ଟୁଥ୍‌ପେଷ୍ଟ୍‌ ବଦଳରେ ମାଉଥ୍‌ୱାଶ୍‌ ବ୍ୟବହାର କରୁଛନ୍ତି କି! ହୋଇପାରେ ଡାଇବେଟିସ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, January 15, 2019

ଟୁଥ୍‌ପେଷ୍ଟ୍‌ ବଦଳରେ ମାଉଥ୍‌ୱାଶ୍‌ ବ୍ୟବହାର କରୁଛନ୍ତି କି! ହୋଇପାରେ ଡାଇବେଟିସ୍‌

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଅଧିକାଂଶ ଲୋକ ଟୁଥ୍‌ପେଷ୍ଟ୍‌ ବଦଳରେ ମାଉଥ୍‌ୱାଶ୍‌ ବ୍ୟବହାର କରିଥା’ନ୍ତି। କିନ୍ତୁ ଏହା ସେମାନେ ଜାଣି ନ ଥା’ନ୍ତି ଯେ, ମାଉଥ୍‌ୱାଶ୍‌ ସ୍ୱାସ୍ଥ୍ୟ ପାଇଁ ହାନିକାରକ।

ନିକଟରେ ଏକ ଗବେଷଣାରୁ ଜଣାପଡ଼ିଛି, ଦିନକୁ ଦୁଇ ଥର ମାଉଥ୍‌ୱାଶ୍‌ କରୁଥିବା ବ୍ୟକ୍ତିଙ୍କୁ ଟାଇପ୍‌-୨ ଡାଇବେଟିସ୍‌ ହେବାର ୫୫ ପ୍ରତିଶତ ଆଶଙ୍କା ରହିଛି।

ହାଭାର୍ଡ୍‌ ସ୍କୁଲ୍‌ ଅଫ୍‌ ପବ୍ଲିକ୍‌ ହେଲଥ୍‌ର ରିପୋର୍ଟ ଅନୁସାରେ, ମୁହଁରେ ଥିବା ଉପକାରୀ ଜୀବାଣୁ ଆଣ୍ଟି-ବ୍ୟାକ୍ଟେରିଆଲ୍‌ ମାଉଥ୍‌ୱାଶ୍‌ ପରି ତରଳ ପଦାର୍ଥର ବ୍ୟବହାର ଦ୍ୱାରା ନଷ୍ଟ ହୋଇ ଯାଇଥା’ନ୍ତି।

ଏହି ଉପକାରୀ ଜୀବାଣୁ ଆପଣଙ୍କ ଶରୀରକୁ ଅନ୍ୟ ସ୍ୱାସ୍ଥ୍ୟ ସମସ୍ୟାରୁ ରକ୍ଷା କରିଥା’ନ୍ତି। କିନ୍ତୁ ମାଉଥ୍‌ୱାଶ୍‌ର ବ୍ୟବହାର ଯୋଗୁ ଏହି ଉପକାରୀ ଜୀବାଣୁ ଶେଷ ହୋଇ ଯା’ନ୍ତି।

ରିପୋର୍ଟରେ ଏହା ମଧ୍ୟ ପ୍ରକାଶ କରାଯାଇଛି ଯେ ଯେଉଁ ବ୍ୟକ୍ତି ଦିନରେ ଦୁଇ ଥର ମାଉଥ୍‌ୱାଶ୍‌ ବ୍ୟବହାର କରନ୍ତି, ସେମାନଙ୍କ ଶରୀରରେ ତିନି ବର୍ଷ ମଧ୍ୟରେ ଡାଇବେଟିସ୍ ବା ବ୍ଲଡ୍ ସୁଗାର୍ ସମସ୍ୟା ହେବାର ଆଶଙ୍କା ଅଧିକ ରହିଛି।

ଏହି ଗବେଷଣାରେ ୪୦ ରୁ ୬୫ ବର୍ଷ ବୟସ୍କର ୧,୨୦୬ଜଣ ମୋଟା ବ୍ୟକ୍ତିଙ୍କୁ ସାମିଲ୍‌ କରାଯାଇଥିଲା। ଏମାନେ ସମସ୍ତେ ଡାଇବେଟିସ୍‌ ପୀଡ଼ିତ ଥିଲେ।
ଗବେଷଣା ପରେ ଜଣାପଡ଼ିଥିଲା, ଏମାନଙ୍କ ମଧ୍ୟରୁ ଯେଉଁମାନେ ଦିନକୁ ଥରେ ମାଉଥ୍‌ୱାଶ୍‌ ବ୍ୟବହାର କରୁଥିଲେ, ସେମାନଙ୍କ ମଧ୍ୟରେ ୧୭ ପ୍ରତିଶତ ଲୋକଙ୍କ ଶରୀରରେ ପ୍ରି-ଡାଇବେଟିସ୍‌ର ଲକ୍ଷଣ ବିକଶିତ ହେବା ଦେଖାଯାଇଥିଲା।

ସେହିପରି ଯେଉଁ ବ୍ୟକ୍ତି ଦିନକୁ ଦୁଇ ଥର ମାଉଥ୍‌ୱାଶ୍‌ ବ୍ୟବହାର କରୁଥିଲେ, ସେମାନଙ୍କ ଶରୀରରେ ୩୦ ପ୍ରତିଶତ ପ୍ରି-ଡାଇବେଟିସ୍‌ର ଲକ୍ଷଣ ଦେଖା ଯାଇଥିଲା।

ତେଣୁ ଏହା ଧ୍ୟାନରେ ରଖିବା ଜରୁରୀ ଯେ, ସୁସ୍ଥ ବ୍ୟାକ୍ଟେରିଆଙ୍କ ଯୋଗୁ ଆମ ଶରୀର ମୋଟାପଣ ଓ ଡାଇବେଟିସ୍‌ଠାରୁ ଦୂରରେ ରହିଥାଏ। ଏଥିପାଇଁ ଶରୀରକୁ ସୁସ୍ଥ ରଖିବା ପାଇଁ ବ୍ୟକ୍ତିଙ୍କୁ ଦିନକୁ ଦୁଇଥର ବ୍ରଶ୍‌ କରିବା ଉଚିତ୍‌।



from Odisha Reporter http://bit.ly/2Rs6Fqc

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages