଓ ମସ୍ତାନୀ’ ଓ ‘ପଦ୍ମାୱତ୍’ ଏହାର ଏକ ଉଦାହରଣ।
ତେବେ ଭଂଶାଲୀ ତାଙ୍କ ପରବର୍ତ୍ତୀ ଚଳଚ୍ଚିତ୍ରରେ ଦୀପିକାଙ୍କୁ ରିପିଟ୍ କରିବେ ବୋଲି ଯାହା ଶୁଣିବାକୁ ମିଳିଥିଲା ତାହା ଗୁଜବ ବୋଲି ପ୍ରମାଣିତ ହୋଇଛି। ଏଥର ଦୀପିକା ନୁହେଁ ଭଂଶାଲୀଙ୍କ ପସନ୍ଦ ଆଲିଆ ଭଟ୍ଟ।
ନିଜର ଜବରଦସ୍ତ ଅଭିନୟରେ ଦର୍ଶକଙ୍କ ମନରେ ଏକ ଭିନ୍ନ ଇମେଜ୍ ତିଆରି କରିଛନ୍ତି ଆଲିଆ। ନିକଟରେ ତାଙ୍କ ଅଭିନୀତ ଫିଲ୍ମ ‘ରାଜି’ ବ୍ଲକ୍ବଷ୍ଟର ହିଟ୍ ହୋଇଛି। ଏହି ଫିଲ୍ମ ପରେ ତାଙ୍କୁ ଜଣେ ଦକ୍ଷ ଅଭିନେତ୍ରୀର ଆଖ୍ୟା ମିଳିଛି। ରିପୋର୍ଟ ମୁତାବକ ଭଂଶାଲୀ ଆଲିଆଙ୍କ ଅଭିନୟରେ ପୂରା ଇମ୍ପ୍ରେସ୍ ହୋଇ ଯାଇଛନ୍ତି। ଆଉ ଅଭିନୟରେ ତାଙ୍କ ଦକ୍ଷତା ଦେଖି ସେ ତାଙ୍କ ଆଗମୀ ଫିଲ୍ମରେ ଦୀପିକା ନୁହେଁ ବରଂ ଆଲିଆଙ୍କୁ ନେବେ ବୋଲି ଖବର ଆସୁଛି।
କିନ୍ତୁ ଏସବୁକୁ ନେଇ ଏ ପର୍ଯ୍ୟନ୍ତ କିଛି ଫାଇନାଲ୍ ହୋଇନାହିଁ। କିନ୍ତୁ ଭଂଶାଲୀ ନିଜ ଆଗାମୀ ଫିଲ୍ମ ପାଇଁ ଆଲିଆଙ୍କୁ କନ୍ସିଡର୍ କରିଥିବା ଆପାତତଃ ସ୍ପଷ୍ଟ ବୋଲି ଜଣାପଡ଼ିଛି।
from Odisha Reporter http://bit.ly/2FiwMZy
No comments:
Post a Comment