ମେଲବର୍ଣ୍ଣରେ ୬ ୱିକେଟ୍‌ ପରେ ଏସବୁ ରେକର୍ଡ କଲେ ଚହଲ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, January 18, 2019

ମେଲବର୍ଣ୍ଣରେ ୬ ୱିକେଟ୍‌ ପରେ ଏସବୁ ରେକର୍ଡ କଲେ ଚହଲ

ମେଲବର୍ଣ୍ଣ: ଟିମ୍‌ ଇଣ୍ଡିଆର ରିଷ୍ଟ ସ୍ପିନର ୟୁଜବେନ୍ଦର ଚହଲ ଆଜି ଅଷ୍ଟ୍ରେଲିଆ ବିପକ୍ଷ ଅନ୍ତିମ ତଥା ତୃତୀୟ ଦିନିକିଆରେ ୪୨ ରନ୍‌ ଦେଇ ୬ଟି ୱିକେଟ୍‌ ଦଖଲ କରିଛନ୍ତି। ଏହି ୬ ୱିକେଟ୍‌ ଚହଲଙ୍କ ଦିନିକିଆ କ୍ୟାରିୟରର ଶ୍ରେଷ୍ଠ ପ୍ରଦର୍ଶନ। ଚହଲଙ୍କ ଏହି ଘାତକ ବୋଲିଂ ବଳରେ ଅଷ୍ଟ୍ରେଲିଆ ମାତ୍ର ୨୩୦ ରନ୍‌ କରିବାକୁ ସକ୍ଷମ ହୋଇଛି। ତେବେ ଚହଲ ଏଭଳି ପ୍ରଦର୍ଶନ ପରେ ଏକାଧିକ ରେକର୍ଡ ବୁକରେ ନିଜକୁ ସାମିଲ କରିଛନ୍ତି।

୧: ଚହଲ ବିଶ୍ୱର ଦ୍ୱିତୀୟ ସ୍ପିନର ଯିଏ ଉଭୟ ଟି-୨୦ ଓ ଦିନିକିଆ ଅନ୍ତର୍ଜାତୀୟ ମ୍ୟାଚ୍‌ରେ ୬ଟି ଲେଖାଏ ୱିକେଟ୍‌ ନେଇଛନ୍ତି। ତାଙ୍କ ବ୍ୟତୀତ ଶ୍ରୀଲଙ୍କା ସ୍ପିନର ଅଜନ୍ତା ମେଣ୍ଡିସ ଏହି ବିରଳ ରେକର୍ଡ କରିଛନ୍ତି।

୨: ଦିନିକିଆରେ ଅଷ୍ଟ୍ରେଲିଆ ବିପକ୍ଷରେ ଶ୍ରେଷ୍ଠ ପ୍ରଦର୍ଶନ କରିବା ତାଲିକାରେ ଚହଲ ଯୁଗ୍ମ ଭାବେ ଦ୍ୱିତୀୟ ସ୍ଥାନରେ ରହିଛି। ଏହି ତାଲିକାରେ ଏକ ନମ୍ବର ସ୍ଥାନରେ ମୁରଲୀ କାର୍ତ୍ତିକ ରହିଛନ୍ତି। ସେ ୨୦୦୭ ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚ୍‌ରେ ୨୭ ରନ୍‌ ଦେଇ ୬ଟି ୱିକେଟ୍‌ ନେଇଥିଲେ। ତେବେ ୨୦୦୪ରେ ଅଜିତ ଅଗରକର ଏହି ମେଲବର୍ଣ୍ଣ ପଡ଼ିଆରେ ୪୨ ରନ୍‌ ଦେଇ ୬ଟି ୱିକେଟ୍‌ ନେଇଥିଲେ। ଚହଲ ତାଙ୍କ ରେକର୍ଡର ସମକକ୍ଷ ହୋଇଛନ୍ତି।

୩: ଚହଲ ବିଶ୍ୱର ୮ମ ବୋଲର ଭାବେ ଅଷ୍ଟ୍ରେଲିଆରେ ୫ ବା ତା’ରୁ ଅଧିକ ୱିକେଟ୍‌ ନେବାର ରେକର୍ଡ କରିଛନ୍ତି। ଏହି ତାଲିକାରେ ଶେନ୍‌ ୱାର୍ଣ୍ଣ, ରବି ଶାସ୍ତ୍ରୀ, ଅବଦୁଲ କାଦିର, ସାକଲିନ୍‌ ମୁସ୍ତାକ, ବ୍ରାଡ୍‌ ହଗ୍‌, ଜେ ଆଡାମ ଓ ଇମ୍ରାନ୍‌ ତାହିର ରହିଛନ୍ତି।

୪: ଚହଲ ପ୍ରଥମ ଭାରତୀୟ ଭାବେ ବିଦେଶ ମାଟିରେ କୌଣସି ଦିନିକିଆରେ ୨ଥର ୫ରୁ ଅଧିକ ୱିକେଟ୍‌ ନେଇଛନ୍ତି।

୫: ଚହଲ ୭ମ ଭାରତୀୟ ଭାବେ ଦିନିକିଆରେ ୬ଟି ୱିକେଟ୍‌ ନେଇଛନ୍ତି। ଏହି ତାଲିକାରେ ଷ୍ଟୁଆର୍ଟ ବିନ୍ନି ୨୦୧୪ରେ ବାଂଲାଦେଶ ବିପକ୍ଷ ମ୍ୟାଚ୍‌ରେ ୪ ରନ୍‌ ଦେଇ ୬ଟି ୱିକେଟ୍‌ ନେଇଥିଲେ।



from Odisha Reporter http://bit.ly/2FI9Kvb

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages