ଆଇପିଏଲ୍‌ରେ ଟିମ ଇଣ୍ଡିଆ ବୋଲରଙ୍କ ଖେଳିବା ନେଇ ଧୋନି-ବିରାଟ୍‌ ମୁହାଁମୁହିଁ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, January 1, 2019

ଆଇପିଏଲ୍‌ରେ ଟିମ ଇଣ୍ଡିଆ ବୋଲରଙ୍କ ଖେଳିବା ନେଇ ଧୋନି-ବିରାଟ୍‌ ମୁହାଁମୁହିଁ

ନୂଆଦିଲ୍ଲୀ: ଚଳିତ ବର୍ଷ ଅର୍ଥାତ ୨୦୧୯ ମେ’ ୩୦ରୁ ବିଶ୍ୱକପ୍‌ କ୍ରିକେଟ୍‌ ଇଂଲଣ୍ଡରେ ଆରମ୍ଭ ହେବ। ଏଥିପାଇଁ ଦଳରେ ସ୍ଥାନ ପାଇବାକୁ ଥିବା ଦ୍ରୁତ ବୋଲରଙ୍କୁ ବିଶ୍ରାମ ସ୍ୱରୂପ ବିସିସିଆଇ ଆଇପିଏଲ୍‌ରେ ନ ଖେଳିବା ପାଇଁ କହିବାକୁ ଟିମ୍‌ ଇଣ୍ଡିଆର ଅଧିନାୟକ ବିରାଟ୍‌ କୋହଲି ମତ ଦେଇଥିଲେ। ତେବେ ବିରାଟ୍‌ଙ୍କ ଏଭଳି ମତ ସହ ଟିମ୍‌ ଇଣ୍ଡିଆର ପୂର୍ବତନ ଅଧିନାୟକ କ୍ୟାପ୍ଟେନ୍‌ କୁଲ୍‌ ଏକମତ ହୋଇନାହାନ୍ତି।

ସେ କହିଛନ୍ତି, “ ଆଇପିଏଲ୍‌ରେ ଜଣେ ବୋଲର ୪ ଓଭର୍‌ ବୋଲିଂ କରେ। ତେଣୁ ଏହି ୪ଓଭର୍‌ରେ କେହି ହାଲିଆ ହୁଅନ୍ତି ନାହିଁ। ଏହି ୪ ଓଭର୍‌ରେ ବୋଲରମାନେ ନିଜର ଶ୍ରେଷ୍ଠ ପ୍ରଦର୍ଶନ କରିବାକୁ ଚେଷ୍ଟା କରିବା ସହ ୟର୍କର୍ସ, ବୋଲିଂରେ ଭ୍ୟାରିଏସନ୍‌ ଓ ଚାପରେ କେମିତି ବୋଲିଂ କରିବାକୁ ହୁଏ, ସେକଥା ଶିଖିଥାଆନ୍ତି। ମୁଁ ଭାବୁଛି ବୋଲରମାନେ ଆଇପିଏଲ୍‌ ଖେଳିବା ଦରକାର। କିନ୍ତୁ ସେମାନେ କ’ଣ ଖାଉଛନ୍ତି ଏବଂ କେତେବେଳେ ଶୋଉଛନ୍ତି ଓ ଉଠୁଛନ୍ତି, ସେଥିପ୍ରତି ଧ୍ୟାନ ଦେବାକୁ ପଡ଼ିବ।”

ଅନ୍ୟପକ୍ଷରେ ବିସିସିଆଇର ଜଣେ କାର୍ଯ୍ୟନିର୍ବାହୀ ଅଧିକାରୀ କହିଛନ୍ତି, “ ଯଦି ଯଶପ୍ରୀତ ବୁମ୍ରାଙ୍କ ଭଳି ଦ୍ରୁତ ବୋଲରଙ୍କୁ ବିଶ୍ରାମ ଦିଆଯିବା ଉଚିତ୍‌ ବୋଲି କେହି କହେ, ତା’ହେଲେ ବିରାଟ୍‌ କୋହଲିଙ୍କ କ୍ଷେତ୍ରରେ ମଧ୍ୟ ଏହି ନିୟମ ଲାଗୁ ହେବା ଦରକାର। କାରଣ ବିରାଟ୍‌ ମଧ୍ୟ ଟିମ୍‌ ଇଣ୍ଡିଆର ଜଣେ ଦକ୍ଷ ବ୍ୟାଟସ୍‌ମ୍ୟାନ୍‌। ଯଦି ଆଇପିଏଲ୍‌ ସମୟରେ କୌଣସି ଅଘଟଣ ଘଟେ, ତା’ହେଲେ ବିଶ୍ୱକପ୍‌ କେମିତି ଖେଳିବା ସମ୍ଭବ ହେବ?”



from Odisha Reporter http://bit.ly/2ArgsCn

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages