ବିରାଟ, ଦ୍ରାବିଡ଼ଙ୍କ ପରେ ପୂଜାରା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, January 4, 2019

ବିରାଟ, ଦ୍ରାବିଡ଼ଙ୍କ ପରେ ପୂଜାରା

pujara1

ସିଡ୍‌ନୀ: ଅଷ୍ଟ୍ରେଲିଆ ବିପକ୍ଷ ଶେଷ ଟେଷ୍ଟ୍ ମ୍ୟାଚ୍‌ର ପ୍ରଥମ ଇନିଂସ୍‌ରେ ୧୯୩ ରନ୍ କରିଥିବା ଚେତେଶ୍ୱର ପୂଜାରା ଏହି ସିରିଜ୍‌ରେ ୫୦୦ ରନ୍ ଅତିକ୍ରମ କରିଛନ୍ତି। ଏଯାବତ୍ ୭ଟି ଇନିଂସ୍‌ ଖେଳି ସାରିଥିବା ପୂଜାରା ୫୨୧ ରନ୍ ସଂଗ୍ରହ କରିଛନ୍ତି। ଏହା ସହିତ ଅଷ୍ଟ୍ରେଲିଆରେ ଏକ ଟେଷ୍ଟ୍ ସିରିଜ୍‌ରେ ୫୦୦ରୁ ଅଧିକ ରନ୍ ସଂଗ୍ରହ କରିବାରେ ସେ ହୋଇଯାଇଛନ୍ତି ତୃତୀୟ ଭାରତୀୟ ବ୍ୟାଟ୍ସମ୍ୟାନ୍‌। ତାଙ୍କ ଉପରେ ରହିଛନ୍ତି ରାହୁଲ ଦ୍ରାବିଡ଼ ଓ ବିରାଟ କୋହଲି।

୨୦୦୩-୦୪ ଅଷ୍ଟ୍ରେଲିଆ ଗସ୍ତ ବେଳେ ରାହୁଲ ଦ୍ରାବିଡ଼ ୬୧୯ ରନ୍ କରିଥିଲେ। ସେହିଭଳି ୨୦୧୪-୧୫ରେ ଅଷ୍ଟ୍ରେଲିଆରେ ଅନୁଷ୍ଠିତ ଟେଷ୍ଟ୍ ସିରିଜ୍‌ରେ ବିରାଟ କୋହଲି ୬୯୨ ରନ୍ କରିଥିଲେ। ଏହି ଦୁଇ ସିରିଜ୍‌ରେ ବି ୪ଟି ଲେଖାଏ ମ୍ୟାଚ୍ ଖେଳା ଯାଇଥିଲା।

ଅନ୍ୟପକ୍ଷରେ ଅଷ୍ଟ୍ରେଲିଆରେ ୪ ଅବା ଏହାଠାରୁ କମ୍ ମ୍ୟାଚ୍ ବିଶିଷ୍ଟ ଏକ ଟେଷ୍ଟ୍ ସିରିଜ୍‌ରେ ଭ୍ରମଣକାରୀ ଦଳର ବ୍ୟାଟ୍ସମ୍ୟାନ୍ ଭାବେ ପୂଜାରା ସବୁଠୁ ଅଧିକ ବଲ୍ର ସାମ୍ନା କରିଛନ୍ତି। ସେ ଏହି ସିରିଜ୍ରେ ୧୨୫୮ଟି ବଲ୍‌ର ସମ୍ମୁଖୀନ ହୋଇସାରିଛନ୍ତି। ଆଉ ଏହା ସହିତ ସେ ୯୦ ବର୍ଷର ଏକ ରେକର୍ଡ ଭାଙ୍ଗିଛନ୍ତି। ଏହି ରେକର୍ଡ ଇଂଲଣ୍ଡର ହର୍ବର୍ର୍ଟ ସଟ୍‌କ୍ଲିଫ୍‌ଙ୍କ ନାଁରେ ଥିଲା। ସେ ଏକ ଭ୍ରମଣକାରୀ ଦଳର ବ୍ୟାଟ୍ସମ୍ୟାନ୍ ଭାବେ ଅଷ୍ଟ୍ରେଲିଆରେ ୪ ଅବା ଏହାଠାରୁ କମ୍ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ୍ ସିରିଜ୍‌ରେ ସବୁଠୁ ଅଧିକ ୧୨୩୭ଟି ବଲ୍‌ର ସାମ୍ନା କରିଥିଲେ। ୧୯୨୮-୨୯ରେ ଆଶେସ୍ ସିରିଜ୍‌ରେ ସେ ଏତେ ସଂଖ୍ୟକ ବଲ୍‌ର ସମ୍ମୁଖୀନ ହୋଇଥିଲେ।

ସେହିପରି ଅଷ୍ଟ୍ରେଲିଆରେ ସେ ଭାରତୀୟ ବ୍ୟାଟ୍ସମ୍ୟାନଙ୍କ ମଧ୍ୟରେ ଏକ ଟେଷ୍ଟ୍ ସିରିଜ୍‌ରେ ସବୁଠୁ ଅଧିକ ବଲ୍‌ର ସାମ୍ନା କରିଛନ୍ତି। ତାଙ୍କ ପୂର୍ବରୁ ୨୦୦୩-୦୪ରେ ରାହୁଲ ଦ୍ରାବିଡ଼ ଅଷ୍ଟ୍ରେଲିଆରେ ଖେଳିଥିବା ଟେଷ୍ଟ୍ ସିରିଜ୍‌ରେ ୧୨୦୩ ବଲ୍‌ର ସାମ୍ନା କରିଥିଲେ। ୧୯୪୭-୪୮ରେ ବିଜୟ ହଜାରେ ୧,୧୯୨ଟି ବଲ୍‌ର ସାମ୍ନା କରିଥିଲେ। ୨୦୧୪-୧୫ରେ ବିରାଟ କୋହଲି ୧୦୯୩ଟି ବଲ୍‌ର ସାମ୍ନା କରିଥିଲେ। ୧୯୭୭-୭୮ରେ ସୁନୀଲ ଗାଭାସ୍କର ୧୦୩୨ଟି ବଲ୍‌ର ସାମ୍ନା କରିଥିଲେ।



from Odisha Reporter http://bit.ly/2F8vEru

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages