
ଆନନ୍ଦପୁର (ମୁନା ସିଂହ): ସାମାନ୍ୟ ବଚସାକୁ କେନ୍ଦ୍ର କରି ଜଣେ ନାବାଳକକୁ ତାଙ୍କ ସାଙ୍ଗମାନେ ପିଟି ପିଟି ମାରି ଦେଲେ। ଏଭଳି ଅଭିଯୋଗ ଆସିଛି କେନ୍ଦୁଝର ମହୁଲିଡ଼ଇାଁ ଥାନା ଅନ୍ତର୍ଗତ ଶାଳଚୁଆଁ ଗାଁରୁ।
ମୃତ ବାଳକର ନାଁ ବିଜୟ କୁମାର ନାୟକ। ସେ ସାଙ୍ଗମାନଙ୍କ ସହ ବରକୁଟି ମେଳା ବୁଲିବାକୁ ଯାଇଥିଲା। ଫେରିବା ସମୟରେ ସାଙ୍ଗମାନଙ୍କ ସହ ତା’ର କୌଣସି କାରଣରୁ ବଚସା ହୋଇଥିଲା। ଏହା ପରେ ସାଙ୍ଗମାନେ ତାକୁ ପିଟି ପିଟି ମାରି ଦେଇଥିବା ବିଜୟଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି।
ବିଜୟକୁ ଗୁରୁତର ଅବସ୍ଥାରେ ଆନନ୍ଦପୁର ହସ୍ପିଟାଲ ନିଆଯାଇଥିଲା। ତେବେ ସେଠାରେ ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ।
from Odisha Reporter http://bit.ly/2FBbIO3
No comments:
Post a Comment