୧୯୭୮ରେ ଜିତିଥିଲା ପ୍ରଥମ ମ୍ୟାଚ୍‌, ୨୦୧୯ରେ ଜିତିଲା ପ୍ରଥମ ସିରିଜ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, January 6, 2019

୧୯୭୮ରେ ଜିତିଥିଲା ପ୍ରଥମ ମ୍ୟାଚ୍‌, ୨୦୧୯ରେ ଜିତିଲା ପ୍ରଥମ ସିରିଜ୍‌

teamindia

ନୂଆଦିଲ୍ଲୀ: ବିରାଟ କୋହଲିଙ୍କ ନେତୃତ୍ୱାଧୀନ ଭାରତୀୟ କ୍ରିକେଟ୍‌ ଟିମ୍‌ ଆଜି ଇତିହାସ ରଚିଛି। ତାଙ୍କ ନେତୃତ୍ୱରେ ଭାରତ ପ୍ରଥମ ଥର ପାଇଁ ଅଷ୍ଟ୍ରେଲିଆ ମାଟିରେ ଟେଷ୍ଟ୍ ସିରିଜ୍‌ ଜିତିଛି।

୧୯୪୭ ମସିହାରେ ଦେଶ ସ୍ୱାଧୀନ ହେବା ପରେ ପ୍ରଥମ ଥର ପାଇଁ ଲାଲା ଅମରନାଥଙ୍କ ନେତୃତ୍ୱରେ ଭାରତୀୟ ଟିମ୍ ଅଷ୍ଟ୍ରେଲିଆରେ ଟେଷ୍ଟ୍ ସିରିଜ୍ ଖେଳିଥିଲା। ୫ଟି ମ୍ୟାଚ୍ ବିଶିଷ୍ଟ ଏହି ସିରିଜ୍‌କୁ ଅଷ୍ଟ୍ରେଲିଆ ୪-୦ରେ ଜିତି ଥିଲା। ସେବଠୁ ଆଜି ପର୍ଯ୍ୟନ୍ତ ଅର୍ଥାତ୍ ୭୨ ବର୍ଷ ମଧ୍ୟରେ ଭାରତ ଥରୁଟିଏ ବି ସିରିଜ୍ ଜିତି ପାରି ନଥିଲା।

ଅଷ୍ଟ୍ରେଲିଆରେ ଭାରତ ପ୍ରଥମ ଟେଷ୍ଟ୍ ମ୍ୟାଚ୍ ଜିତିଥିଲା ୧୯୭୮ ମସିହାରେ। ୧୯୭୭-୭୮ରେ ଭାରତୀୟ ଟିମ୍ ବିଶନ ସିଂହ ବେଦୀଙ୍କ ନେତୃତ୍ୱରେ ଅଷ୍ଟ୍ରେଲିଆ ଗସ୍ତରେ ଯାଇଥିଲା। ଏହି ସିରିଜ୍‌ ବେଳେ ଭାରତ ଦୁଇଟି ଟେଷ୍ଟ୍ ମ୍ୟାଚ୍ ଜିତିଥିଲା।
୧୯୭୭ ମସିହା ଡିସେମ୍ବର ୩୦ ତାରିଖରୁ ୧୯୭୮ ମସିହା ଜାନୁଆରୀ ୪ ତାରିଖ ଯାଏ ମେଲବର୍ଣ୍ଣରେ ଖେଳା ଯାଇଥିବା ଏକ ଟେଷ୍ଟ୍ ମ୍ୟାଚ୍‌କୁ ଭାରତ ୨୨୨ ରନ୍‌ରେ ଜିତିଥିଲା। ଏହି ମ୍ୟାଚ୍ ଜିତି ବିଶନ ସିଂହ ବେଦୀଙ୍କ ଟିମ୍ ଇତିହାସ ରଚିଥିଲା। କାରଣ ଅଷ୍ଟ୍ରେଲିଆରେ ଏହା ଥିଲା ଭାରତର ପ୍ରଥମ ଟେଷ୍ଟ୍ ମ୍ୟାଚ୍ ବିଜୟ।

ଏହା ପର ମ୍ୟାଚ୍ ଜାନୁଆରୀ ୭ ତାରିଖରୁ ସିଡ୍‌ନୀରେ ଖେଳା ଯାଇଥିଲା। ଏଥିରେ ଭାରତ ଘରୋଇ ଟିମ୍‌କୁ ଗୋଟିଏ ଇନିଂସ୍‌ ଓ ୨ ରନ୍‌ରେ ହରାଇଥିଲା। ତେବେ ୫ ମ୍ୟାଚ୍ ବିଶିଷ୍ଟ ଏହି ସିରିଜରେ ଭାରତ ୩-୨ରେ ପରାଜିତ ହୋଇଥିଲା।

ଏହା ପରେ ୧୯୮୧ରେ ସୁନୀଲ ଗାଭାସ୍କରଙ୍କ ନେତୃତ୍ୱାଧୀନ ଟିମ୍ ୫୯ ରନ୍‌ରେ ମେଲବର୍ଣ୍ଣ ଟେଷ୍ଟ୍ ଜିତିଥିଲା। ୨୦୦୩ରେ ସୌରଭ ଗାଙ୍ଗୁଲିଙ୍କ ନେତୃତ୍ୱାଧୀନ ଟିମ୍ ଆଡେଲେଡ୍‌ରେ ୪ ୱିକେଟ୍‌ରେ ଏକ ମ୍ୟାଚ୍ ଜିତିଥିଲା। ୨୦୦୮ରେ ଅନୀଲ କୁମ୍ବଲେଙ୍କ ନେତୃତ୍ୱାଧୀନ ଟିମ୍ ପର୍ଥରେ ୭୨ ରନ୍‌ରେ ଅଷ୍ଟ୍ରେଲିଆକୁ ହରାଇଥିଲା।

ଆଜି ଶେଷ ହୋଇଥିବା ଚାରିଟି ମ୍ୟାଚ୍ ବିଶିଷ୍ଟ ଟେଷ୍ଟ୍ ସିରିଜ୍‌ରେ ଭାରତ ଦୁଇଟି ମ୍ୟାଚ୍ ଜିତିଥିଲା। ଆଡେଲେଡ୍‌ରେ ଖେଳା ଯାଇଥିବା ପ୍ରଥମ ମ୍ୟାଚ୍‌ରେ ଭାରତ ୩୧ ରନ୍‌ରେ ଜିତିଥିବା ବେଳେ ମେଲବର୍ଣ୍ଣରେ ଖେଳାଯାଇଥିବା ତୃତୀୟ ମ୍ୟାଚ୍‌ରେ ୧୩୭ ରନ୍‌ରେ ବିଜୟୀ ହୋଇଥିଲା। ଏହାକୁ ମିଶାଇ ଅଷ୍ଟ୍ରେଲିଆ ମାଟିରେ ଭାରତ ଏଯାବତ ୭ଟି ଟେଷ୍ଟ୍ ମ୍ୟାଚ୍ ଜିତିଥିବା ବେଳେ ଚଳିତ ଥର ପ୍ରଥମ ଥର ପାଇଁ ସିରିଜ୍ ଜିତିଛି।

୧୯୮୦-୮୧ରେ ଅଧିନାୟକ ସୁନୀଲ ଗାଭାସ୍କରଙ୍କ ନେତୃତ୍ୱରେ ଅଷ୍ଟ୍ରେଲିଆ ଯାଇଥିବା ଟିମ୍ ଇଣ୍ଡିଆ ପ୍ରଥମ ଥର ପାଇଁ ଟେଷ୍ଟ୍ ସିରିଜ୍‌କୁ ୧-୧ରେ ଡ୍ର’ ରଖିଥିଲା। ୩ଟି ମ୍ୟାଚ୍ ବିଶିଷ୍ଟ ଏହି ସିରିଜ୍ ୧-୧ରେ ଡ୍ର’ ରହିଥିଲା।

ତା’ପରେ ୧୯୮୫-୮୬ରେ କପିଲ ଦେବଙ୍କ ନେତୃତ୍ୱରେ ଯାଇଥିବା ଟିମ୍ ସିରିଜ୍ ଡ୍ର’ ରଖିଥିଲା।

ଏହା ପରେ ୨୦୦୩-୦୪ରେ ସୌରଭ ଗାଙ୍ଗୁଲିଙ୍କ ନେତୃତ୍ୱରେ ଅଷ୍ଟ୍ରେଲିଆ ଯାଇଥିବା ଭାରତୀୟ ଟିମ୍ ୪ ମ୍ୟାଚ୍ ବିଶିଷ୍ଟ ସିରିଜ୍‌କୁ ୧-୧ରେ ଡ୍ର’ ରଖିଥିଲା।

ଅଷ୍ଟ୍ରେଲିଆରେ ଭାରତ ମୋଟ ୧୨ଟି ଟେଷ୍ଟ୍ ସିରିଜ୍‌ରେ ୪୮ଟି ମ୍ୟାଚ୍‌ ଖେଳିଥିବା ବେଳେ ମାତ୍ର ୭ଟିରେ ବିଜୟୀ ହୋଇଛି। ଦଳ ୨୯ଟି ମ୍ୟାଚ୍ ହାରିଥିବା ବେଳେ ୧୨ଟି ଡ୍ର’ ରହିଛି।



from Odisha Reporter http://bit.ly/2SGbhWn

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages