ବିଜେପି ନେତା ମାନିଲେ: ୟୁପିରେ ଏଥର ସହଜ ହେବନି ଲଢ଼େଇ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, January 22, 2019

ବିଜେପି ନେତା ମାନିଲେ: ୟୁପିରେ ଏଥର ସହଜ ହେବନି ଲଢ଼େଇ

balyan

ଲକ୍ଷ୍ନୌ: ୨୦୧୯ରେ ଉତ୍ତରପ୍ରଦେଶରେ ବିଜେପି ପାଇଁ ନିର୍ବାଚନ ଜିତିବା ସହଜ ହେବ ନାହିଁ। ବିଶେଷ କରି ସମାଜପାଦୀ ପାର୍ଟି (ସପା) ଏବଂ ବହୁଜନ ସମାଜ ପାର୍ଟି (ବିଏସ୍‌ପି)ର ମହାମେଣ୍ଟ ଲଢ଼େଇକୁ ସଂଘର୍ଷପୂର୍ଣ୍ଣ କରିବ। ଏପରି ମନ୍ତବ୍ୟ ଦେଇଛନ୍ତି ବିଜେପି ସାଂସଦ ତଥା ପୂର୍ବ କେନ୍ଦ୍ରୀମନ୍ତ୍ରୀ ସଞ୍ଜୀବ ବାଲୟନ୍‌।

ସେ କହିଛନ୍ତି, “ସପା-ବିଏସ୍‌ପି ମହାମେଣ୍ଟ ପରେ ଏଥରର ଲଢ଼େଇ ସଂଘର୍ଷପୂର୍ଣ୍ଣ ହେବାକୁ ସ୍ୱୀକାର କରିବାରେ କିଛି ଆପତ୍ତି ନାହିଁ।”

ସେ ଆହୁରି କହିଛନ୍ତି, “ଏଥିରେ କୌଣସି ସନ୍ଦେହ ନାହିଁ ଯେ, ସମାଜର ଏକ ବଡ଼ ବର୍ଗ ଆମକୁ ଭୋଟ୍‌ ଦେଉନାହାନ୍ତି। ତାହା ଧର୍ମ ଆଧାରରେ ହେଉ ଅବା ଅନ୍ୟ କୌଣସି କାରଣରୁ। ୨୦୧୪ରେ ବିଜେପି ଜିତିବା ପରେ ଲୋକଙ୍କ ଆଶା ବହୁତ ଥିଲା ଓ ଏବେ ବି ଲୋକେ ଭାବୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବହୁତ କିଛି କରିଛନ୍ତି। ମୋଦିଜୀଙ୍କ ପ୍ରତି ଲୋକଙ୍କ ମନରେ ଏବେ ବି ସକାରାତ୍ମକ ଭାବନା ରହିଛି। ଏଥର ଆମେ ସରକାରଙ୍କ ଉପଲବ୍ଧିକୁ ନେଇ ନିର୍ବାଚନ ଲଢ଼ିବୁ।”

ସୂଚନାଯୋଗ୍ୟ, ୨୦୧୩ ମୁଜଫରନଗର ଦଙ୍ଗା ଉସକାଇବା ଅଭିଯୁକ୍ତ ନେତାଙ୍କ ମଧ୍ୟରେ ବାଲୟନ୍‌ ମଧ୍ୟ ଅଛନ୍ତି। ଏହି ଦଙ୍ଗାରେ ୬୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୫୦ ହଜାରୁ ଅଧିକ ଲୋକ ବିସ୍ଥାପିତ ହୋଇଥିଲେ।

୨୦୧୪ରେ ବାଲୟନ୍‌ ବିଏସ୍‌ପିର କାଦିର ରାଣାଙ୍କୁ ୪ ଲକ୍ଷରୁ ଊର୍ଦ୍ଧ୍ୱ ଭୋଟ୍‌ରେ ହରାଇଥିଲେ। ମୋଦି ସରକାରରେ ତାଙ୍କୁ କୃଷି ଓ ଖାଦ୍ୟ ସଂପ୍ରସାରଣ ରାଷ୍ଟ୍ରମନ୍ତ୍ରୀ କରାଯାଇଥିଲା। ୨୦୧୬ରେ ତାଙ୍କୁ ଜଳ ସଂସ୍ଥାଧନ ଓ ନଦୀ ବିକାଶ ମନ୍ତ୍ରାଳୟକୁ ପଠାଯାଇଥିଲା। ଉକ୍ତ ବର୍ଷ ମନ୍ତ୍ରୀମଣ୍ଡଳ ଅଦଳବଦଳ ବେଳେ ତାଙ୍କୁ ମନ୍ତ୍ରୀ ପଦରୁ ହଟାଇ ଦିଆଯାଇଥିଲା।



from Odisha Reporter http://bit.ly/2MnKVGe

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages