
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ନିକିତା ଓରଫ୍ ଲକ୍ଷ୍ମୀପ୍ରିୟା ବେହେରା ଆଉ ନାହାନ୍ତି। ଗୋଟେ ଦୁର୍ଘଟଣା ତାଙ୍କୁ ଆରପାରିକୁ ନେଇଯାଇଛି। ସ୍ୱାମୀଙ୍କ ସହ ମତାନ୍ତର ପରେ ଛାତରୁ ପଡି ସେ ଗୁରୁତର ହୋଇଥିଲେ ଆଉ ଡାକ୍ତରଖାନାରେ ଆଖି ବୁଜିଲେ। ସେ ସିନା ଚାଲିଗଲେ କିନ୍ତୁ ଛାଡି ଦେଇ ଯାଇଛନ୍ତି ଅନେକ ପ୍ରଶ୍ନ। କେମିତି ଆଉ କେଉଁ ପରିସ୍ଥିତିରେ ସେ ଛାତରୁ ପଡିଲେ ବୋଲି ଏବେ ସବୁଆଡେ ଚର୍ଚ୍ଚା।
ପୁଲିସ୍ କହୁଛି ସ୍ୱାମୀ ଲିପ୍ନଙ୍କ ସହ ଛାତ ଉପରେ ଯୁକ୍ତିତର୍କ ପରେ ସେ ଛାତରୁ ପଡିଯାଇଥିଲେ ଅଥବା ଲିପୁନ୍ ତାଙ୍କୁ ଠେଲି ଦେଇଥିଲେ।
ସେ ଯାହାବି ହେଉ, ନିକିତା ଆଉ ନାହାନ୍ତି ଏଇଟା ହିଁ ସତ।
ଲିପନ୍ ଆଉ ନିକିତା ଭଲ ପାଇ ବିବାହ କରିଥିଲେ। ଦୁହିଁ ଦୁହିଁଙ୍କୁ କୁଆଡେ ଢେର ଭଲ ପାଉଥିଲେ। ଏମିତି କିଛି ଫଟୋ ଏବେ ଶୋସାଲ ମିଡିଆରେ ଭାଇରାଲ ହେଉଛି, ଯାହାକୁ ଦେଖି ଆପଣ ଏ କଥା ବେଶ୍ ଅନୁମାନ କରିପାରିବେ। ବିବାହ ପରେ ଅଭିନୟ କରିବା ଛାଡିବା ଲାଗି ଶାଶୂ କୁଆଡେ କହୁଥିଲେ ବୋଲି ଶୁଣିବାକୁ ମିଳୁଛି। ଯାହାକୁ ନେଇ ଉଭୟ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ଆରମ୍ଭ ହୋଇଥିଲା ତିକ୍ତତା। ଯାହାର ଯବନିକା ପଡିଛି।
ତା ହେଲେ ଆସନ୍ତୁ ଦେଖିବା ହଜିଯାଇଥିବା ସେ ଦିନଗୁଡିକ କେମିତି ଥିଲା ନିକିତାଙ୍କର ।

from Odisha Reporter http://bit.ly/2VBb1K2
No comments:
Post a Comment