
ବଲାଙ୍ଗୀର (ଓଡ଼ିଶା ରିପୋର୍ଟର): ପଶ୍ଚିମ ଓଡ଼ିଶାର ଆଲବମ୍ ଅଭିନେତ୍ରୀ ସିମରନ୍ ସିଂହଙ୍କ ରହସ୍ୟଜନକ ମୃତ୍ୟୁ ଘଟଣାରେ ତାଙ୍କୁ ପ୍ରେମବିବାହ କରିଥିବା ଧୃବରାଜ ସୁନାଙ୍କୁ ଶେଷରେ କୋର୍ଟଚାଲାଣ କରିଛି ଝାରସୁଗୁଡ଼ା ପୁଲିସ। ସିମ୍ରନଙ୍କୁ ଅପହରଣ ଓ ନିର୍ଯାତନା ଦେଉଥିବା ନେଇ ଗତ ଏପ୍ରିଲ ଏବଂ ଡିସେମ୍ବର ୨୭ ତାରିଖରେ ହୋଇଥିବା ଏତଲା ଆଧାରରେ ପୁଲିସ ଧୃବରାଜଙ୍କୁ ଗିରଫ କରିଛି।
ସିମରନ ନାବାଳିକା ଥିବାରୁ ପୋକ୍ସୋ ଆକ୍ଟରେ ଧୃବରାଜଙ୍କୁ ଗିରଫ କରାଯାଇଥିବା ପୁଲିସ କହିଛି। ସେପଟେ ଝିଅ ସିମରନଙ୍କୁ ହତ୍ୟା କରି ପୋଲ ତଳେ ଫିଙ୍ଗି ଦିଆଯାଇଥିଲା ବୋଲି ଆଜି ପୁଣି ଅଭିଯୋଗକୁ ଦୋହରାଇବା ସହ ଏହାର ସିବିଆଇ କିମ୍ବା କ୍ରାଇମବ୍ରାଞ୍ଚ ତଦନ୍ତ କରାଯିବାକୁ ସିମରନ୍ଙ୍କ ମାଆ ଦାବି କରିଛନ୍ତି।
from Odisha Reporter http://bit.ly/2TuNsAK
No comments:
Post a Comment