୨ ଲକ୍ଷ ମଲା ଲୋକ ନେଉଛନ୍ତି ଟଙ୍କିକିଆ ଚାଉଳ  - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, January 22, 2019

୨ ଲକ୍ଷ ମଲା ଲୋକ ନେଉଛନ୍ତି ଟଙ୍କିକିଆ ଚାଉଳ 

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ସରକାର ଗରିବ ଲୋକଙ୍କ ପାଇଁ ଟଙ୍କିକିଆ ଚାଉଳ ବ୍ୟବସ୍ଥା କରିଛନ୍ତି। ହେଲେ ଏହା କିପରି ଚାଲିଛି ? କିଏ ଏହି ଚାଉଳ ପାଉଛି ? ଚାଉଳ ନେଉଥିବା ଲୋକ ପ୍ରକୃତ ହିତାଧିକାରୀ କି ନୁହେଁ ? ତାଲିକାରେ ଥିବା ନାଁରେ କେହି ଲୋକ ଅଛନ୍ତି କି ନାହିଁ ? ତାହା ତଦାରଖ କରିବାକୁ ସରକାରଙ୍କ ପାଖରେ ସମୟ ନାହିଁ। ଲୋକଙ୍କୁ ଖୁସି କରି ଭୋଟ ହାତେଇବା ହେଉ କି ପ୍ରଶାସନିକ ଅପାରଗତା, ମଲା ପରେ ବି ଲୋକେ ଏହି ଯୋଜନାରେ ଚାଉଳ ପାଉଛନ୍ତି। ଜାଣିଲେ ଆଶ୍ଚର୍ଯ୍ୟ ହେବେ ଶହେ କି ଦୁଇଶହ ନୁହେଁ, ୨ ଲକ୍ଷ ମଲା ଲୋକ ଏହି ଚାଉଳ ନେଉଛନ୍ତି।

ତେବେ  ଏତେ ସଂଖ୍ୟାରେ ମଲା ଲୋକ ଚାଉଳ ନେଉଥିବା ବେଳେ ପ୍ରଶାସନିକ ଅଧିକାରୀ ମାନେ କିପରି ଜାଣିପାରୁନାହାନ୍ତି, ତାକୁ ନେଇ ପ୍ରଶ୍ନ ଉଠିବାରେ ଲାଗିଛି।

ରାଜ୍ୟ ଖାଦ୍ୟ ସୁରକ୍ଷା କମିଶନ ଜିଲ୍ଲାପାଳମାନଙ୍କୁ ଲେଖିଥିବା ଚିଠି ଏ ଗୁମର ଖୋଲିଛି। ଚିଠିରେ କିଏ ଚାଉଳ ବାଟମାରଣା କରୁଛି ବୋଲି ବି କମିଶନ ପ୍ରଶ୍ନ କରିଛନ୍ତି। ଏହାସହ ରାଜ୍ୟର ଆଉ ୪ ଲକ୍ଷ ଲୋକ ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାରେ ସାମିଲ ହେବେ। ହେଲେ ରାଜ୍ୟ ସରକାର ତାହା କରୁନଥିବାରୁ ଫୁଡ୍ କମିଶନ ଉଦ୍‌ବେଗ ପ୍ରକାଶ କରିଛନ୍ତି।

ରାଜ୍ୟ ଖାଦ୍ୟ କମିଶନଙ୍କ ଚିଠି ଅନୁସାରେ ୨୦୧୮ ଡିସେମ୍ବର  ଓ ୨୦୧୯ ଜାନୁଆରୀ ଅର୍ଥାତ ଏହି ମାସ ସୁଦ୍ଧା ୨ ଲକ୍ଷ ମୃତ ହିତାଧିକାରୀଙ୍କ ନାଁରେ ଚାଉଳ ଯାଉଛି। ତେବେ ଏ ଚାଉଳ କିଏ ନେଉଛି ବୋଲି ପ୍ରଶ୍ନ କରିଛନ୍ତି ଖାଦ୍ୟ କମିଶନ।

ଜିଲ୍ଲାପାଳମାନେ ମୃତ ଲୋକଙ୍କୁ ଠାବ କରୁନଥିବାରୁ ସେମାନଙ୍କ ନାଁରେ ଚାଉଳ ହରିଲୁଟ ହେଉଛି। ଗତ ଅକ୍ଟୋବର ଓ ନଭେମ୍ବରରେ ମାଲକାନଗିରି ଜିଲ୍ଲାରେ ଜଣେ ବି ମୃତ ହିତାଧିକାରୀ ଚିହ୍ନଟ ହୋଇନଥିବା ବେଳେ ପୁରୀରେ ୩୬, ନୂଆପଡାରେ ୩୭, ସୁବର୍ଣ୍ଣପୁରରେ ୯୫, ଦେବଗଡରେ ୮୩ ଓ ଜଗତସିଂହପୁରରେ ମାତ୍ର ୧୦୯ ମୃତ ହିତାଧିକାରୀଙ୍କୁ ଠାବ କରିଥିଲା ପ୍ରଶାସନ। ଏବେ ସୁଦ୍ଧା ୪୧ ହଜାର ୧୨୬ ମୃତ ଲୋକଙ୍କ ନାଁକୁ ତାଲିକାରୁ ବାଦ୍ ଦିଆଯାଇଥିବା ବେଳେ ଆହୁରି ୨ ଲକ୍ଷ ମଲା ଲୋକଙ୍କ ନାଁରେ ଚାଉଳ ଉଠୁଛି।

ଗୋଟିଏ ପଟେ ମୃତକଙ୍କ ନାଁରେ ଚାଉଳ ଉଠିଥିବା ବେଳେ ତାଲିକାରେ ସାମିଲ ହୋଇପାରୁ ନାହାନ୍ତି ଗରିବ ହିତାଧିକାରୀ। ଏପରିକି ତାଲିକାରେ ସାମିଲ କରିବା ପାଇଁ ଗରିବ ହିତାଧିକାରୀଙ୍କୁ ଲାଞ୍ଚ ମଗାଯାଉଛି। ଏପରି ଅଭିଯୋଗ ଆସିଛି ଯାଜପୁର ଜିଲ୍ଲା ଧର୍ମଶାଳା ଡେରାବର ଗାଁରୁ। ଗାଁର ମଲ୍ଲି ଦାସ  ଖାଦ୍ୟ ସୁରକ୍ଷାରେ ରେସନ କାର୍ଡ ଖଣ୍ଡେ ପାଇଁ ପଞ୍ଚାୟତରୁ ବ୍ଲକ ଅଫିସ ଯାଏ ଦଉଡି ଦଉଡି ନିରାଶ ହେଲେଣି। ୫ ହଜାର ଟଙ୍କା ଲାଞ୍ଚ ଦେଇପାରିନଥିବାରୁ ତାଙ୍କୁ କାର୍ଡ ମିଳୁନଥିବା ମଲ୍ଲି ଅଭିଯୋଗ କରିଛନ୍ତି।

ଏପଟେ ଜାତୀୟ  ଖାଦ୍ୟ ସୁରକ୍ଷା ଆଇନରେ ରାଜ୍ୟର କୋଟା ହିସାବରେ ଆଉ ୪ ଲକ୍ଷ  ଲୋକଙ୍କୁ ସାମିଲ କରିବାର ବ୍ୟବସ୍ଥା ଥିଲେ ବି ସରକାର  ନିଜସ୍ୱ ଖାଦ୍ୟ ସୁରକ୍ଷା ଯୋଜନା ଆଣିଥିବାରୁ ଏ ଦିଗରେ ଆଉ ଆଗକୁ ବଢୁନାହାନ୍ତି। ତେଣୁ ଚିଠିରେ ଜିଲ୍ଲାପାଳମାନଙ୍କୁ ୪ ଲକ୍ଷ ୨ ହଜାର ହିତାଧିକାରୀଙ୍କୁ ସାମିଲ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଫୁଡ୍ କମିଶନ।

ଅନ୍ୟପକ୍ଷରେ ଖାଦ୍ୟ କମିଶନଙ୍କ ଚିଠିକୁ ନେଇ ସରକାରଙ୍କୁ କାଠଗଡ଼ାରେ ଠିଆ କରିଛନ୍ତି ବିରୋଧୀ।

ବଜେପି ଉପସଭାପତି ସମୀର ମହାନ୍ତି କହିଛନ୍ତି, “ଯେଉଁମାନେ ପାଇବା କଥା ତାଙ୍କୁ କାର୍ଡ ଖଣ୍ଡେ ଦେଉନାହାନ୍ତି। ହେଲେ ମୃତ ହିତାଧିକାରୀଙ୍କ ନାଁରେ ଚାଉଳ ଉଠାଇ ତୋଷରପାତ କରୁଛନ୍ତି।”

ପିସିସି ମିଡିଆ ସେଲ୍‌ ଅଧ୍ୟକ୍ଷ ସତ୍ୟପ୍ରକାଶ ନାୟକ କହିଛନ୍ତି, “ଭୂତ ହିତାଧିକାରୀଙ୍କ ନାଁରେ ଯେଉଁ କୋଟି କୋଟି ଟଙ୍କାର ଘୋଟାଲା ହେଉଛି, ଏ ପଇସା ତାଙ୍କ (ବିଜେଡି) ଚେଲାଚାମୁଣ୍ଡା କର୍ମୀଙ୍କ ପାଖକୁ ଯାଉଛି। ବିଜେଡିରେ ଘୋଟାଲାର ଏକ ରିସାଇକଲ୍‌ ଚାଲିଛି।”

ବିଜେଡି ସାଂସଦ ସୌମ୍ୟରଞ୍ଜନ ପଟ୍ଟନାୟକ କହିଛନ୍ତି, “ଯଦି ପ୍ରକୃତରେ ୨ ଲକ୍ଷ ମୃତ ବ୍ୟକ୍ତିଙ୍କ ନାଁରେ ଚାଉଳ ଉଠାଯାଉଛିଳ ତେବେ ଏହା ପ୍ରଶାସନର ଅବହେଳା। ଏହା ତୁରନ୍ତ ବନ୍ଦ ହେବା ଦରକାର।”



from Odisha Reporter http://bit.ly/2HryElu

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages