ସୁପ୍ରିମ୍‌କୋର୍ଟଙ୍କ ସିବିଆଇ ରାୟକୁ ସମତୁଲ କହିଲେ ଜେଟ୍‌ଲୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, January 8, 2019

ସୁପ୍ରିମ୍‌କୋର୍ଟଙ୍କ ସିବିଆଇ ରାୟକୁ ସମତୁଲ କହିଲେ ଜେଟ୍‌ଲୀ

ନୂଆଦିଲ୍ଲୀ: ସିବିଆଇ ନିର୍ଦ୍ଦେଶକ ଆଲୋକ ବର୍ମାଙ୍କୁ ଦାୟିତ୍ୱରେ ପୁର୍ନଅବସ୍ଥାପିତ କରିବା ନେଇ ସୁପ୍ରିମ୍‌କୋର୍ଟ ଦେଇଥିବା ରାୟ ଏକ ସମତୁଲ ରାୟ ବୋଲି କହିଛନ୍ତି କେନ୍ଦ୍ର ଅର୍ଥ ମନ୍ତ୍ରୀ ଅରୁଣ ଜେଟଲୀ।

ସଂସଦ ପରିସରରେ ଗଣାମାଧ୍ୟମକୁ ସେ କହିଛନ୍ତି, “ସରକାର ସେଣ୍ଟ୍ରାଲ ଭିଜିଲାନ୍ସ କମିଶନ୍‌ଙ୍କ ସୁପାରିଶ କ୍ରମେ ସରକାର ଦୁଇ ଶୀର୍ଷ ଅଧିକାରୀଙ୍କୁ ଛୁଟିରେ ପଠାଥିଲେ କେନ୍ଦ୍ର ସରକାର। ଉଭୟ ଅଧିକାରୀ ପରସ୍ପରଙ୍କ ନାମରେ ଅଭିଯୋଗ ଆଣିଥିବାରୁ ଏହା ହିଁ ଉଚିତ ପଦକ୍ଷେପ ଥିଲା। ସରକାର ଅନୁଭବ କରିଥିଲେ ସ୍ୱଚ୍ଛ ଏବଂ ନିରପେକ୍ଷ ତଦନ୍ତ ପ୍ରକ୍ରିୟାର ବୃହତ୍‌ ସ୍ୱାର୍ଥ ଦୃଷ୍ଟିରୁ ଏବଂ ସିବିଆଇର ବିଶ୍ୱସନୀୟତା ଦୃଷ୍ଟିରୁ ଦୁଇ ଅଧିକାରୀଙ୍କୁ ଦାୟିତ୍ୱ ମୁକ୍ତ କରିବାକୁ ପଡ଼ିଥିଲା।”

ଏହି ରାୟକୁ କେନ୍ଦ୍ରରେ ମୁଖ୍ୟ ବିରୋଧୀ ଦଳ କଂଗ୍ରେସ ମଧ୍ୟ ସ୍ୱାଗତ କରିଛି, “ସରକାରଙ୍କୁ ଭତ୍ସନା କରି ସିବିଆଇ ନିର୍ଦ୍ଦେଶକ ଆଲୋକ ବର୍ମାଙ୍କୁ ପଦବୀରେ ଅବସ୍ଥାପିତ କରିବାପାଇଁ ସୁପ୍ରିମ୍‌କୋର୍ଟ ଦେଇଥିବା ରାୟକୁ ଆମେ ସ୍ୱାଗତ କରୁଛୁ।”

ସେହିଭଳି ଆମ୍ ସୁପ୍ରିମୋ ଅରବିନ୍ଦ କେଜ୍ରିୱାଲ୍ କହିଛନ୍ତି,“ସୁପ୍ରିମ୍‌କୋର୍ଟ ଏହି ରାୟ ସିଧା ପ୍ରଧାନମନ୍ତ୍ରୀଙ୍କୁ ଅଙ୍ଗୁଳି ନିର୍ଦ୍ଦେଶ କରୁଛି। ମୋଦି ସରକାର ସମସ୍ତ ଅନୁଷ୍ଠାନ ଏବଂ ଗଣତନ୍ତ୍ରକୁ ଧ୍ୱଂସ କରିଦେଇଛନ୍ତି। କ’ଣ ପ୍ରଧାନମନ୍ତ୍ରୀଙ୍କ ସମ୍ପୃକ୍ତି ଥିବା ରାଫେଲ୍ ଦୁର୍ନୀତି ତଦନ୍ତ ଅଟକାଇବାକୁ ଆଲୋକ ବର୍ମାଙ୍କୁ ରାତିଅଧିଆ ଛୁଟିରେ ପଠାଯାଇନଥିଲା କି ?”



from Odisha Reporter http://bit.ly/2TyIyTm

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages