୩୪ ସେବାୟତଙ୍କୁ ନୋଟିସ୍‌ ପଠାଇଲା ଶ୍ରୀମନ୍ଦିର ପ୍ରଶାସନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, January 15, 2019

୩୪ ସେବାୟତଙ୍କୁ ନୋଟିସ୍‌ ପଠାଇଲା ଶ୍ରୀମନ୍ଦିର ପ୍ରଶାସନ

puri34

ପୁରୀ (ମଧୁସୂଦନ ମିଶ୍ର): ଗତ ୨୮ ତାରିଖରେ ଶ୍ରୀମନ୍ଦିରରେ ହୋଇଥିବା ନୀତି ବିଭ୍ରାଟକୁ ନେଇ ୩୪ ଜଣ ସେବାୟତଙ୍କୁ ନୋଟିସ୍ ପଠାଯାଇଛି।  ଦ୍ୱାରଫିଟାରେ ବିଳମ୍ବ ଓ ନୀତି ବିଭ୍ରାଟ ନେଇ ସେବାୟତଙ୍କୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏହି ନୋଟିସ୍‌ ଜାରି କରାଯାଇଛି। ୭ ଦିନ ଭିତରେ ଏହାର ଜବାବ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି।

ଗତ ଡିସେମ୍ବର ୨୭ ତାରିଖରେ ଶ୍ରୀମନ୍ଦିର ଭିତରକୁ ପ୍ରବେଶ ନେଇ ପୁଲିସ୍ ଓ ସେବାୟତଙ୍କ ମଧ୍ୟରେ ଠେଲାପେଲା ହୋଇଥିଲା। ଏଥିରେ ସେବାୟତ ଭବାନୀ ଶଙ୍କର ମହାପାତ୍ର ଆହତ ହୋଇଥିଲେ। ତାଙ୍କୁ ପୁଲିସ୍ କର୍ମଚାରୀମାନେ ମାଡ଼ ମାରିଥିବା ନେଇ ଅଭିଯୋଗ ହୋଇଥିଲା ଓ ଏ ନେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଦାବିରେ ସେବାୟତମାନେ ତା’ ପରଦିନ ଅର୍ଥାତ୍ ୨୮ ତାରିଖରେ ଶ୍ରୀଜିଉଙ୍କ ନୀତିକାନ୍ତ ବନ୍ଦ କରି ଦେଇଥିଲେ। ଫଳରେ ମହାପ୍ରଭୁ ୧୦ଘଣ୍ଟାରୁ ଅଧିକ ସମୟ ଉପାସ ରହିଥିଲେ। ହଜାର ହଜାର ଭକ୍ତ ଦୀର୍ଘ ସମୟ ଧରି ମହାପ୍ରଭୁଙ୍କ ଦର୍ଶନ କରିପାରି ନ ଥିଲେ। ଏହାକୁ ନେଇ ନେଇ ଭକ୍ତଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖା ଦେଇଥିଲା। ଭକ୍ତମାନେ ବ୍ୟାରିକେଡ୍‌ ଭାଙ୍ଗି ଶ୍ରୀମନ୍ଦିର ଭିତରକୁ ପଶି ଯାଇଥିଲେ।

ପରେ ସ୍ଥିତି ସୁଧୁରି ଥିଲା। ଅପରାହ୍ନ ୪ଟା ପରେ ମନ୍ଦିରର ନୀତିକାନ୍ତି ଆରମ୍ଭ ହୋଇଥିଲା ଓ ବିଳମ୍ବିତ ରାତି ପର୍ଯ୍ୟନ୍ତ ଭକ୍ତମାନେ ମହାପ୍ରଭୁଙ୍କ ଦର୍ଶନ କରିଥିଲେ।



from Odisha Reporter http://bit.ly/2AN5oQ8

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages