ଜପାମାଳାରେ କାହିଁକି ରହିଥାଏ ୧୦୮ ରୁଦ୍ରାକ୍ଷ, ଜାଣିଛନ୍ତି କି ? - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, January 26, 2019

ଜପାମାଳାରେ କାହିଁକି ରହିଥାଏ ୧୦୮ ରୁଦ୍ରାକ୍ଷ, ଜାଣିଛନ୍ତି କି ?

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରୁଦ୍ରାକ୍ଷ ମାଳି ଜପ କରିବା ପ୍ରାଚୀନ କାଳରୁ ଭାରତୀୟ ଉପାସନା ପଦ୍ଧତିର ଏକ ଅଙ୍ଗ ହୋଇ ରହିଛି। ଜପ କରିବା ପାଇଁ ମାଳାର ଆବଶ୍ୟକତା ପଡ଼ିଥାଏ, ଏହା ଆପଣ ଜାଣିଥିବେ ।  ତୁଳସୀ, ମୋତି, ରୁଦ୍ରାକ୍ଷ କିମ୍ବା ସ୍ପଟିକ ଆଦିରେ ମାଳା ପ୍ରସ୍ତୁତ ହୋଇଥାଏ। ଯାହା ମଧ୍ୟରୁ ରୁଦ୍ରାକ୍ଷ ମାଳାକୁ ସବୁଠାରୁ ଭଲ ବୋଲି କୁହାଯାଇଛି।

କାରଣ କ’ଣ ଜାଣିଛନ୍ତି ?

କୁହାଯାଏ କି, ରୁଦ୍ରାକ୍ଷ ମାଳାରେ ଜୀବାଣୁନାଶକ ଗୁଣ ସହିତ ବୈଦ୍ୟୁତିକ ଓ ଚୁମ୍ୱକୀୟ ଶକ୍ତି ମଧ୍ୟ ରହିଛି। ଆମେ ଅନେକ ପୂଜାରେ ଏହି ମାଳାର ପ୍ରୟୋଗ କରିଥାଉ। କିନ୍ତୁ ଏହି ମାଳାରେ ୧୦୮ ଗୋଟି ମାଳି କାହିଁକି ରହିଥାଏ ଆପଣ ଜାଣିଛନ୍ତି କି ?

ହୁଏତ ଜାଣି ନ ଥିବେ।

ତେବେ ଆସନ୍ତୁ ଜାଣିବା ଜପାମାଳାରେ ୧୦୮ ସଂଖ୍ୟକ ମାଳି ରହିବାର କାରଣ କ’ଣ।

ଚୂଡ଼ାମଣି ଉପନିଷଦ୍‌ରେ ଉଲ୍ଲେଖ ରହିଛି ଯେ, ମଣିଷର ନିଃଶ୍ୱାସର ସଂଖ୍ୟା ସହ ୧୦୮ ମାଳିର ସାମଞ୍ଜସ୍ୟ ରହିଛି। ୨୪ ଘଣ୍ଟାରେ ଜଣେ ବ୍ୟକ୍ତି ୨୧ ହଜାର ଛଅ ଶହ ଥର ନିଃଶ୍ୱାସ ନେଇଥାଏ। ଏହି ଅନୁସାରେ, ପ୍ରତ୍ୟେକ ମଣିଷର ୧୨ ଘଣ୍ଟା ଦିନଚର୍ଯ୍ୟାରେ ବିତିବା କଥା ଓ ୧୨ ଘଣ୍ଟା ଦେବାରାଧନାରେ। ଏହାର ଅର୍ଥ ଏହି ବଳକା ୧୨ ଘଣ୍ଟାରେ ୧୦ ହଜାର ୮ଶହ ନିଃଶ୍ୱାସ ମଣିଷ ନେଇଥାଏ। ଯେଉଁଥିରେ ଜଣେ ତାର ଇଷ୍ଟ ଦେବତାଙ୍କୁ ସ୍ମରଣ କରିବା କଥା।

କିନ୍ତୁ ଏତେ ସମୟ ଦେବା କୌଣସି ଜଞ୍ଜାଳୀ ବ୍ୟକ୍ତି ପାଇଁ ସମ୍ଭବ ହୋଇ ନ ଥାଏ। ସେଥିପାଇଁ ଏହି ସଂଖ୍ୟାରୁ ଅନ୍ତିମ ଦୁଇଟି ଶୂନ ହଟାଇ ୧୦୮ଟି ନିଃଶ୍ୱାସକୁ ପ୍ରଭୁଙ୍କ ସ୍ମରଣ ପାଇଁ ସମର୍ପିତ କରିଯାଇଛି।

ସେହିପରି ଦ୍ୱିତୀୟ ମାନ୍ୟତାକୁ ସୂର୍ଯ୍ୟ ଉପାସନା ସହ ଯୋଡି ଦିଆଯାଇଛି। ୧ ବର୍ଷ ମଧ୍ୟରେ ସୂର୍ଯ୍ୟ ୨ ଲକ୍ଷ ୧୬ ହଜାର ଥର ନିଜର କଳା ପରିବର୍ତ୍ତନ କରିଥାନ୍ତି। ପ୍ରତି ୬ମାସରେ ସୂର୍ଯ୍ୟଙ୍କର ଉତ୍ତରାୟଣ ଓ ଦକ୍ଷିଣାୟନ ଗତି ହୋଇଥାଏ। ଏହିପରି ୬ମାସରେ ସୂର୍ଯ୍ୟଙ୍କର କଳା ୧ ଲକ୍ଷ ୮ ହଜାର ହୋଇଥାଏ। ଏହି ସଂଖ୍ୟାରୁ ମଧ୍ୟ ଦୁଇଟି ଶୂନ ହଟାଇଲେ ୧୦୮ ଅଙ୍କ ହୋଇଥାଏ। ଏଥିପାଇଁ ଜପମାଳା ୧୦୮ ମାଳି ସୂର୍ଯ୍ୟଙ୍କର ଗୋଟିଏ ଗୋଟିଏ କଳାର ପ୍ରତୀକ ଭାବେ ହିନ୍ଦୁ ଧର୍ମରେ ଗ୍ରହଣୀୟ ହୋଇଛି।

 



from Odisha Reporter http://bit.ly/2FRw4n9

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages