
ଭୁବନେଶ୍ୱର(ଭୁବନେଶ୍ୱର):ଚମ୍ପୁଆ ବିଧାୟକ ସନାତନ ମହାକୁଡ଼ଙ୍କୁ ନେଇ ଏବେ ଟିକେ ଚର୍ଚ୍ଚା ଧରିଛି। କିଛି ମାସ ତଳେ ‘ଜନ ସମୃଦ୍ଧି ପାର୍ଟି’ ନାମରେ ନୂଆ ଦଳ ଗଢ଼ିଥିବା ସନାତନ ମହାକୁଡ଼ଙ୍କୁ ନେଇ କେନ୍ଦୁଝରେ ତାଙ୍କର ବ୍ୟାନର, ପୋଷ୍ଟର ଛାଇ ହୋଇଗଲାଣି। ଏହି ବ୍ୟାନରରେ ସେ ନିଜକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିକଳ୍ପ ବୋଲି ଦର୍ଶାଇଛନ୍ତି। ବ୍ୟାନରରେ ନିଜ ଫଟୋଥାଇ ‘ନବୀନଙ୍କୁ ଛାଡ଼, ସନାକୁ ଧର’ ଏବଂ ଆଗାମୀ ମୁଖ୍ୟମନ୍ତ୍ରୀ ସନାତନ ମହାକୁଡ଼ ବୋଲି ଦର୍ଶାଯାଇଛି। ତାଙ୍କର ଏହି ବ୍ୟାନର କେବଳ କେନ୍ଦୁଝରରେ ଅଟକିନି, ସୋଶାଲ ମିଡିଆରେ ଘୂରି ବୁଲୁଛି। ଯଦିଓ ସନାତନଙ୍କ ନେତୃତ୍ୱ ରାଜ୍ୟ ରାଜନୀତିରେ ଏତେ ପ୍ରଭାବଶାଳୀ ନୁହେଁ କିନ୍ତୁ କେନ୍ଦୁଝରରେ ତାଙ୍କର ବେଶ ଦବଦବା ରହିଛି। ବାହୁବଳୀ, କୁବେର ଏମିତି କେତେ କ’ଣ ନାମରେ ସେ ସ୍ଥାନୀୟ ଅଞ୍ଚଳରେ ପରିଚିତ।
କେନ୍ଦୁଝରରେ ସନାତନ ଜଣେ ଲୋକପ୍ରିୟ ଏବଂ ହେଭିୱେଟ୍ ନେତା ହୋଇଥିବାରୁ ସେଠାରେ ନବୀନଙ୍କ ଲୋକପ୍ରିୟତା ଫିକା ପଡ଼ିଯାଏ ବୋଲି ରାଜନୈତିକ ବିଶ୍ଲେଷକମାନେ ମତ ଦିଅନ୍ତି। ଚର୍ଚ୍ଚା ହୁଏ ବାର୍ଦ୍ଧକ୍ୟ ଭତ୍ତା ଯୋଜନାରେ ନବୀନ ସରକାର ହିତ୍ତାଧିକାରୀମାନଙ୍କୁ ମାସିକ ୩୦୦ ଟଙ୍କା ଦେଉଥିଲା ବେଳେ ସନା ତାଙ୍କ ସିନ୍ଦୁକ ଖୋଲି ଦିଅନ୍ତି। ଗରିବ ଆଦିବାସୀଙ୍କୁ ନବୀନ ସରକାରଙ୍କ ଠାରୁ ଅଧିକ ଅର୍ଥାତ ୭୦୦-୮୦୦ ଟଙ୍କା ଭତ୍ତା ଦିଅନ୍ତି ବୋଲି କୁହାଯାଏ। ଗତ ନିର୍ବାଚନରେ ନବୀନ ପ୍ରାଣପ୍ରଣେ ଚେଷ୍ଟା କରିଥିଲେ ମଧ୍ୟ ସନାଙ୍କ ବିଜୟ ରଥକୁ ଅଟକାଇ ପାରି ନଥିଲେ। ଅଭିନେତାରୁ ନେତା କରି କମେଡି କିଙ୍ଗ ପପୁ ପମ୍ ପମ୍ ଓରଫ ତତ୍ତ୍ୱପ୍ରକାଶ ଶତପଥୀଙ୍କୁ ବିଜେଡି ଟିକେଟ ଦେଇ ଛିଡ଼ା କରାଇଥିଲେ ମଧ୍ୟ ସନାଙ୍କ ରାଜନୈତିକ କ୍ରେଜ୍ ଆଗରେ ପପୁଙ୍କ ଚମକ ଫିକା ପଡ଼ିଯାଇଥିଲା।
ଚମ୍ପୁଆରୁ ସ୍ୱାଧୀନଭାବେ ଜିତି ଥିଲେ ସନା। ହେଲେ କୁବେର ଭାବେ ପରିଚିତ ସନା ଏହା ଭିତରେ ଅନେକଥର ଇଡି ଜାଲରେ ମଧ୍ୟ ଛନ୍ଦି ହୋଇଗଲେଣି । ତେବେ ଏହାରି ଭିତରେ ସେ ଏକ ନୂଆ ଦଳ ଗଢି ନିଜକୁ ଭାବି ମୁଖ୍ୟମନ୍ତ୍ରୀଭାବେ ପ୍ରୋଜେକ୍ଟ କଲେଣି। ରାଜ୍ୟରେ ବିଗତ ୧୯ ବର୍ଷ ହେଲା ପ୍ରମୁଖ ବିରୋଧୀ ଦଳ କଂଗ୍ରେସ ଓ ବିଜେପି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିକଳ୍ପ ନେତା ତିଆରି କରି ପାରୁ ନ ଥିବା ବେଳେ ସନାଙ୍କ ସିଧା ଚ୍ୟାଲେଞ୍ଜ ପାୱାର କରିଡରର ରାଜନୀତିକୁ ହାଲୁକା ଉଷ୍ମ କରିଦେଇଛି।
from Odisha Reporter http://bit.ly/2SHrD0U
No comments:
Post a Comment